ଥିରୁବନନ୍ତପୁରମ: ଓ୍ବାୟନାଡାରୁ ତୁଷ୍ଟିକରଣ ରାଜନୀତିର ବାର୍ତ୍ତା ଦେବା ରାହୁଲ ଗାନ୍ଧୀଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଏଭଳି ଅଭିଯୋଗ ଆଣିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । କେରଳର ଥିରୁବଅନନ୍ତପୁରମରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନୀ ରାଲି ବେଳେ ରାହୁଲଙ୍କୁ ଟାର୍ଗେଟ କରିଛନ୍ତି ମୋଦି । ସଂସଦରେ ପହଞ୍ଚିବାକୁ ରାହୁଲ ଓ୍ବାୟନାଡାରୁ ନିର୍ବାଚନ ଲଢୁଛନ୍ତି ବୋଲି ମୋଦି କହିଛନ୍ତି।
ଆହୁରି ପଢନ୍ତୁ: ରାଜନୀତିରେ ମହିଳାଙ୍କ ରାଜୁତି: ପ୍ରଚାରରେ ବି ଆଗରେ...
ଲୋକଙ୍କ ପାଇଁ ଏବଂ ନିଜ ସମ୍ମାନ ପାଇଁ ସେ ଓ୍ବାୟନାଡରୁ ନିର୍ବାଚନ ଲଢୁଥିବା ମୋଦି କହିଛନ୍ତି । ଏପରି କରି ସେ ଦକ୍ଷିଣ ଭାରତକୁ ଏକ ବାର୍ତ୍ତା ଦେବାକୁ ଚାହୁଁଛନ୍ତି । କିନ୍ତୁ ମୋଦିଙ୍କ କହିବାନୁଯାୟୀ ଯଦି ସେ ଦକ୍ଷିଣ ଭାରତକୁ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ତେବେ ସେ ଥିରୁବଅନନ୍ତପୁରମ କିମ୍ବା ପଥନମାଥିତାରୁ ନିର୍ବାଚନ ଲଢିପାରିଥାନ୍ତେ । କାରଣ ଥିରୁବନନ୍ତପୁରମ ରାଜ୍ୟର ରାଜଧାନୀ । ମାତ୍ର ରାହୁଲଙ୍କ ଏହି ପଦକ୍ଷେପ ଦକ୍ଷିଣ ଭାରତୀୟ ରାଜନୀତିକୁ ଏକ ସନ୍ତୋଷଜନକ ବାର୍ତ୍ତା ଅଟେ ।
କଂଗ୍ରେସ ଅଧ୍ୟକ୍ଷଙ୍କ ଏଭଳି ପଦକ୍ଷେପ ପରେ ମୋଦି ଜନତାଙ୍କ ଉପରେ ଏବେ ନିଜେ ବିଚାର କରନ୍ତୁ ସେମାନେ ନିଜେ ନିୟମ ତିଆରି କରିବେ ନା ଆଗରୁ ଥିବା ନିୟମକୁ ପାଳନ କରିବେ । ଚଳିତ ସାଧାରଣ ନିର୍ବାଚନରେ ମତଦାତାଙ୍କ ଉପରେ ଏକ ବଡ ଦାୟିତ୍ବ ରହିଛି । ପ୍ରଥମ କରି ଭୋଟ ଦେଉଥିବା ଭୋଟର ଏହି କଥା ଗୁଡିକ ଉପରେ ଧ୍ୟାନ ଦେବାକୁ ମୋଦି ଅନୁରୋଧ କରିଛନ୍ତି ।
ଆହୁରି ପଢନ୍ତୁ: BSP ବଦଳରେ BJPକୁ ଭୋଟ୍ ଦେଇ ଆଙ୍ଗୁଠି କାଟିଲେ ଯୁବକ
ମୋଦି ଏବଂ ତାଙ୍କ ଦଳକୁ କେରଳବାସୀଙ୍କ ଠାରୁ ଭଲପାଇବା ମିଳୁଛି । ଆଜି ମୁଁ ଏଠାରେ ଲୋକଙ୍କ ଠାରୁ ଆର୍ଶୀବାଦ ନେବାକୁ ଆସିଛି । ଫଳରେ ଲୋକମାନେ ମୋ ପ୍ରତି ଦେଖାଇଥିବା ଭରସାକୁ ଦେଶର ବିକାଶରେ ବିନିଯୋଗ କରିବାକୁ ସଫଳ ହୁଏ । ମୋଦି ଏହା ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ଓ୍ବାୟନାଡା ଆସିବା ଲୋକଙ୍କ ପ୍ରତି ତାଙ୍କ ଭଲ ପାଇବା ନୁହେଁ, ବରଂ ନିଜ ଆସନକୁ ସୁରକ୍ଷିତ ରଖିବା ତାଙ୍କ ମୁଖ୍ୟ ଉଦ୍ଦେଶ୍ୟ ।