ETV Bharat / briefs

ବାଇକକୁ ପିଟିଲା ଡମ୍ଫର, ଜଣେ ମୃତ

ବାଇକ ସହ ଡମ୍ଫର ମୁହାଁମୁହାଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଛି । ଏଥିରେ 2 ଜଣ ଗୁରୁତର ହୋଇଛନ୍ତି । ମୃତ ନରସିଂହ ନାଗ ଭଟଲିଛକ ସ୍ଥିତ ଟୁଲି ପେଟ୍ରୋଲ ପମ୍ପରେ କାମ କରୁଥିବା ବେଳେ କାମ ସାରି ସେ ନିଜ ସାଙ୍ଗମାନଙ୍କ ସହ ବାଇକରେ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟିଥିଲା ।

author img

By

Published : Jun 18, 2019, 1:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବରଗଡ ଟାଉନ ଥାନାରେ ସଡକ ଦୁର୍ଘଟଣା । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 2ଜଣ ଗୁରୁତର ହୋଇଛନ୍ତି । ମୃତକ ହେଲେ ବରଗଡ଼ ୧ ନମ୍ବର ୱାର୍ଡର ୨୬ ବର୍ଷୀୟ ନରସିଂହ ନାଗ । ସେହିପରି ଗୁରୁତର 2 ଡଣ ହେଉଛନ୍ତି ୮ ନମ୍ବର ୱାର୍ଡ ଖଜୁରଟିକିରା ପଡ଼ାର ନରେଶ ନାଗ ଓ ୯ ନମ୍ବର ୱାର୍ଡ ଡେମ କଲୋନୀ ପଡ଼ାର ରୂପେଶ ବେହେରା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ସୂଚନାନୁସାରେ, ସୋମବାର ରାତି 11ଟାରେ 3 ଜଣ ଯୁବକ ଏଫ2 ୟାମାହା (OD17-f-6301) ବାଇକରେ ବରଗଡ଼ ଭଟଲି ଛକରୁ ଗାନ୍ଧିଛକକୁ ଆସୁଥିଲେ । ଏହି ସମୟରେ ସାମନାରୁ ଆସୁଥିବା ଏକ ଡମ୍ଫର ସହିତ ବାଇକଟି ଧକ୍କା ହୋଇ ଡମ୍ଫର ତଳେ ପଶିଯାଇଥିଲା । ଫଳରେ 3ଜଣ ବାଇକ ଆରୋହୀ ଗାଡ଼ି ତଳେ ଚାପି ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ନରସିଂହଙ୍କ ମୃତ୍ୟୁ ହୋଇଥିଲା । ପରେ ଗୁରୁତର 2 ଜଣଙ୍କୁ ବହୁ କଷ୍ଟରେ ଡମ୍ଫର ଭିତରୁ ଉଦ୍ଧାର କରାଯାଇଥିଲା । ଦୀର୍ଘ ଏକ ଘଣ୍ଟା ପରିଶ୍ରମ ପରେ ଏକ ଜେସିବି ମେସିନ ସାହାଯ୍ୟରେ ଡମ୍ଫରକୁ ଟେକାଯାଇ ପ୍ରଥମେ ଜୀବିତ ଥିବା ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା । ଚିକିତ୍ସା ପାଇଁ ସେମାନଙ୍କୁ ବୁର୍ଲା ବଡ଼ମେଡିକାଲକୁ ପଠାଯାଇଥିଲା । ମୃତ ନରସିଂହ ଭଟଲି ଛକସ୍ଥିତ ଟୁଲି ପେଟ୍ରୋଲ ପମ୍ପରେ କାମ କରୁଥିଲେ । ସେ କାମ ସାରି ସାଙ୍ଗମାନଙ୍କ ସହ ବାଇକରେ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ଘଟଣାକୁ ନେଇ ଦୁର୍ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବିରେ ଆନ୍ଦୋଳନକୁ ଓହ୍ଲାଇଥିଲେ । ପୋଲିସ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ଲୋକେମାନେ ଶାନ୍ତ ହୋଇଥିଲେ । ମୃତକଙ୍କ ପରିବାକୁ ସହାୟତା ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନର ପ୍ରତିଶ୍ରୁତି ପରେ ଆନ୍ଦୋଳନ ହଟିଥିଲା । ତେବେ ଦୁର୍ଘଟଣା ଘଟିଥିବା ବାଇକ ଓ ଡମ୍ଫରକୁ ପୋଲିସ ଜବତ କରିବା ସହିତ ନରସଂହଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଯାଇଛି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

