ETV Bharat / briefs

ପଶ୍ଚିମବଙ୍ଗ ସୀମାରେ ଓଡ଼ିଆ ଯବାନଙ୍କ ଆତ୍ମହତ୍ୟା ! - west bengal

ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକି ଗାଁର ସାଗର ଗୌଡ଼ ପଶ୍ଚିମବଙ୍ଗ ସୀମାରେ ବିଏସଫ ଯବାନ ଭାବେ କାର୍ଯ୍ୟରତ ଥିଲେ । ମଙ୍ଗଳବାର ରାତିରେ କାର୍ଯ୍ୟରତ ଥିବା ସମୟରେ ନିଜ ବନ୍ଧୁକରେ ନିଜକୁ ଗୁଳି ମାରି ଆତ୍ମହତ୍ୟା କରିଥିବା ସୂଚନା ରହିଛି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଗଜପତି
author img

By

Published : Mar 27, 2019, 5:11 PM IST

ଗଜପତି: ପଶ୍ଚିମବଙ୍ଗ ସୀମାରେ ଜଣେ ଓଡିଆ ଯବାନ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ମୃତ ଯବାନ ଜଣକ ଗଜପତି ଜିଲ୍ଲା ମୋହନା ବ୍ଲକ ଝିଲିକି ଗାଁର ସାଗର ଗୌଡ଼ ବୋଲି ଜଣାପଡିଛି । ସେ ସୀମାରେ ବିଏସଏଫ ଯବାନ ଭାବେ କାର୍ଯ୍ୟ କରୁଥିବାବେଳେ ମଙ୍ଗଳବାର ରାତିରେ ଡ୍ୟୁଟି କରୁଥିବା ସମୟରେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ।

ଗତକାଲି ରାତିରେ ସେ ପଶ୍ଚିମବଙ୍ଗ ସୀମା ପତିରାମ ଅଞ୍ଚଳରେ ଡ୍ୟୁଟି କରୁଥିବାବେଳେ ପ୍ରାୟ 11.55 ସମୟରେ ନିଜ ବନ୍ଧୁକରେ ନିଜେ ଗୁଳି କରି ଆତ୍ମାହତ୍ୟା କରିଥିବା ଡେପୁଟି କମାଣ୍ଡର ସୂଚନା ଦେଇଛନ୍ତି । ଯବାନଙ୍କ ଆତ୍ମହତ୍ୟା ପରେ ତାଙ୍କ ପରିବାର ଲୋକଙ୍କୁ ଗତରାତିରେ ଫୋନ ଯୋଗେ ଖବର ଦିଆଯାଇଛି ।

ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି, ତାହା ତଦନ୍ତ ପରେ ଜଣାପଡିବ ବୋଲି ଡିସି କହିଛନ୍ତି । ସେପଟେ ଯବାନଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ଓଡିଶାକୁ ପଠାଯିବ ବୋଲି ସୂଚନା ଦେଇଛନ୍ତି ।

ଗଜପତିରୁ ହରିହର ପଟ୍ଟନାୟକ, ଇଟିଭି ଭାରତ

Intro:Body:

ଅଧର୍ମର ହେବ ବିନାଶ, ଧର୍ମର ହେବ ଜୟ: ସମ୍ବିତ ପାତ୍ର

ବ୍ରହ୍ମଗିରି: ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ମଙ୍ଗଳବାର ବ୍ରହ୍ମଗିରି ଗସ୍ତ କରିଥିଲେ। ଏହି ଅବସରରେ ଆରାଧ୍ୟ ବାବା ଅଲାରନାଥଙ୍କୁ ଦର୍ଶନ କରିବା ସହ ବିଜେପିର ବିଧାନସଭା ପ୍ରାର୍ଥୀ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ବିଜୟ ପାଇଁ ପୂଜାର୍ଚ୍ଚନା କରିଥିଲେ।

ଗୋରୁଆଳ ଛକ ଠାରୁ ଶତାଧିକ ବିଜେପି କର୍ମୀଙ୍କ ସହ ସମ୍ବିତ୍ ପାତ୍ର, ଲଳିତେନ୍ଦୁ ଓ ଦିବଙ୍ଗତ ନେତା ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ଶୋଭାଯାତ୍ରାରେ ଗଡ଼ରୋଢଙ୍ଗ ସ୍ଥିତ ଲୁଲୁଙ୍କ ବାସଭବନରେ ପହଞ୍ଚିଥିଲେ। ସେଠାରେ ସ୍ଥାନୀୟ ନେତା ସେମାନଙ୍କୁ ସମ୍ବୋଧିତ କରିଥିଲେ।

ବିଜେପିର ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ସୋମବାର ସାକ୍ଷୀଗୋପାଳ ଠାରେ ଦଳୀୟ ଶୋଭାଯାତ୍ରା କରୁଥିବା ବେଳେ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ହାତରେ ଧରିଥିଲେ। ଏହାକୁ ବିରୋଧ କରି ପୁରୀରେ ସେବକ ମାନେ ସମ୍ବିତଙ୍କ କ୍ଷମା ପ୍ରାର୍ଥନା ପାଇଁ ଦାବି କରିଥିଲେ।

ଏହି ବିରୋଧର ଉତ୍ତର ରଖି ସମ୍ବିତ୍ କହିଥିଲେ 'ଶୋଭାଯାତ୍ରା ସମୟରେ ଜଣେ ତାଙ୍କୁ ଉପହାର ଦେଇଥିଲେ ତାଙ୍କୁ ଗ୍ରହଣ କରି ମୂଁ ମୋ ମଥାରେ ଲଗାଇଥିଲି। ମୁଁ ଭଗବାନଙ୍କୁ ମଥାରେ ଲଗାଇବା କଣ ଭୁଲ ବୋଲି ସେ ପ୍ରଶ୍ନ କରିଥିଲେ? 

ବ୍ରହ୍ମଗିରିରୁ ଦେବାଶିଷ ଦାସ, ଇଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.