ଟାଂଟନ: କ୍ରିକେଟ୍ ମହାକୁମ୍ଭରେ ଶନିବାର 13ତମ ମ୍ୟାଚ ଆଫଗାନିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଛି । ନ୍ୟୁଜଲାଣ୍ଡ ଟିମ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ଆଫଗାନ୍ ପ୍ରଥମେ ବ୍ୟାଟିଂ କରି ବିପକ୍ଷ ଦଳକୁ 173ରନର ଟାର୍ଗେଟ ଦେଇଛି । ଆଫଗାନିସ୍ତାନର ବ୍ୟାଟ୍ସମ୍ୟାନ ହସମୁତୁଲଲ୍ଲା ସାହିଦି କେବଳ ଅର୍ଦ୍ଧଶତକ ହାସଲ କରିଛନ୍ତି ।

ନ୍ୟୁଜଲାଣ୍ଡ ବୋଲର୍ ଜେମ୍ସ ନିଶାମ ସର୍ବାଧିକ 5ଟି ଓ୍ବିକେଟ୍ ହାସଲ କରିଥିଲାବେଳେ ଲୁକି ଫର୍ଗୁସନ୍ 4 ଓ୍ବିକେଟ ଅକ୍ତିଆର କରିଛନ୍ତି । ସେହିପରି କଲିନ୍ ଡି’ଗ୍ରାଣ୍ଡହୋମଙ୍କୁ ଗୋଟିଏ ଓ୍ବିକେଟରେ ସନ୍ତୁଷ୍ଟ ହେବାକୁ ପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