ETV Bharat / briefs

ଫନିକୁ ନେଇ ସରକାରଙ୍କୁ ଘେରିଲେ ମାଓବାଦୀ ! - FANI

ଜନତାଙ୍କ ପାଇଁ ଲୁହ ଝରାଇଲା ଲାଲବାହୀନି । ଫନି ପାଇଁ କେବଳ ସରକାର ହିଁ ଦାୟୀ ବୋଲି ଅଭିଯୋଗ କଲେ ସିପିଆଇ ମାଓବାଦୀ ଓଡିଶା ଶାଖା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା
author img

By

Published : May 18, 2019, 11:15 PM IST

ରାୟଗଡା: ସେମାନେ ରକ୍ତର ହୋଲି ଖେଳନ୍ତି । ଗଣତନ୍ତ୍ରକୁ ବିରୋଧ କରନ୍ତି । ବିକାଶକୁ ବାଧା ଦିଅନ୍ତି । ଆଉ ସାଧାରଣ ଲୋକଙ୍କ ରକ୍ଷକ ବୋଲି ନିଜକୁ ଦାବି କରନ୍ତି, ହେଲେ ସାମୁଦ୍ରିକ ଝଡ ଫନି ପାଇଁ ସେମାନଙ୍କ ଆଖିରୁ ଝରିଛି ଲୁହ । ଆଉ ଫନିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ସମବେଦନା ଜଣାଇବା ସହ ସ୍ଥିତି ସ୍ବାଭାବିକ ପାଇଁ ମଧ୍ୟ କାମନା କରିଛନ୍ତି ।

PHOTO
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାୟଗଡା

ଆଜି ମାଓବାଦୀ ଓଡ଼ିଶା କମିଟି ପକ୍ଷରୁ ଜାରି କରାଯାଇଛି ଏମିତି ଚାରି ପୃଷ୍ଠାର ଲେଖା । ଯେଉଁଥିରେ ସିଧାସଳଖ ଫନି ପାଇଁ ରାଜ୍ୟ ସରକାରଙ୍କୁ ଦାୟୀ କରାଯାଇଛି । ଡାକ ମାଧ୍ୟମରେ ଆସିଥିବା ୪ ପୃଷ୍ଠାର ଏହି ଚିଠିରେ ଓଡ଼ିଶା ରାଜ୍ୟ କମିଟି ପ୍ରବକ୍ତା ଚକରା ବିଶୋଇର ଦସ୍ତଖତ ରହିଛି । ଚିଠିରେ ମାଓବାଦୀ ଫନିରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପାଇଁ ସମବେଦନା ପ୍ରକାଶ କରିବା ସହ ଫନି ପାଇଁ ଉଭୟ କେନ୍ଦ୍ରଓ ରାଜ୍ୟ ସରକାରଙ୍କୁ ଦାୟୀ କରିଛନ୍ତି ।

ସରକାର ଶିଳ୍ପାୟନ ନାରେ ବ୍ୟାପକ ପରିବେଶ ନଷ୍ଟ କରିବା ସହ ବିଶ୍ବ ଜଳବାୟୁ ପାଇଁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି କରୁଛନ୍ତି । ଯଦ୍ବାରା ପରିବେଶ ସନ୍ତୁଳନ ହରାଇବା ସହ ପ୍ରାକୃତିକ ବିପର୍ଯ୍ୟୟ ଆସୁଛି ବୋଲି ମାଓବାଦୀ କହିଛନ୍ତି ।

