ETV Bharat / briefs

ସମ୍ବଲପୁରରୁ ପୁଣି 51 କୋରୋନା ଆକ୍ରାନ୍ତ ଚିହ୍ନଟ - corona update

ଜିଲ୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ରବିବାର ପୁଣି 51 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସମ୍ବଲପୁରରୁ ପୁଣି 51 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ

author img

By

Published : Aug 2, 2020, 3:15 PM IST

ସମ୍ବଲପୁର: ଜିଲ୍ଲାରେ ଦିନକୁ ଦିନ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ପ୍ରତ୍ୟେକ ଦିନ ପାଖାପାଖି 50 ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଶୁକ୍ରବାର 56 ଓ ଶନିବାର 39 ଜଣ ଅକ୍ରାନ୍ତ ଚିହ୍ନଟ ହେବା ପରେ ଆଜି(ରବିବାର) ପୁଣି 51 ଜଣ ଅକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହା ଜିଲ୍ଲା ପ୍ରଶାସନ ତଥା ଲୋକଙ୍କ ଚିନ୍ତା ବଢାଇ ଦେଇଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ 32 ଜଣ ସ୍ଥାନୀୟ ସଂକ୍ରମିତ ଥିବା ବେଳେ 19 ଜଣ ଆକ୍ଟିଭ୍ ସର୍ଭାଇଲାନ୍ସ ଟିମ ଦ୍ବାରା ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ ସମ୍ବଲପୁର ମହାନଗର ଅଞ୍ଚଳର ଅଟନ୍ତି। ସମସ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି। ବର୍ତ୍ତମାନ ସୁଦ୍ଧା ସମ୍ବଲପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 488 ହୋଇଥିବା ବେଳେ 203 ଜଣ ସୁସ୍ଥ ହୋଇଛନ୍ତି।

ଏହାସହ ଜିଲ୍ଲାରେ ବର୍ତ୍ତମାନ 284 ସକ୍ରିୟ ମାମଲା ରହିଛି । ସମ୍ବଲପୁର ଜିଲ୍ଲାର ସ୍ଥିତି ଦିନକୁ ଦିନ ଗମ୍ଭୀର ହେବାରେ ଲାଗୁଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ କଟକଣାକୁ କଡାକଡି ଭାବେ ମାନିବାକୁ ଜନ ସାଧାରଣଙ୍କୁ ଅପିଲ କରାଯାଇଛି।

ସମ୍ବଲପୁରରୁ ବାଦଶାହା ଯୁସ୍ମନ ରାଣା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.