ETV Bharat / briefs

ମହୁମାଛି ଆକ୍ରମଣ: 25ରୁ ଊର୍ଦ୍ଧ୍ବ ଗୁରୁତର - injured

ମହୁମାଛି ଆକ୍ରମଣରେ ପ୍ରାୟ 25 ଜଣ ଓକିଲ ଓ ସାଧାରଣ ଲୋକ ଆହତ ହୋଇଥିବାବେଳେ ଖୁବ୍ ଶୀଘ୍ର ମହୁମାଛି ବସା ଭାଙ୍ଗିବାକୁ ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲା ଓକିଲ ସଂଘ ।

ଫଟୋ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର
author img

By

Published : May 2, 2019, 3:36 PM IST

ସୁବର୍ଣ୍ଣପୁର: ଜିଲ୍ଲା ଦୌରାଜଜଙ୍କ କାର୍ଯ୍ୟାଳୟ ପରିସରରେ ମହୁମାଛି ଆକ୍ରମଣରେ ପ୍ରାୟ 25 ଜଣ ଓକିଲ ଓ ସାଧାରଣ ଲୋକ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜିଲ୍ଲା ଓକିଲ ସଂଘର ବରିଷ୍ଠ ଆଇନଜୀବି ମଧୁସୂଦନ ପ୍ରଧାନ ଅଛନ୍ତି । ସେ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହୋଇଛନ୍ତି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ସୁବର୍ଣ୍ଣପୁର

ସୂଚନାନୁସାରେ, ଦୌରାଜଜଙ୍କ କାର୍ଯ୍ୟାଳୟର ଏକ କାନ୍ଥରେ ଦୀର୍ଘ ଦିନରୁ ଏକ ମହୁମାଛି ବସା ରହିଛି । ମହୁମାଛି ଆକ୍ରମଣର ଭୟରେ ଓକିଲଙ୍କ ପକ୍ଷରୁ ଅନେକ ବାର ବନଖଣ୍ଡ ଅଧିକାରୀଙ୍କୁ ଏହି ମହୁମାଛି ବସା ଭାଙ୍ଗିବାକୁ ଅନୁରୋଧ କରିଥିଲେ । ହେଲେ ବନ ବିଭାଗ ଘଟଣାକୁ ହାଲୁକା ଭାବେ ଗ୍ରହଣ କରି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ଓକିଲମାନେ ଅଭିଯୋଗ କରିଛନ୍ତି । ତେବେ ବୁଧବାର ଠାରୁ ନ୍ୟାୟାଳୟ ପରିସରରେ ମହୁମାଛିମାନେ ଘୁରି ବୁଲୁଥିଲେ ।

କୋର୍ଟ ପରିସରରେ ମହୁମାଛିଙ୍କ ଭୟରେ ଜନସାଧାରଣଙ୍କ କୋର୍ଟ କାର୍ଯ୍ୟ ଅଟକି ରହିଥିଲା । ଫଳରେ ଜନଶୂନ୍ୟ ହୋଇପଡିଛି କୋର୍ଟ ପରିସର । ଏଭଳି ଅଘଟଣ ପରେ ତୁରନ୍ତ ମହୁମାଛି ବସା ଭାଙ୍ଗିବାକୁ ବନଖଣ୍ଡ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଜିଲ୍ଲା ଓକିଲ ସଂଘ ।

ସୁବର୍ଣ୍ଣପୁରରୁ ତୀର୍ଥବାସୀ ପଣ୍ଡା, ଇଟିଭି ଭାରତ

Intro:Body:

hf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.