ETV Bharat / briefs

ଉଠବସ୍ ଘଟଣା, ହାଇକୋର୍ଟ ଶରଣରେ ବିଧାୟକ - DIPLOMA UNION ODISDHA

ମାନ୍ୟବର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି ପାଟଣାଗଡର ନବନିର୍ବାଚିତ ବିଧାୟକ ସରୋଜ ମେହେର । ଜଣେ କାର୍ଯ୍ୟରତ ସରକାରୀ କର୍ମଚାରୀଙ୍କୁ ନିର୍ଯ୍ୟାତନା ଦେଇ ଏବେ ବିବାଦରେ ବିଧାୟକ ସରୋଜ ମେହେର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
author img

By

Published : Jun 13, 2019, 9:32 AM IST

କଟକ: ଶେଷରେ ହାଇକୋର୍ଟଙ୍କ ଆଶ୍ରୟ ନେଇଛନ୍ତି ‘ଅନ ଦ ସ୍ପଟ ଫୈସଲା’ ଶୁଣାଇଥିବା ଦବଙ୍ଗ ବିଧାୟକ ସରୋଜ ମେହେର ।

ସୂଚନାଯୋଗ୍ୟ ଯେ ଗତ 5ତାରିଖ ଦିନ ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବିଧାୟକ ସରୋଜ ମେହେର ନିଜ ଅଞ୍ଚଳ ତଥା ଗମ୍ଭାରୀ ଗ୍ରାମରେ ନିମ୍ନ ମାନର କାମକୁ ନେଇ ପୂର୍ତ୍ତ ବିଭାଗର ଜେଇ ଜୟକାନ୍ତ ଶବରଙ୍କୁ , ସର୍ବସାଧାରଣରେ କାନ ଧରି ଉଠବସ କରାଇଥିଲେ । ଏହାସହ ଧମକ ଦେଇଥିଲେ ଯଦି 5ମିନିଟ ଭିତରେ ଶହେ ଥର ଉଠବସ ନହୁଅନ୍ତି ତେବେ ତାଙ୍କୁ ପବ୍ଲିକ ମାଡ ମାରିବେ ‘ମୁଁ ଏମଏଲଏ ଆଦେଶ’ ଦେଉଛି ବୋଲି ‘ଅନ ଦ ସ୍ପଟ ଫୈସଲା’ ଶୁଣାଇଥିଲେ ଯାହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

ଏହାକୁ ନେଇ ରାଜ୍ୟବ୍ୟାପୀ ହଇଚଇ ସୃଷ୍ଟି ହୋଇଥିଲା । ଶେଷରେ ନିର୍ଯ୍ୟାତନାର ଶୀକାର ହୋଇଥିବା ଜେଇଙ୍କ ପତ୍ନୀ ବିଧାୟକଙ୍କ ବିରୋଧରେ ଥାନାରେ ଏତାଲା ଦେଇଥିଲେ । ଏହାରି ଭିତରେ ସ୍ଥାନୀୟ ପ୍ରଶାସନ ମଧ୍ୟ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେଇ ସାରିଛନ୍ତି । ବିଭିନ୍ନ ଅନୁଷ୍ଠାନ ଓ ରାଜ୍ୟ ଡିପ୍ଲୋମା ଇଂଞ୍ଜିନିୟର ସଂଘ ମଧ୍ୟ ପାଟଣାଗଡରେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛି ।

ତେବେ ବିଧାୟକ ସରୋଜ ମେହେର ସାମ୍ଭାବ୍ୟ ଗିରଫଦାରୀ ଏଡାଇବା ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେ ନିଜ ଆବେଦନରେ ଦର୍ଶାଇଛନ୍ତି ତାଙ୍କ ବିରୋଧରେ ଯାହା ଅଭିଯୋଗ ଆସିଛି ତାହା ଭିତ୍ତିହୀନ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Intro:Body:

GSG

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.