ETV Bharat / briefs

ରଥଯାତ୍ରା ପୂର୍ବରୁ ସରିଲାନି ରାସ୍ତା କାମ

ବର୍ଷ ବର୍ଷ ଧରି ରାସ୍ତାର ଅବସ୍ଥା ଖରାପ ରହୁଥିବାବେଳେ ଏହାକୁ ଠିକ୍ କରିବାରେ ପ୍ରଶାସନ ସଫଳ ହୋଇପାରିନାହିଁ । ଫଳରେ ସାଧାରଣ ଲୋକଙ୍କୁ ନାନା ଅସୁବିଧାର ସାମନା କରିବାକୁ ପଡୁଛି । ତେବେ ରଥଯାତ୍ରା ପୂର୍ବରୁ ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଏହାକୁ ଠିକ କରିବା ଆବଶ୍ୟକ ଥିବାବେଳେ ପ୍ରଶାସନ ପକ୍ଷରୁ ଏଦିଗରେ କୌଣସି କଡା ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

author img

By

Published : Jul 2, 2019, 5:48 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ଦିନକ ପରେ ବିଶ୍ବ ପ୍ରସିଦ୍ଧ ଘୋଷଯାତ୍ରା । ରାଜରାସ୍ତାରେ ଗଡିବ ମହାବାହୁଙ୍କ ରଥ । କିନ୍ତୁ ଲଗାଣ ବର୍ଷା ଯୋଗୁଁ ସହରର ରାସ୍ତା ଅବସ୍ଥା ଖରାପ ରହିଛି । ଆଉ ଏଥିପାଇଁ ତିନି ଠାକୁରଙ୍କ ରଥ ମାଉସୀ ମା’ ମନ୍ଦିର ପହଞ୍ଚିବାରେ ଅସୁବିଧା ହେବାର ସମ୍ଭାବନା ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ତେବେ ରଥଯାତ୍ରା ପାଇଁ ବେହାଲ ରାସ୍ତାକୁ ସଜାଡିବା ଦ୍ବାୟିତ୍ବ ଜିଲ୍ଲା ପ୍ରଶାସନର ଥିଲା । ଏଥିପାଇଁ ପ୍ରଶାସନିକ ସ୍ତରରେ ବୈଠକ କରାଯାଇ ଖାଲ ରାସ୍ତାକୁ ମରାମତି କରାଯାଇଥିଲା । କିନ୍ତୁ ବର୍ଷା ପରେ ପୁଣି ଥରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଛି । ରଥଟଣା ସମୟରେ ଯଦି କୌଣସି ଅଘଟଣ ଘଟେ ସେଥିପାଇଁ ପ୍ରଶାସନ ଦାୟୀ ହେବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା-ଦୁଇ ଦିନ ପରେ ଘୋଷଯାତ୍ରା। ରାଜରାସ୍ତା ରେ ଗାଡିବ ରଥ। କିନ୍ତୁ ସହର ର ରାଜରାସ୍ତା ର ଅବସ୍ଥା ଖରାପ ରହିଥିବାରୁ ତିନି ଠାକୁରଙ୍କୁ ନେଇ ଯାଉ ଥିବା ରଥ ଗୁଡିକ ମାଉସୀ ଘର ପହଂଚିବା ରେ ବହୁତ ଅସୁବିଧା ହେବାର ସମ୍ଭାବନା ରହିଛି। ରଥ ଯିବା ରାସ୍ତା କୁ ଠିକ କରିବା ପ୍ରଶାସନ ର ଦାୟିତ୍ୱ ଥିଲା କିନ୍ତୁ କେବଳ ରାସ୍ତା ରେ ଗାତ ଗୁଡିକୁ ଭାରି ଦିଆ ଗଲା ତଥା ଲଗାଣ ବର୍ଷା ଯୋଗୁ ପୁଣି ଯେଉଁ ପରିସ୍ଥିତି ଥିଲା ସେହି ଅବସ୍ଥା ରାସ୍ତା ରେ ଦେଖିବା କୁ ମିଳୁଛି।

Body:ସହର ର ମୁଖ୍ୟ ରାସ୍ତା ହେଉ କି ତାକୁ ସଂଯୋଗ କରୁଥିବା ରାସ୍ତା ।ସବୁ ରାସ୍ତା ର ଅବସ୍ଥା ଖରାପ। ପ୍ରଶାସନିକ ସ୍ତର ରେ ବୈଠକ ପରେ ଗାତ ଗୁଡିକ ମାଟି ଦେଇ ଭାରି ଦିଆ ଯାଇଛି। କିନ୍ତୁ ଲଗାଣ ବର୍ଷା ତଥା ଗାଡି ଚଳାଚଳ ଯୋଗୁ ବହୁତ ସ୍ଥାନ ରେ ଗାତ ରେ ପାଣି ଜମି ଥିବା ଦେଖା ଯାଉଛି। ରଥଯାତ୍ରା ସମୟ ରେ ରଥ ଟଣା ରେ ଯଦି କୌଣସି ଅସୁବିଧା ହୁଏ ହେଲେ ଏହି ପାଇଁ ପ୍ରଶାସନ ଦାୟୀ ରହିବ।

Conclusion:ବର୍ଷ ବର୍ଷ ଧରି ରାସ୍ତା ର ଅବସ୍ଥା ଖରାପ ରହିଛି। ଏହାକୁ ଠିକ କରାଇବାରେ ପ୍ରଶାସନ ସଫଳ ହୋଇ ନ ଥିବାରୁ ସହର ଲୋକ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ରଥଯାତ୍ରା ପୂର୍ବ ରୁ ଏହାକୁ ଠିକ କରିବା ଦରକାର ଥିଲା କିନ୍ତୁ ଏହି ଦିଗ ରେ କିଛି କରାଯାଇ ନାହିଁ।
ବାଇଟ-ରୋହିତ ସାମଲ,ରାଉରକେଲା ବାସିନ୍ଦା
ବାଇଟ-ସଞ୍ଜୟ ପ୍ରଧାନ,ରାଉରକେଲା ବାସିନ୍ଦା
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.