ETV Bharat / briefs

କୋଇଲା ଖଣି ଠିକା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

11 ଦଫା ଦାବିରେ ଓଡିଶା କୋଲଫିଲ୍ଡ ୱାର୍କର ସଂଘ ପକ୍ଷରୁ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଇଛି ।

author img

By

Published : Jun 11, 2019, 5:58 AM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ଝାରସୁଗୁଡା: ୧୧ ଦଫା ଦାବିରେ ଓଡିଶା କୋଲଫିଲ୍ଡ ୱାର୍କର ସଂଘ ପକ୍ଷରୁ ସୋମବାର ଠାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି । ଏହି ଆନ୍ଦୋଳନ ଯୋଗୁଁ ଲଖନପୁର କୋଇଲା ଖଣି କ୍ଷେତ୍ରର ଏମ୍‌ସିଏଲ୍‌ରେ ଥିବା ଭିଏଫପିଏଲ, ଜେଜେ, ଜେସି ଏବଂ ଅନ୍ୟାନ୍ୟ କମ୍ପାନୀର କୋଇଲା ଉତ୍ପାଦନ ଓ ପରିବହନ ସଂପୂର୍ଣ୍ଣ ଠପ୍‌ ହୋଇଯାଇଛି।

ମହାନଦୀ କୋଇଲା ଖଣି ଠିକା ଶ୍ରମିକ ସଂଘର ସଦସ୍ୟ ମାନେ ଲଖନପୁର ଖଣି କ୍ଷେତ୍ରର ପର୍ସନାଲ ଅଫିସରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ । ତେବେ ଖଣି କର୍ତ୍ତୃପକ୍ଷ ଲିଖିତ ପ୍ରତିଶ୍ରୁତି ଦେବା ପରେ ଠିକା ଶ୍ରମିକ ସଂଘ ଆନ୍ଦୋଳନରୁ ଓହରିବାକୁ ନେଇ ନିଷ୍ପତ୍ତି ନେଇଛନ୍ତି । ଏହି କ୍ରମରେ ଆଜି ମଧ୍ୟ ସଂଘ ପକ୍ଷରୁ ଆନ୍ଦୋଳନ ଜାରି ରହିବ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ସୂଚନାନୁସାରେ, ଠିକା ଶ୍ରମିକଙ୍କୁ ସର୍ବନିମ୍ନ ମଜୁରୀ ପ୍ରଦାନ, ବାୟୋମେଟ୍ରିକ୍‌ ପଦ୍ଧତିରେ ଉପସ୍ଥାନ, ବୋନସ , ପେ-ସ୍ଲିପ ଓ ଛୁଟି ବ୍ୟବସ୍ଥା , ସୁରକ୍ଷା ଉପକରଣ ସହ 39 ଛଟେଇ ଠିକା ଶ୍ରମିକଙ୍କୁ ପୁନଃ ନିଯୁକ୍ତି ଆଦି ବିଭିନ୍ନ ଦାବି ନେଇ ସଂଘ ପକ୍ଷରୁ ଆନ୍ଦୋଳନ କରାଯାଇଛି ।

ଅପରପକ୍ଷେ ଠିକା ସଂସ୍ଥାର ପରିଚାଳକଙ୍କ କହିବାନୁଯାୟୀ, ସଂଘ ପକ୍ଷରୁ କରାଯାଇଥିବା ଦାବି ଏବଂ ଆନ୍ଦୋଳନ ସମ୍ପର୍କରେ ପୂର୍ବରୁ ତାଙ୍କ ପାଖରେ କୌଣସି ସୂଚନା ନଥିଲା । ଏହାସହିତ ଏନେଇ କଣ ପଦକ୍ଷେପ ନିଆଯିବ ତାହାର ଜବାବ ମଧ୍ୟ ଏମସିଏଲ ପକ୍ଷରୁ ମିଳିଥିବା ଚିଠିରେ ଦେଇସାରିଛି । ସେପଟେ ଘଟଣାକୁ ନେଇ ବର୍ତ୍ତମାନ ସୁଦ୍ଧା ଏମସିଏଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:Script In mail

Body:।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.