ETV Bharat / briefs

ବିଭାଗୀୟ ଅଧିକାରୀଙ୍କ ସହ 'ଫନି' ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ - cyclone fani

ବାତ୍ୟା ମୁକାବିଲା ନେଇ ବିଭାଗୀୟ ଅଧିକାରୀଙ୍କ ସହ ସ୍ଥିତି ପରଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟ ସରକାର ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : May 4, 2019, 3:11 PM IST

ଭୁବନେଶ୍ବର: 1999 ମହାବାତ୍ୟାର ଦ୍ବିତୀୟ ରୂପ 'ଫନି' । ଓଡିଶା ପାଇଁ ଥିଲା ଆଉ ଏକ କଳା ଦିବସ । ଆଖି ଆଗରେ ପୁଣି ଥରେ ଘଟିଲା ପୁନରାବୃତ୍ତି । ଆଜି ବି ସେ ଦିନକୁ ଭୁଲିନଥିବା ଓଡିଶାବାସୀଙ୍କ ପାଇଁ ପୁଣି ଫନି କରାଳ ରୂପ ଦେଖାଇଛି ।

ଖରାଦିନେ ଏଭଳି ପ୍ରଳୟଙ୍କର ବାତ୍ୟାର ଗତ 43 ବର୍ଷର ପ୍ରଥମ ବିପର୍ଯ୍ୟୟ ଏବଂ ଗତ 150 ବର୍ଷରେ ତୃତୀୟ ପ୍ରଳୟଙ୍କରୀ ବାତ୍ୟା । ବାତ୍ୟା ପରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ ଆଲୋଚନା କରିଛନ୍ତି ।

ଏଭଳି ବାତ୍ୟାକୁ ଟ୍ରାକିଂ କରିବା ବେଶ କଷ୍ଟକର ଥିଲା । ବିଭିନ୍ନ ସଂସ୍ଥା ଦ୍ୱାରା ହେଉଥିବା ପୂର୍ବାନୁମାନ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ପରେ ଏହାର ଗତିପଥ ସ୍ପଷ୍ଟ ନଥିଲା । ତେବେ ରାଜ୍ୟ ସରକାର ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତ୍ତି ନେଇଥିବାବେଳେ ଆଜି ବିଭାଗୀୟ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଫନି ଦାଉରୁ ଲୋକଙ୍କୁ ବଞ୍ଚାଇବା ପାଇଁ ଗତ 24 ଘଣ୍ଟା ମଧ୍ୟରେ ଦେଶର ସର୍ବବୃହତ ସ୍ଥାନାନ୍ତରଣ କରାଯାଇଛି । 24 ଘଣ୍ଟାରେ 12 ଲକ୍ଷରୁ ଅଧିକ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମରେ ସର୍ବାଧିକ 3ଲକ୍ଷ 20 ହଜାର ଓ ପୁରୀରେ 1 ଲକ୍ଷ 20 ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ରାତି ମଧ୍ୟରେ ୯୦୦୦ ଆଶ୍ରୟସ୍ଥଳୀରେ ମାଗଣାରେ ୭୦୦୦ ରୋଷଇ ଘରେ ଖାଦ୍ୟ ଯୋଗାଇ ଦିଆଯାଉଛି । ଏଥିରେ ୪୫ ହଜାର ସ୍ବେଚ୍ଛାସେବୀ, 2000 ଆପଦକାଳୀନ କର୍ମୀ, ଓଡ୍ରାଫ, ଏନଡିଆରଏଫ ଓ 1 ଲକ୍ଷ ସରକାରୀ କର୍ମଚାରୀ 24 ଘଣ୍ଟା କାମ କରୁଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଶୁକ୍ରବାର 'ଫନି' ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୨୦୦ ରୁ ୨୪୦ କିଲୋମିଟର ଥିଲା । ଏହାର ପ୍ରଭାବରେ ଭିତ୍ତିଭୂମି, ବିଦ୍ୟୁତ, ଟେଲିକମ ଓ ଜଳ ଯୋଗାଣ ସେବା ସମ୍ପୂର୍ଣ ବିପନ୍ନ ହୋଇଛି । ଲକ୍ଷ ଲକ୍ଷ ଗଛ ଉପୁଡି ରାସ୍ତା ଅବରୋଧ କରିବା ସହ ଅନେକ ଲୋକଙ୍କ ଘର ଭାଙ୍ଗିଯାଇଛି । ପୁରୀ ଓ ଖୋର୍ଦ୍ଧାରେ ଅର୍ଦ୍ଧାଧିକ ଅଞ୍ଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାବେଳେ ଏହାର ପୁନରୁଦ୍ଧାର କଷ୍ଟକର ବୋଲି ସେ କହିଛନ୍ତି ।

