ଭୁବନେଶ୍ବର: ଯୁକ୍ତ 3 ନାମଲେଖା ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଏହି ବିଜ୍ଞପ୍ତି ଅନୁଯାୟୀ ଛାତ୍ରଛାତ୍ରୀ ଆସନ୍ତା ଜୁନ 24 ତାରିଖରୁ ନାମଲେଖା ପାଇଁ ଅନଲାଇନରେ ଆବେଦନ କରିପାରିବେ । ଜୁଲାଇ 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ।
ସେହିପରି ଜୁଲାଇ 11 ତାରିଖରେ ଅଫଲାଇନରେ ସାମ୍ସ ରିସୋର୍ସ ସେଣ୍ଟରରେ ନିଜ ଆବେଦନ ପତ୍ର ସବମିଟ୍ କରିପାରିବେ । ପ୍ରଥମ ମେରିଟ୍ ଲିଷ୍ଟ ଜୁଲାଇ 18 ଓ ଦ୍ବିତୀୟ ମେରିଟ୍ ଲିଷ୍ଟ ଅଗଷ୍ଟ 5ରେ ପ୍ରକାଶ ପାଇବ । ଅଗଷ୍ଟ 24 ତାରିଖରୁ ପାଠପଢା କାର୍ଯ୍ୟକ୍ରମ ଆରମ୍ଭ ହେବ ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