ETV Bharat / briefs

ବିଦ୍ୟୁତ ଯୋଗାଣ ଦାବିରେ ରାଜଧାନୀରେ ରାସ୍ତାରୋକ - BHUBANESWAER

ତୁରନ୍ତ ବିଜୁଳି ଯୋଗାଣ ଦାବୀରେ ରାଜଧାନୀରେ ରାସ୍ତାରୋକ କଲେ ଜନସାଧାରଣ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : May 11, 2019, 11:23 PM IST

ଭୁବନେଶ୍ବର: ବାତ୍ୟା 'ଫନି' ଯିବାର ଇତିମଧ୍ୟରେ 9ଦିନ ବିତି ଯାଇଛି । ହେଲେ ଫନି ଦେଇଯାଇଥିବା ଯନ୍ତ୍ରଣାରୁ ଲୋକେ ମୁକୁଳି ପାରୁନାହାନ୍ତି । ଏବେବି ରାଜଧାନୀର ଅନେକ ଅଞ୍ଚଳକୁ ବିଜୁଳି ପାଣି ପହଞ୍ଚି ପାରି ନାହିଁ । ସାଧାରଣ ଜନତା ପାଣି ବିଜୁଳି ନପାଇ ତ୍ରାହି ତାହ୍ରି ଡାକିଲେଣି । ସେପଟେ ଯୁଦ୍ଧକାଳୀନ ଭିତ୍ତିରେ ବିଦ୍ୟୁତ ପୁନଃ ନିର୍ମାଣ ଚାଲିଥିଲେ ମଧ୍ୟ ରାଜଧାନୀର ସବୁ ଅଞ୍ଚଳକୁ ବିଦ୍ୟୁତ ଯୋଗାଇବା ସମ୍ଭବପର ହୋଇନାହିଁ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଆଉ ସରକାର ବିଦ୍ୟୁତ ସ୍ବାଭାବିକ ପାଇଁ ଗୋଟିଏ ପରେ ଗୋଟିଏ ତାରିଖ ଦେଇଚାଲିଛନ୍ତି । କିନ୍ତୁ ସରକାରଙ୍କ କଥାକୁ ଲୋକେ ଆଉ ବିଶ୍ବାସ କରିବା ସ୍ଥିତିରେ ନାହାନ୍ତି । ଆଜି ତୁରନ୍ତ ବିଦ୍ୟୁତ ଯୋଗାଣ ଦାବି କରି ଭୁବନେଶ୍ବରରେ ତେଜିଥିଲା ଜନଅସନ୍ତୋଷ । ଏହି ଅସନ୍ତୋଷ ଆସି ପହଞ୍ଚିଯାଇଥିଲା ରାଜରାସ୍ତାରେ ବିଦ୍ୟୁତ ପ୍ରଦାନ ଦାବିରେ ସାମନ୍ତରାୟପୁର ଅଞ୍ଚଳର ଲୋକମାନେ ଆଜି ରାସ୍ତାବନ୍ଦ କରି କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଫଳରେ ରାଜରାସ୍ତାରେ ବିକ୍ଷୋଭକାରୀମାନେ ଯାତାୟତ କରୁଥିବା ଗାଡି ମଟର ଗୁଡିକୁ ଅନେକ ସମୟ ଧରି ଯିବାକୁ ଦେଇ ନଥିଲେ।

ସେହିପରି ଲିଙ୍ଗରାଜ ମନ୍ଦିର ନିକଟରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ ସେବା ପ୍ରଦାନ ହୋଇ ନଥିବାରୁ ସ୍ଥାନୀୟ ବାସିନ୍ଦାମାନେ ମଧ୍ୟ ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଖବର ପାଇ ବିଦ୍ୟୁତ ବିଭାଗ କର୍ମଚାରୀ ପହଞ୍ଚି ଯଥା ଶୀଘ୍ର ବିଦ୍ୟୁତ ଦେବାକୁ ପ୍ରତିଶୃତି ଦେବାପରେ ରାସ୍ତାରୋକ ହଟିଥିଲା ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.