ETV Bharat / briefs

ଖୁଚୁରା ବେପାରୀଙ୍କୁ ମାଡ ଘଟଣା: ପୋଲିସର ଶିଥିଳତା ନେଇ ପଞ୍ଚାୟତ ଘେରିଲେ ଗ୍ରାମବାସୀ - weekly market

ଅମୃତଭଣ୍ଡା ବିକ୍ରି କରିବାକୁ ଆସିଥିବା ଅଲଟ କୂଳଲୁକୁ ବଜାର ଠିକାଦାର ସୁରେନ୍ଦ୍ର ସାହୁ ଦ୍ୱାରା ନିସ୍ତୁକ ମାଡ଼ ମାରିବା ଘଟଣା । ପୋଲିସର ଶିଥିଳତାକୁ ନେଇ ଗ୍ରାମବାସୀ ହାତୀବାଡି ଥାନା ଘେରାଉ କରିବା ସହ ବଜାର ବନ୍ଦ କରିବା ପରେ ଆଜି ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା
author img

By

Published : Jul 1, 2019, 11:25 PM IST

Updated : Jul 1, 2019, 11:55 PM IST

ରାଉରକେଲା: ଅମୃତଭଣ୍ଡା ବିକ୍ରି କରିବାକୁ ଆସିଥିବା ଅଲଟ କୂଳଲୁକୁ ବଜାର ଠିକାଦାର ସୁରେନ୍ଦ୍ର ସାହୁ ଦ୍ୱାରା ନିସ୍ତୁକ ମାଡ଼ ମାରିବା ଘଟଣାରେ ପଞ୍ଚାୟତ ଘେରାଉ କରିଥିଲେ ଅଙ୍କୁରପଲ୍ଲୀ ଗ୍ରାମବାସୀ । ଘଟଣାରେ ମାମଲା ରୁଜୁ ହୋଇଥିଲେ ମଧ୍ୟ ପୋଲିସ ବର୍ତ୍ତମାନ ସୁଦ୍ଧା କାହାରିକୁ ଗିରଫ କରିନାହିଁ । ଯାହାକୁ ପ୍ରତିବାଦ କରି ଗ୍ରାମବାସୀ ହାତୀବାଡି ଥାନା ଘେରାଉ କରିବା ସହ ବଜାର ବନ୍ଦ କରିଥିଲେ । କିନ୍ତୁ ମାମଲାରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆନଯିବାରୁ ବାଧ୍ୟ ହୋଇ ପଞ୍ଚାୟତ କାର୍ଯ୍ୟାଳୟ ଘେରାଉ କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ଏଥିସହିତ ପଞ୍ଚାୟତକୁ ଏକ ଦାବିପତ୍ର ପ୍ରଦାନ କରି ଆଜି ଗ୍ରାମବାସୀ ଚରମ ବାଣୀ ଶୁଣାଇଛନ୍ତି । ଜଣେ ଆଦିବାସୀ ଗ୍ରାମବାସୀକୁ ବଜାର ଠିକାଦାର ଦ୍ୱାରା ନିସ୍ତୁକ ମାଡ଼ ମାରିବା ଘଟଣାକୁ ବରଦାସ୍ତ କରିବେ ନାହିଁ । ସେପଟେ ପଞ୍ଚାୟତ ତରଫରୁ ଗ୍ରାମବାସୀଙ୍କୁ କାର୍ଯ୍ୟାନୁଷ୍ଠାନର ଆଶ୍ବାସନା ମିଳିବା ପରେ ପରିସ୍ଥିତିରେ ସୁଧାର ଆସିଥିଲା ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

Intro:ରାଉରକେଲା- ଅଙ୍କରପଲ୍ଲୀ ପଂଚାୟତ ର ଘେରାଓ କରିଛନ୍ତି ଗ୍ରାମବାସୀ। ଏମାନଙ୍କ ଅଭିଯୋଗ ଥିଲା କି ପଂଚାୟତ ଯଦି ଅଙ୍କରପଲ୍ଲୀ ବଜାର ରୁ ତାଙ୍କ ଅସୁଲ କରିବ ହେଲେ ସେମାନଙ୍କୁ ଅସୁବିଧା ନାହିଁ। କିନ୍ତୁ ଜଣେ ଆଦିବାସୀ ଗ୍ରାମବାସୀ କୁ ବଜାର ଠିକାଦାର ଦ୍ୱାରା ନିସ୍ତୁକ ମାଡ଼ ମାରିବା ଘଟଣା କୁ ସେମାନେ ବରଦାସ୍ତ କରିବେ ନାହିଁ। ପଂଚାୟତ କୁ ଏକ ଦାବିପତ୍ର ପ୍ରଦାନ କରି ଆଜି ଗ୍ରାମବାସୀ ଚରମ ବାଣୀ ଶୁଣାଇ ଦେଇଛନ୍ତି।Body:
ଅମୃତଭଣ୍ଡା ବିକ୍ରି କରିବାକୁ ଆସିଥିବା ଅଳବିସ କୂଳଲୁ କୁ ବଜାର ଠିକାଦାର ସୁରେନ୍ଦ୍ର ସାହୁ ଦ୍ୱାରା ନିସ୍ତୁକ ମାଡ଼ ମାରିବା ଘଟଣା ରେ ପୋଲିସ ଦ୍ୱାରା କାହାରିକୁ ଗିରଫ ନ କରିବା ଘଟଣା ରେ ହାଥିବାଡ଼ି ଥାନା ଘେରାଓ ପରେ ବଜାର ବନ୍ଦ କରି ଥିଲା ଗ୍ରାମବାସୀ ଆଜି ପଂଚାୟତ ର ଘେରାଓ କରିଥିଲେ।
Conclusion:ପଂଚାୟତ ତରଫ ରୁ ଗ୍ରାମବାସୀଙ୍କୁ ଉଚିତ କାର୍ଯନୁଷ୍ଠାନ ର ଆଶ୍ୱାସନା ପରେ ପରିସ୍ଥିତି ସାମାନ୍ୟ ହୋଇ ଥିଲା।
Last Updated : Jul 1, 2019, 11:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.