ଏତଦବ୍ୟତୀତ କଟକ, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ପ୍ରାଥମିକ ତଥ୍ୟ ଅନୁଯାୟୀ ପୁରୀ ଓ ଖୋର୍ଦ୍ଧାରେ ସମସ୍ତ କଚ୍ଚା ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବାବେଳେ ରାଜ୍ୟ ସରକାର ପ୍ରତ୍ୟେକ ଲୋକଙ୍କ ଜୀବନ ରକ୍ଷା ପାଇଁ କାମ କରୁଛନ୍ତି ।

ଅପରପକ୍ଷେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ସାରା ବିଶ୍ୱ ମୃତ୍ୟୁ ସଂଖ୍ୟା ପଚାରୁଛନ୍ତି, ସେତେବେଳେ କ୍ଷତିଗ୍ରସ୍ତ ଲୋକ ପାଣି, ବିଜୁଳି ଓ ଭିତ୍ତିଭୂମି କଥା ପଚାରୁଛନ୍ତି । କାରଣ ସେମାନେ ଜାଣିଛନ୍ତି ସରକାର ସେମାନଙ୍କ ସହ ଅଛନ୍ତି ।

ମହାବାତ୍ୟା ପରି ଏତେ ବଡ଼ ବାତ୍ୟା ପରେ ବି ଜନସାଧରଣଙ୍କ ସହଯୋଗରେ ଆମ ଲୋକ ନିରାପଦରେ ଅଛନ୍ତି । ଏହା ହିଁ ପରିବର୍ତ୍ତନ, ଆମ ବ୍ୟବସ୍ଥାରେ ଓ ପ୍ରସ୍ତୁତିରେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଭୁବନେଶ୍ବରରୁ ଅଜିତ୍ ଦାଶ ଏବଂ ତପନ ଦାସ, ଇଟିଭି ଭାରତ

