ETV Bharat / briefs

ବାତ୍ୟାକୁ ପୂରିଲା ମାସେ, ଏବେବି ଅପହଞ୍ଚ ବିଦ୍ୟୁତ ସେବା - electricity

ଫନି ଯିବାର ମାସେ ପୂରିଥିଲେ ମଧ୍ୟ ଏବେ ବି ବିଦ୍ୟତ୍ ସେବାରୁ ବଞ୍ଚିତ ଖୋର୍ଦ୍ଧା ତାପଙ୍ଗ ପଞ୍ଚାୟତ ନୂଆସାହିବାସୀ । ଖୋଦ୍ ଜିଲ୍ଲାପାଳ ଏହାକୁ ସ୍ବୀକାର କରିଥିବା ବେଳେ ଖୁବଶୀଘ୍ର ଏହାର ମରାମତି କରାଯାଇ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି କହିଛନ୍ତି ।

ଫଟୋ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା
author img

By

Published : Jun 3, 2019, 6:47 PM IST

ଖୋର୍ଦ୍ଧା: ପ୍ରଳୟଙ୍କାରୀ ବାତ୍ୟା 'ଫନି'ର ତାଣ୍ଡବକୁ ଇତିମଧ୍ୟରେ ପୂରିଛି ଏକ ମାସ । ହେଲେ ବର୍ତ୍ତମାନ ସୁଦ୍ଧା ଅଣ୍ଟା ସଳଖିପାରିନି ବିଦ୍ୟୁତ୍ ବିଭାଗ । କେଉଁଠାରେ ବିଦ୍ୟୁତ ଖୁଣ୍ଟ ଧନୁ ଆକୃତି ହୋଇଛି ତ ଆଉ କେଉଁଠି ବିଦ୍ୟୁତ ଟ୍ରାନ୍ସଫର୍ମର ମାଟିରେ ଶୋଇପଡିଛି। ଏ ଦୃଶ୍ୟ ହେଉଛି ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ପଞ୍ଚାୟତ ନୂଆସାହିର ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଖୋର୍ଦ୍ଧା

ବିଗତ ଏକ ମାସ ଧରି ବିଦ୍ୟୁତ ଆଲୁଅ କଣ ବୋଲି ନୂଆସାହିବାସୀ ଦେଖିନଥିବା ବେଳେ ସଞ୍ଜ ନଇଁଲେ ଜୀବଜନ୍ତୁଙ୍କ ଭୟ ସେମାନଙ୍କ ନିଦ ହଜାଇ ଦେଉଛି । ବିଦ୍ୟୁତ ଆଲୋକର ଅଭାବ ଏବେ ସେଠାର ଥିବା ପିଲାଙ୍କ ପାଠ ପଢାରେ ଡୋରି ପକାଇଛି । ପଞ୍ଚାୟତର ଏଭଳି ଦୁର୍ଦ୍ଦଶା ସମ୍ପର୍କରେ ବାରମ୍ବାର ଜିଲ୍ଲା ପ୍ରଶାସନ ନିକଟରେ ଗୁହାରି କରି ନିରାଶ ହୋଇଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ କିଛି ସ୍ଥାନରେ ବିଦ୍ୟୁତ ସେବା ପହଞ୍ଚିନଥିବା ଖୋଦ୍ ଜିଲ୍ଲାପାଳ ସ୍ବୀକାର କରିଥିବା ବେଳେ ଖୁବଶୀଘ୍ର ଏହାର ମରାମତି କରାଯାଇ ଉପଭୋକ୍ତାଙ୍କୁ ବିଦ୍ୟୁତ ସେବା ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.