ETV Bharat / briefs

ବିଶ୍ବକପ: ମାଞ୍ଚେଷ୍ଟରରେ ଭାରତୀୟ ଟିମରେ ଯୋଗ ଦେଲେ ସୈନୀ

ନେଟ ବୋଲର ଭାବେ ମାଞ୍ଚେଷ୍ଟରରେ ପହଞ୍ଚିଲେ ନବଦୀପ ସୈନୀ । ଭାରତୀୟ ଟିମ ସହ କରିବେ ଟ୍ରେନିଂ ।

author img

By

Published : Jun 25, 2019, 1:04 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ମାଞ୍ଚେଷ୍ଟର: ଦ୍ରୁତ ବୋଲର ନବଦୀପ ସୈନୀ ସୋମବାର ଭାରତୀୟ ଟିମ ସହ ଯୋଗଦେବା ପାଇଁ ମାଞ୍ଚେଷ୍ଟରରେ ପହଞ୍ଚିଛନ୍ତି । ସେ ଭାରତୀୟ ଟିମ ସହ ଟ୍ରେନିଂ କରିବେ । ତେବେ ସୈନୀ ନେଟବୋଲର ଭାବେ ଟିମରେ ସାମିଲ ହୋଇଛନ୍ତି ।

ସୂଚନାଥାଉକି, ନବଦୀପ ସୈନୀ ବିଶ୍ବକପର 15ଜଣ ସଦସ୍ୟଙ୍କ ମଧ୍ୟରେ ଜଣେ ଷ୍ଟାଣ୍ଡ-ବାଏ ଭାବେ ଚୟନ କରାଯାଇଥିଲା । ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ର ଜଣେ ଅଧିକାରୀ କହିଛନ୍ତି ଯେ, ନବଦୀପ ସୈନୀ ମାଞ୍ଚେଷ୍ଟର ପହଞ୍ଚି ଯାଇଛନ୍ତି । ସେ କେବଳ ଜଣେ ନେଟ ବୋଲର ଭାବେ ଟିମ୍‌ ଇଣ୍ଡିଆ ସହ ତାଲିମ କରିବେ ।

ଯୁବ ଦ୍ରୁତ ବୋଲର ନବଦୀପ ଆରସିବି ଟିମର ଖେଳାଳି ଭାବେ ଜଣାଶୁଣା । ବର୍ତ୍ତମାନ ଭାରତୀୟ ଟିମର ନବଦୀପ ସୈନୀ ଏକମାତ୍ର ନେଟବୋଲର ।

ସୂଚନାଥାଉକି, ଭୁବନେଶ୍ବର କୁମାର 16ଜୁନରେ ପାକିସ୍ତାନ ବିପକ୍ଷରେ ଖେଳିବା ସମୟରେ ଆହତ ହୋଇଥିଲେ । ତେବେ ଅନୁମାନ କରାଯାଉଛି ଯେ, ଯଦି ଭୁବନେଶ୍ବର କୁମାର ସୁସ୍ଥ ନହୁଅନ୍ତି ତେବେ ତାଙ୍କର ସ୍ଥାନରେ ସୈନୀଙ୍କୁ ଟିମରେ ସାମିଲ କରାଯାଇପାରେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.