ଭୁବନେଶ୍ବର: ଏଣିକି ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ଲାଗୁ ହୋଇପାରେ ପାସ ଫେଲ ବ୍ୟବସ୍ଥା । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ।
ସୂଚନାନୁଯାୟୀ, ପଞ୍ଚମରେ ଫେଲ ହେଲେ ପିଲାଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ସୁଯୋଗ ମିଳିବ । ସେହିପରି ଅଷ୍ଟମରେ ପାସ ନକଲେ ପୁଣି ଥରେ ସେହି ଶ୍ରେଣୀରେ ପଢିବାର ବ୍ୟବସ୍ଥା କରାଯାଇଛି । ତେବେ ଏହାକୁ ସରକାର ଗୁରୁତ୍ବର ସହ ବିଚାର କରୁଛନ୍ତି । ଏଥିସହିତ ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ଗୁରୁତ୍ବାରୋପ ହେଉଥିବା କହିଛନ୍ତି ମନ୍ତ୍ରୀ ସମୀର ଦାଶ ।
ଅପରପକ୍ଷେ ପୂର୍ବରୁ ବର୍ଷକୁ ଦୁଇ ଥର ପ୍ୟାରେଣ୍ଟସ୍ ଟିଚର ମିଟିଂ କରାଯାଉଥିବାବେଳେ ଆଗକୁ ଏହାକୁ 4 ଥର କରିବାକୁ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