ETV Bharat / briefs

ତେଲେଙ୍ଗାନାରେ ବଢିଲା ନାଇଟ୍ କର୍ଫ୍ୟୁ ଅବଧି - ତେଲେଙ୍ଗାନାରେ ବଢିଲା ନାଇଟ୍ କର୍ଫ୍ୟୁ ଅବଧି

କୋରୋନା ସଂକ୍ରମଣ ବୃଦ୍ଧି ହେତୁ ତେଲେଙ୍ଗାନାରେ ନାଇଟ କର୍ଫ୍ୟୁକୁ ଆହୁରି 7 ଦିନ ବୃଦ୍ଧି କରାଯାଇଛି। ବର୍ତ୍ତମାନ 7 ମେ ସକାଳ 5 ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ରହିବ । ଅଧିକ ପଢନ୍ତୁ...

ନାଇଟ୍ କର୍ଫ୍ୟୁ
ନାଇଟ୍ କର୍ଫ୍ୟୁ
author img

By

Published : Apr 30, 2021, 4:44 PM IST

ହାଇଦ୍ରାବାଦ: କୋରୋନା ସଂକ୍ରମଣ ବୃଦ୍ଧି ହେତୁ ତେଲେଙ୍ଗାନାରେ ନାଇଟ କର୍ଫ୍ୟୁକୁ ଆହୁରି 7 ଦିନ ବୃଦ୍ଧି କରାଯାଇଛି। ବର୍ତ୍ତମାନ 7 ମେ ସକାଳ 5 ଟା ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ରହିବ । ରାଜ୍ୟବ୍ୟାପୀ ନାଇଟ୍ କର୍ଫ୍ୟୁ ରାତି 9 ଟାରେ ଲାଗୁ ହୋଇ ସକାଳ 5 ଟା ପର୍ଯ୍ୟନ୍ତ ଜାରି ରହିଛି।

ଏହାପୂର୍ବରୁ 19 ଏପ୍ରିଲରେ ତେଲେଙ୍ଗାନା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ତାଗିଦ୍ କରିଥିଲେ । ଏହାପରେ ସରକାର ନାଇଟ୍ କର୍ଫ୍ୟୁ ଏବଂ ସପ୍ତାହନ୍ତ ଲକଡାଉନ୍ ନିଷ୍ପତ୍ତି ନେଇଥିଲେ । ଏହାପରେ ତେଲେଙ୍ଗାନା ସରକାର 20 ଏପ୍ରିଲ ନାଇଟ୍ କର୍ଫ୍ୟୁ ଲାଗୁ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

କେବଳ ଅତ୍ୟାବଶ୍ୟକ ସେବା ଯେପରିକି ଔଷଧ, କ୍ଷୀର, ପନିପରିବା, ଫଳ, ଫୁଲ, ରାସନ, ପେଟ୍ରୋଲ ପମ୍ପ, ସିଏନସି କେନ୍ଦ୍ର, ଡାକ୍ତରଖାନା, ଡାଇଗ୍ନୋଷ୍ଟିକ୍ ଲ୍ୟାବ, ଫାର୍ମାସିକୁ ବାଦ୍ ଦେଇ ସମସ୍ତ ଅଫିସ୍, ଦୋକାନ, ପ୍ରତିଷ୍ଠାନ ଏବଂ ରେଷ୍ଟୁରାଣ୍ଟ ଇତ୍ୟାଦି ନାଇଟ୍ କର୍ଫ୍ୟୁ ସମୟରେ 8 ଟା ପରେ ବନ୍ଦ ରହିବ ।

ପ୍ରକାଶଥାଉକି, ଗତ 24 ଘଣ୍ଟା ମଧ୍ୟରେ ଭାରତରେ 3,86,452 ନୂତନ କୋରୋନା ମାମଲା ଚିହ୍ନଟ ହୋଇଥିବା ବେଳେ ମୋଟ୍ ପଜିଟିଭ୍ ସଂଖ୍ୟା 1,87,62,976 କୁ ବୃଦ୍ଧି ପାଇଛି। ଗତ 24 ଘଣ୍ଟା ମଧ୍ୟରେ 3,498 ଜଣଙ୍କର ମୃତ୍ୟୁ ଘଟିଛି । ଏହା ପରେ ସାରା ଦେଶରେ କୋରୋନାରୁ ମୃତ୍ୟୁ ସଂଖ୍ୟା 2,08,330 କୁ ବୃଦ୍ଧି ପାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.