ETV Bharat / briefs

କକ୍କଡଙ୍କ ପତ୍ନୀଙ୍କ ଲକରରୁ ମିଳିଲା 48 ଲକ୍ଷ ଟଙ୍କାର ଗହଣା - income Tax Department

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବ୍ୟକ୍ତିଗତ ସଚିବ ପ୍ରବୀଣ କକ୍କଡ଼ଙ୍କ ଘରେ ବିଳମ୍ବିତ ରାତି ଯାଏଁ ଛାନଭିନ କରିଛି ଆୟକର ବିଭାଗ । କିନ୍ତୁ ବିଫଳ ହୋଇଛି ବିଭାଗ । ସେପଟେ କକ୍କଡଙ୍କ ପତ୍ନୀଙ୍କୁ ମଧ୍ୟ ପଚରାଉଚୁରା କରିବା ପରେ ତାଙ୍କ ଲକରରୁ 48 ଲକ୍ଷ ଟଙ୍କାର ଗହଣା ଜବତ କରିଛି । ଯାହାର ସମସ୍ତ ରିସିଦ ରହିଛି ।

ଫଟୋ ସୌଜନ୍ୟ: ଇଟିଭି ଭାରତ ଡେସ୍କ
author img

By

Published : Apr 9, 2019, 12:40 PM IST

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ବ୍ୟକ୍ତିଗତ ସଚିବ ପ୍ରବୀଣ କକ୍କଡ଼ଙ୍କ ଘରେ ଆୟକର ବିଭାଗ ଚଢାଉ କରିଛି । ଦୀର୍ଘ 48 ଘଣ୍ଟା ଧରି ଚଢାଉ ଜାରି ରଖିଥିବା ବେଳେ କକ୍କଡଙ୍କୁ ଦୀର୍ଘ ଘଣ୍ଟା ଧରି ପଚରାଉଚୁରା କରାଯାଇଛି । ତେବେ ଏଥିରେ ବିଫଳ ହୋଇଛି ଆୟକର ବିଭାଗ । ବିଳମ୍ବିତ ରାତି ଯାଏଁ କକ୍କଡ଼ଙ୍କ ଘର ଏବଂ ଅଫିସ ଛାପା ମାରିବା ପରେ ନିରାଶରେ ଫେରିଛି ଆୟକର ବିଭାଗର ଏକ ଟିମ । ସେପଟେ କକ୍କଡଙ୍କ ପତ୍ନୀଙ୍କୁ ମଧ୍ୟ ପଚରାଉଚୁରା କରିବା ପରେ ତାଙ୍କ ଲକରରୁ 48 ଲକ୍ଷ ଟଙ୍କାର ଗହଣା ଜବତ ହୋଇଛି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ ଡେସ୍କ

ଏତେ ସମୟ ପର୍ଯ୍ୟନ୍ତ ଚଢାଉ କରିବା ସତ୍ତ୍ବେ ଆୟକର ବିଭାଗ ପ୍ରବୀଣ କକ୍କଡ଼ଙ୍କ ଘରୁ ଆୟଠାରୁ ଅଧିକ ସମ୍ପତ୍ତି ଥିବା କୌଣସି ପ୍ରମାଣ ପାଇନାହିଁ । ତେବେ ଏହି ପଚରାଉଚୁରା ବେଳେ ତାଙ୍କ ଘରୁ ବହୁଗୁଡାଏ ଦସ୍ତାବଜ ଜବତ କରିଛି । କିନ୍ତୁ ଏଥିରୁ କୌଣସି ପ୍ରମାଣ ମିଳିନାହିଁ । ସେପଟେ କକ୍କଡ଼ଙ୍କ ପତ୍ନୀଙ୍କୁ ଆଇଡିବିଆଇ ବ୍ୟାଙ୍କକୁ ନେଇ ଲକର ଖୋଲାଇଲେ । ସେଥିରେ ଯେଉଁ ଗହଣା ଥିଲା ତାର ସମସ୍ତ ରସିଦ ସଠିକ ମିଳିଛି ।

ଅଧିକ ପଢନ୍ତୁ: ଜାଣନ୍ତୁ ଦେଶର ପ୍ରଥମ ଲୋକସଭା ନିର୍ବାଚନ ବିଷୟରେ

ଆୟକର ବିଭାଗ ଅଚାନକ ପ୍ରବୀଣଙ୍କ ଘର କବାଟ ଭାଙ୍ଗି ପଶିଥିଲେ । ଏହାସହ ପରିବାରରେ ଥିବା ସମସ୍ତ ସଦସ୍ୟଙ୍କ ମୋବାଇଲ ଫୋନ ଜବତ କରାଯାଇଥିଲା । ତା'ଛଡା ଆୟକର ବିଭାଗ କକ୍କଡ଼ଙ୍କ ଅଫିସ ଏବଂ ଜଲସା ରିସୋର୍ଟକୁ ଯାଇ ଛାନଭିନ କରିଥିଲା । କିନ୍ତୁ ତାଙ୍କୁ କୌଣସି ପ୍ରକାର ପ୍ରମାଣ ମିଳିନଥିଲା । ତେବେ କକ୍କଡ଼ଙ୍କ ପରିବାର ସହ ଆୟକର ବିଭାଗ ଆପତ୍ତିଜନକ ବ୍ୟବହାର କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଏହା ସମ୍ପୂର୍ଣ୍ଣ ଭାବେ ରାଜନୈତିକ ଚାପ ହୋଇଥିବାରୁ ଆୟକର ବିଭାଗ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

Intro:Body:

AD

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.