ଯେତେବେଳେ ଏଭଳି ଘଟଣା ମାନ ଘଟୁଛି ସରକାର ପ୍ରାକୃତିକ ବିପର୍ଯ୍ୟୟର ଆଖ୍ୟା ଦେଇ ଲୋକଙ୍କୁ ଶୋଷଣ କରୁଛି ବୋଲି ମାଓବାଦୀ ଚିଠିରେ ଉଲ୍ଲେଖ କରିଛନ୍ତି । ମାଓବାଦୀ କହିଛନ୍ତି ଜଙ୍ଗଲ କ୍ଷୟ ପ୍ରାକୃତିକ ସମ୍ପଦ ନଷ୍ଟ, ପରିବେଷ ବିନାଶକାରୀ ପ୍ରକଳ୍ପ ନୀତି, ଜାତୀୟ ସୁରକ୍ଷା ନାମରେ ପ୍ରତିଦିନ ଯୁଦ୍ଧାସ୍ତ୍ର ପରୀକ୍ଷଣ ସହ କଂକ୍ରିଟ ଜଙ୍ଗଲ ସୃଷ୍ଟି କରିବା ଯୋଗୁଁ ଏହି ପରି ବିପତ୍ତି ଘଟୁଛି ବୋଲି ମାଓବାଦୀ କହିଛନ୍ତି । ତେଣୁ ସରକାରଙ୍କ ସମସ୍ତ ଶିଳ୍ପାୟନ ନୀତିକୁ ବିରୋଧ କରିବା ସହ ଲୋକଙ୍କୁ ଶୋଷଣ ନକରିବା ପାଇଁ ସରକାରଙ୍କୁ ଚେତାବନୀ ଦେଇଛନ୍ତି ।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

ଭାଙ୍ଗିଲା ପଞ୍ଚଦଶ ବିଧାନସଭା ।ନିୟମ ଅନୁଯାୟୀ ଭୋଟ ଗଣତି ପୂର୍ବରୁ ବିଧାନସଭା ଭଙ୍ଗ କରିବାର ବ୍ୟବସ୍ଥା ରହିଛି ୨୦୧୯  ସାଧାରଣ ନିର୍ବାଚନର ଭୋଟ ଗଣତି ମେ।୨୩ ରେ ହେବାକୁ ଯାଉଛି ।ତା ପୂର୍ବରୁ ପଞ୍ଚଦଶ ବିଧାନସଭା ଭଙ୍ଗ କରିବା ପ୍ରସ୍ତାବ କୁ ଆଜି ରାଜ୍ୟ କ୍ୟବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି ।ସୂଚନା ଅନୁସାରେ ପଞ୍ଚଦଶ ବିଧାନସଭା ୨୦୧୪ ଜୁନ୍ ୧୨ତାରିଖରେ ଗଠନ ହୋଇଥିବା ବେଳେ ,ଏହାର ଅବଧି ୨୦୧୯ ଜୁନ୍ ୧୧ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ।ତେବେ ନିୟମ ଅନୁଯାୟୀ ଭୋଟ ଗଣତି ପୂର୍ବରୁ ବିଧାନସଭା ଭଙ୍ଗ କରିବା ର ବ୍ୟବସ୍ଥା ରହିଥିବା ଯୋଗୁଁ ରାଜ୍ୟସରକାର ଆଜି ବିଧାନସଭା ଭଙ୍ଗ କରିବା ପାଇଁ ରାଜ୍ୟ ପାଳ ଙ୍କୁ ସୁପାରିଶ କରିଛନ୍ତି ।

ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ରାଜ୍ୟ ପାଳଙ୍କୁ ସୁପାରିଶ କରାଯାଇଥିବା ବେଳେ ।ଫୋନି ବାତ୍ୟା ପାଇଁ ରିଲିଫ ବ୍ୟବସ୍ଥା ,ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ହୋଇଥିବା କର୍ମଚାରୀ ,ବାତ୍ୟାରେ ବ୍ୟବହୃତ ହୋଇଥିବା ଜାନବାହନ ର ଭଡା ଦେୟ ,ଓ ବିଦ୍ୟୁତ୍ ବିଭାଗର ର ପୁନରୁଦ୍ଧାର ପାଇଁ ଉଦ୍ଦିଷ୍ଟ ଏସଡିଆରଏଫ ଓ ଏନଡିଆରଏଫ ମାନଦଣ୍ଡ କୋହଳ କରିବା ପ୍ରସ୍ତାବ କୁ କ୍ୟାବିନେଟ ରେ ଅନୁମୋଦନ ହୋଇଛି ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.