ETV Bharat / briefs

ରାଜଧାନୀରେ ପଲିଥିନ ବ୍ୟାନ ପାଇଁ ପୁଣି ଆରମ୍ଭ ହେଲା ଚଢାଉ

କିଛିଦିନର ନିରବତା ପରେ ପୁଣିଥରେ ପଲିଥିନ ବ୍ୟାନ ପାଇଁ ଚଢାଉ ଆରମ୍ଭ କରିଛି ପୋଲିସ, ବିଏମସି ଓ ପ୍ରଦୂଷଣ ବିଭାଗ । ଗୋଟିଏ ଦିନରେ 40 କେଜିରୁ ଉର୍ଦ୍ଧ୍ବ ପଲିଥିନ ଜବତ କରିଛି ପୋଲିସ ।

author img

By

Published : Jun 9, 2019, 1:06 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଗତବର୍ଷ ଗାନ୍ଧୀ ଜୟନ୍ତି ଠାରୁ ରାଜ୍ୟର ପାଞ୍ଚଟି ମହାନଗର ନିଗମ ସମେତ ପର୍ଯ୍ୟଟନ ସହର ପୁରୀରେ ପଲିଥିନ ବ୍ୟାନ କରିଥିଲେ ରାଜ୍ୟ ସରକାର । ସରକାର ନିୟମ କରିଥିଲେ କେହି ବି 50 ମାଇକ୍ରୋନରୁ କମ ମାନର ପଲିଥିନ ବ୍ୟବହାର କରିପାରିବେ ନାହିଁ । ସରକାରଙ୍କ ନିୟମ ପରେ ପଲିଥିନର ବ୍ୟବହାର କିଛି ମାତ୍ରାରେ କମିଗଲା । ସେ ସମୟରେ ଚଢାଉ ମଧ୍ୟ ଜୋରଦାର ହେଲା । କିନ୍ତୁ ସମୟ ଗଡିବା ସହ ସରକାରଙ୍କ ନିୟମ ମଧ୍ୟ ଶୀଥିଳ ପଡିଗଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

କିଛିଦିନର ନିରବତା ପରେ ପୁଣିଥରେ ଚଢାଉ ଆରମ୍ଭ କରିଛି ପୋଲିସ, ବିଏମସି ଓ ପ୍ରଦୂଷଣ ବିଭାଗ । ଶନିବାର ଭୁବନେଶ୍ବର ଜୟଦେବ ବିହାର ଛକରୁ ଆରମ୍ଭ ହୋଇଥିଲା ଏହି ଚଢ଼ାଉ । ପରେ ଚନ୍ଦ୍ରଶେଖରପୁର , ନୀଳାଦ୍ରି ବିହାର, ପଟିଆ ପର୍ଯ୍ୟନ୍ତ ଭେଣ୍ଡିଂ ଜୋନ, ଉଠା ଦୋକାନୀ ଗୁଡିକରେ ଏହି ଚଢ଼ାଉ କରାଯାଇଥିଲା । ଚଢ଼ାଉ ବେଳେ ୪୦ କେଜିରୁ ଉର୍ଦ୍ଧ୍ବ ପଲିଥିନ ଜବତ କରିଛି ପୋଲିସ । ଏହାସହ 5ହଜାର ଟଙ୍କାରୁ ଉର୍ଦ୍ଧ୍ବ ଫାଇନ ମଧ୍ୟ ଆଦାୟ ହୋଇଛି ।

ତେବେ ଏହି ଚଢାଉରେ ଖୁସୀ ନାହାଁନ୍ତି ବ୍ୟବସାୟୀ ତାଙ୍କ କହିବା କଥା ହେଲା ପଲିଥିନ ଉତ୍ପାଦନ କରୁଥିବା କମ୍ପାନୀକୁ ବନ୍ଦ କରି ଦେଲେ କାମ ସରନ୍ତା । ଆମେ ଛୋଟ ମୋଟ ବ୍ୟବସାୟୀ, ଗ୍ରାହକ ସବୁଥିରେ ପଲିଥିନ ମାଗୁଛନ୍ତି ଆମେ କଣ କରିବୁ ବୋଲି କହିଛନ୍ତି ବ୍ୟବସାୟୀ ।

ସେପଟେ ବିଏମସି ଏନଫୋର୍ସମେଣ୍ଟ ଇନିସ୍ପେକ୍ଟର ବିମାନ ବେଉରା କହିଛନ୍ତି ସକାଳୁ ଚଢ଼ାଉ ଆରମ୍ଭ ହୋଇଥିଲା, ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼, ଜଙ୍ଗଲ ବିଭାଗ, ପୋଲିସ ଅଧିକାରୀ ,ସମସ୍ତଙ୍କ ମିଳିତ ଉଦ୍ୟମରେ ଏ ଚଢ଼ାଉ ଜାରି ରହିଛି। ଏବେ ସୁଦ୍ଧା ୪୦ କେଜି ପଲିଥିନ ଜବତ ହୋଇଛି। ୫ ହଜାରରୁ ଉର୍ଦ୍ଧ୍ବ ଟଙ୍କା ଫାଇନ ଆଦାୟ କରାଯାଇଛି। ଦୁଇଟି ଟିମ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛନ୍ତି ବୋଲି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.