ଭୁବନେଶ୍ୱର () ବାତ୍ୟା ଫନି ଉପକୂଳ ଓଡିଶାର ପୁରୀ ଓ ଖୋର୍ଦ୍ଧାରେ ତାଣ୍ଡବ ରାଚାଇଛି । ଛାରଖାର ହୋଇଛି ବିଦ୍ୟୁତ ଓ ଟେଲିକମ୍ ସେବା । ଫନି ଗ୍ରୀଷ୍ମ ଋତୁରେ ଗତ 43 ବର୍ଷରେ ପ୍ରଥମ ବିପର୍ଯ୍ୟୟ ଏବଂ ଗତ 150 ବର୍ଷରେ ତୃତୀୟ ପ୍ରଳୟଙ୍କରୀ ବାତ୍ୟା । ବାତ୍ୟା ପରେ ଆଜି ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କ ସହ କ୍ଷୟକ୍ଷତି ସମ୍ପର୍କରେ କଥା ହୋଇଛନ୍ତି । 
ଏଭଳି ବାତ୍ୟାକୁ ଟ୍ରାକିଂ କରିବା ବେଶ କଷ୍ଟକର ଥିଲା । ବିଭିନ୍ନ ସଂସ୍ଥା ଦ୍ୱାରା ହେଉଥିବା ପୂର୍ବାନୁମାନ ମଧ୍ୟରେ ଲାଣ୍ଡଫଲ ପରେ ଏହାର ଗତିପଥ ସ୍ପଷ୍ଟ ନଥିଲା । ତେବେ ରାଜ୍ୟ ସରକାର ସବୁ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହେବାକୁ ନିଷ୍ପତି ନେଇଛନ୍ତି ବୋଲି ଆଜି ବିଭାଗୀୟ ଅଧିକାରୀଙ୍କ ସହ ପରିସ୍ଥିତିର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଛନ୍ତି । 
ଏହି ବାତ୍ୟାରେ ଗତ 24 ଘଣ୍ଟା ମଧ୍ୟରେ ଦେଶର ସର୍ବବୃହତ ସ୍ଥାନାନ୍ତରଣ କରାଯାଇଛି । 24 ଘଣ୍ଟାରେ 12 ଲକ୍ଷରୁ ଅଧିକ ଲୋକଙ୍କ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଛି । ଗଞ୍ଜାମରେ 3ଲକ୍ଷ 20 ହଜାର ଓ ପୁରୀରେ 1ଲକ୍ଷ 20 ଜହାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସେମାନଙ୍କୁ 7000 ମାଗଣା ରୋଷେଇଘରେ ଖାଦ୍ୟ ଦିଆଯାଉଛି । ଏଥିରେ 45 ଲକ୍ଷ ସ୍ବେଛାସେବୀ, 2000 ଆପଦକାଳୀନ କର୍ମୀ, ଓଡ୍ରାଫ, ଏନଡିଆରଏଫ ଓ 1 ଲକ୍ଷ ସରକାରୀ କର୍ମଚାରୀ 24 ଘଣ୍ଟା କାମ କରୁଛନ୍ତି ବୋଲି ସେ କହିଛନ୍ତି । 
ଗତକାଲି ପୁରୀରେ ଫନି ସ୍ଥଳଭାଗକୁ ଛୁଇଁବା ସମୟରେ ପବନ ବେଗ 200 ରୁ 240 କିଲୋମିଟର ଥିଲା । ଏଥିରେ ପାନୀୟ ଜଳଯୋଗାଣ, ବିଦ୍ୟୁତ ସେବା ଓ ଟେଲିକମ୍ ସେବା ସମ୍ପୂର୍ଣ ବିପନ୍ନ ହୋଇଛି । ଲକ୍ଷାଧିକ ଗଛ ଶୋଇଯାଇଥିବା ବେଳେ ଘରଦ୍ୱାର ଭାଙ୍ଗିଯାଇଛି ଓ ରାସ୍ତା ଅବରୋଧ ହୋଇଛି । ପୁରୀ ଓ ଖୋର୍ଦ୍ଧାର ଅର୍ଦ୍ଧାଧିକ ଅଂଚଳରେ ବିଦ୍ୟୁତ ସେବା ସମ୍ପୂର୍ଣ ନଷ୍ଟ ହୋଇଛି । ସମ୍ପୂର୍ଣ ବିଦ୍ୟୁତ ସେବାର ପୁନରୁଦ୍ଧାର କଷ୍ଟକର ବୋଲି ସେ କହିଛନ୍ତି । 
ଏହାଭିନ୍ନ କଟକ, ଜଗତସିଂହପୁର, ବାଲେଶ୍ଵର, ଭଦ୍ରକ, ଯାଜପୁର ଆଦି ଜିଲ୍ଲାରେ ବି ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହିସବୁ ଜିଲ୍ଲାରୁ ତଥ୍ୟ ସଂଗ୍ରହ କରାଯାଉଛି । ପ୍ରାଥମିକ ତଥ୍ୟ ଅନୁଯାୟୀ ପୁରୀ ଓ ଖୋର୍ଦ୍ଧାରେ ସମସ୍ତ କଚ୍ଚା ଘର ସମ୍ପୂର୍ଣ ଭାଙ୍ଗି ଯାଇଛି । ତେବେ ରାଜ୍ୟ ସରକାର ପ୍ରତ୍ୟେକ ଲୋକଙ୍କ ଜୀବନ ରକ୍ଷା ପାଇଁ କାମ କରୁଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଯେତେବେଳେ ସାରା ବିଶ୍ୱ ମୃତୁ ସଂଖ୍ୟା କଥା ପଚାରୁଛନ୍ତି ସେତେବେଳେ କ୍ଷତିଗ୍ରସ୍ତ ଲୋକ ପାଣି, ବିଜୁଳି ଓ ଭିତ୍ତିଭୂମି କଥା ପଚାରୁଛନ୍ତି । କାରଣ ସେମାନେ ଜାଣିଛନ୍ତି ସରକାର ସେମାନଙ୍କ ସହ ଅଛନ୍ତି । 
ମହାବାତ୍ୟା ପରି ଏତେବଡ଼ ବାତ୍ୟା ହେଲା । କିନ୍ତୁ ଜନସାଧରଙ୍କ ସହଯୋଗରେ ଆମ ଲୋକ ନିରାପଦରେ ଅଛନ୍ତି । ଏହାହିଁ ପରିବର୍ତ୍ତନ , ଆମ ବ୍ୟବସ୍ଥାରେ ଓ ପ୍ରସ୍ତୁତିରେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 
Byte will be sent in WhatsApp by Tapan 

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.