ସମ୍ବଲପୁର: ଜିଲ୍ଲାରେ 20ଟି ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ 11 ଜଣ କୋଭିଡ ଯୋଦ୍ଧା । ଏମାନଙ୍କ ମଧ୍ୟରୁ 7 ଜଣ ମହିଳା ଓ 4 ଜଣ ପୁରୁଷ ଅଛନ୍ତି । 20 ଅକ୍ରାନ୍ତ ମଧ୍ୟ ରୁ ବାକି 9 ଜଣ ସମ୍ବଲପୁର ସହର, ରେଢାଖୋଲ ଓ କୁଚିଣ୍ଡା ଉପଖଣ୍ଡ ଅଞ୍ଚଳର ଅଟନ୍ତି।
ସମସ୍ତଙ୍କ ପାଖରେ କୋରୋନା ଲକ୍ଷଣ ଥିବା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏମାନେ କୌଣସି ସଙ୍ଗରୋଧ କେନ୍ଦ୍ରରେ ନଥିଲେ। ଆଜି(ଶନିବାର) ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଛି।
ସମ୍ବଲପୁର ଜିଲ୍ଲାରେ ବର୍ତ୍ତମାନ ଦିନକୁ ଦିନ ସ୍ଥାନୀୟ ସଂକ୍ରମଣର ମାମଲା ଆସୁଥିବାରୁ ସହରର କେତେକ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଓ ବଫର ଯୋନ ଭାବେ ଘୋଷଣା କରାଯାଇଛି। ଦିନକୁ ଦିନ ସମ୍ବଲପୁର ଜିଲ୍ଲାରେ ସ୍ଥାନୀୟ ସଂକ୍ରମଣ ବଢିବା ଉଭୟ ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ଲୋକଙ୍କ ଚିନ୍ତା ବଢାଇ ଦେଇଛି।
ସମ୍ବଲପୁରରୁ ବାଦଶାହା ଯୁସ୍ମନ ରାଣା, ଇଟିଭି ଭାରତ