ETV Bharat / briefs

ବାତ୍ୟା ପ୍ରପୀଡିତଙ୍କୁ ସାହାଯ୍ୟ ପାଇଁ ଅଣ୍ଟା ଭିଡିଲା ‘ରାୟଗଡା ନାଗରିକ ମଞ୍ଚ’ - fani

ଫନିର ତାଣ୍ଡବଲୀଳା ଦେଇ ଯାଇଛି ଆଖିରେ ଲୁହ । ଘର ଛେଉଣ୍ଡ ସାଙ୍ଗକୁ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ବାତ୍ୟା ପ୍ରପୀଡିତ । ତେବେ ଏହି ସମୟରେ ରାଜ୍ୟ ତଥା ରାଜ୍ୟ ବାହାରୁ ସହାୟତାର ହାତ ବଢାଇଛନ୍ତି ରାଜ୍ୟବାସୀ ।

ଫଟୋ ସୌଜନ୍ଯ: ସମ୍ବାଦଦାତା, ରାୟଗଡା
author img

By

Published : May 13, 2019, 10:35 AM IST

ରାୟଗଡା : ବାତ୍ୟା ବିପନ୍ନଙ୍କ ସାହାଯ୍ୟ ପାଇଁ ରାଜ୍ୟର କୋଣ ଅନୁକୋଣରୁ ସହାୟତାର ହାତ ବଢାଇଛନ୍ତି ଓଡିଶାବାସୀ । ଏହି ପରିପକ୍ଷେ ରାୟଗଡା ନାଗରିକ ମଞ୍ଚ ତରଫରୁ 'ଫନି' କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରିବାକୁ ସହରବାସୀଙ୍କ ଠାରୁ ଅର୍ଥ ସଂଗ୍ରହ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏସପି ଶ୍ରବଣ ବିବେକ ଏମ୍‌ଙ୍କ ସମେତ ନେତା, ସମାଜସେବୀ, ବରିଷ୍ଠ ନାଗରିକ ଓ ସାଧାରଣ ଜନତା ମଧ୍ୟ ସାମିଲ ଥିଲେ ।

ଭିଡିଓ ସୌଜନ୍ଯ: ସମ୍ବାଦଦାତା, ରାୟଗଡା

ସେମାନେ ସ୍ଥାନୀୟ ଜଗନ୍ନାଥ ମନ୍ଦିରରୁ ବାହାରି ସମସ୍ତ ଦୋକାନ, ରାସ୍ତାରେ ବୁଲି ବୁଲି ଅର୍ଥ ସାହାଯ୍ୟ ମାଗିଥିଲେ । ଲୋକମାନେ ସ୍ବଇଚ୍ଛାରେ ଅର୍ଥ ଦାନ କରିବାର ମଧ୍ୟ ଦେଖିବାକୁ ମିଳିଥିଲା । ତେବେ 2ୟ ଶ୍ରେଣୀର ଛାତ୍ର ଏମ୍‌ଡି ସବୀର ରାଜା 2001ଟଙ୍କା ଦାନ କରି ଅଭିଯାନର ଆରମ୍ଭ କରିଥିଲେ । ତେବେ GIST କଲେଜ ପକ୍ଷରୁ ବାତ୍ୟା ପ୍ରୀପିଡିତଙ୍କୁ 10ହଜାର ଟଙ୍କାର ଚେକ ଜିଲ୍ଲାପାଳ ପ୍ରମୋଦ କୁମାର ବେହେରାଙ୍କୁ ପ୍ରଦାନ କରିଥିଲେ ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Intro:Body:

prabir 1

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.