Intro:ବରଗଡ଼ ଟାଉନରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଦୁଇ ଜଣ ଗୁରୁତର ହୋଇଛନ୍ତି । ରାତ୍ରି ୧୧ ଟା ସମୟରେ ତିନିଜଣ ଯୁବକ F2 ୟାମାହା ( OD17 f 6301 ) ବାଇକରେ ବରଗଡ଼ ଭଟଲି ଛକ ପଟୁ ଗାନ୍ଧିଛକ ପଟକୁ ଆସୁଥିବା ବେଳେ ସମନାରୁ ଆସୁଥିବା ଏକ ଡମ୍ଫର ( OD17 A 0410) ସହିତ ମୁହାଁମୁହିଁ ଧକ୍କା ହୋଇ ଡମ୍ଫର ଭିତରକୁ ପଶିଯାଇଥିଲେ । ତେବେ ତିନି ଜଣ ବାଇକ ଆରୋହି ଗାଡ଼ି ତଳେ ଚାପି ହୋଇଯାଇଥିବା ବେଳେ ଘଟଣା ସ୍ଥଳରେ ବରଗଡ଼ ୧ ନମ୍ବର ୱାର୍ଡ ର ୨୬ ବର୍ଷର ନରସିଂହ ନାଗ ଙ୍କର ମୃତ୍ୟୁ ହୋଇଯାଇଥିଲା । ୮ ନମ୍ବର ୱାର୍ଡ ଖଜୁରଟିକିରା ପଡ଼ାର ନରେଶ ନାଗ ଏବଂ ୯ ନମ୍ବର ୱାର୍ଡ ଡେମ କଲୋନୀ ପଡ଼ା ର ରୂପେଶ ବେହେରା ଉଭୟଙ୍କୁ ବହୁ କଷ୍ଟରେ ଡମ୍ଫର ଭିତରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଦୀର୍ଘ ଏକ ଘଣ୍ଟା ପରିଶ୍ରମ କଲା ପରେ JCB ମେସିନ ସାହାଯ୍ୟରେ ଡମ୍ଫର କୁ ଟେକାଯାଇଥିଲା ଏବଂ ପ୍ରଥମେ ଜୀବିତ ଥିବା ୨ ଜଣଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ସେମାନଙ୍କୁ ବୁର୍ଲା ବଡ଼ମେଡିକାଲ କୁ ପଠାଯାଇଥିଲା । ମୃତ ନରସିଂହ ନାଗ ଭଟଲି ଛକ ସ୍ଥିତ ଟୁଲି ପେଟ୍ରୋଲ ପମ୍ପରେ କାମକରୁଥିଲେ ଓ ସେ କାମ ସାରି ସାଙ୍ଗମାନଙ୍କ ସହ ବାଇକରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା ।

Body:ଦୁର୍ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ରାସ୍ତା ଅବରୋଧ କରି ମୃତକଙ୍କ ପରିବାର ବର୍ଗଙ୍କୁ କ୍ଷତିପୂରଣ ଦାବିରେ ଆନ୍ଦୋଳନ କୁ ଓହଲ୍ଲାଇଥିଲେ । ପୋଲିସ ଉତ୍ୟକ୍ତ ଲୋକଙ୍କୁ ବହୁ ବୁଝାସୁଝା କରିବା ପରେ ଲୋକେ ବୁଝିଥିଲେ ଓ ଜିଲ୍ଲା ପ୍ରଶାସନର ପ୍ରତିଶୃତି ପରେ ଯାଇ ଆନ୍ଦୋଳନରୁ ଓହରିଥିଲେ । ତେବେ ଦୁର୍ଘଟଣା ଘଟିଥିବା ବାଇକ ଓ ଡମ୍ଫର କୁ ପୋଲିସ ଜବତ କରିବା ସହିତ ମୃତ ଶରୀରକୁ ମଧ୍ୟ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଯାଇଛି ।

( ମେଲ ରେ ଆଉ ଦୁଇଟି ଭିଡ଼ିଓ ଯାଇଛି । )

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.