ETV Bharat / briefs

କୋରୋନାରେ ପବ୍ଲିକ ପ୍ରସିକ୍ୟୁଟର ସୁରେଶ ମହାପାତ୍ରଙ୍କ ପରଲୋକ - ଫୁଲବାଣୀ

ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁରେଶ ମହାପାତ୍ରଙ୍କ କୋରୋନାରେ ମୃତ୍ୟୁ ହୋଇଛି। କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

 ପବ୍ଲିକ ପ୍ରସିକ୍ୟୁଟର ସୁରେଶ ମହାପାତ୍ରଙ୍କ ପରଲୋକ

author img

By

Published : Sep 20, 2020, 12:25 PM IST

ଫୁଲବାଣୀ: ବରିଷ୍ଠ ଆଇନଜୀବୀ ଏମ.ଭି କ୍ରିଷ୍ଣାରାଓଙ୍କ ଦେହାନ୍ତ ହେବାର ଖବର ମନରୁ ଲିଭିଛି କି ନାହିଁ ଆଉ ଏକ ଦୁଃଖଦ ଖବର କନ୍ଧମାଳ ଜିଲ୍ଲା ପାଇଁ । ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟର ସ୍ପେଶାଲ ପବ୍ଲିକ ପ୍ରସିକ୍ୟୁଟର ସୁରେଶ ମହାପାତ୍ରଙ୍କ କୋରୋନାରେ ମୃତ୍ୟୁ ହୋଇଛି। ଆଇନଜୀବୀ ଭାବରେ ନିଜର ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ସୁରେଶ ମହାପାତ୍ର କେବଳ ଫୁଲବାଣୀ ନୁହେଁ ବରଂ ସାରା ରାଜ୍ୟରେ ଭିଜିଲାନ୍ସ ସ୍ପେଶାଲ୍ ପିପି ଭାବରେ ଶ୍ରେଷ୍ଠତା ପ୍ରତିପାଦନ କରିଥିଲେ ।

ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ 2015ରେ ସ୍ବତନ୍ତ୍ର ପୁରସ୍କାର ପ୍ରଦାନ କରିଥିଲେ। କିମ୍ସ କୋଭିଡ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ବିଭିନ୍ନ ସାମାଜିକ ସଂଗଠନ ସହିତ ମଧ୍ୟ ଜଡିତ ଥିଲେ । ଶ୍ରୀଜଗନ୍ନାଥ ମନ୍ଦିର ପରିଚାଳନାରୁ ଆରମ୍ଭ କରି ବିଭିନ୍ନ ସଂଗଠନ ସହ ସମ୍ପୃକ୍ତ ରହି ସର୍ବଦା ସହଯୋଗର ହାତ ବଢାଇ ଆସିଥିବା ସୁରେଶଙ୍କ ଦେହାନ୍ତରେ ଜିଲ୍ଲାବାସୀ ମର୍ମାହତ ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.