ETV Bharat / briefs

ଜାତୀୟ କ୍ୟାନସର ସର୍ଭାଇଭର୍ସ ଦିବସ: ରୋଗୀଙ୍କୁ ସଚେତନ କଲେ 'ଫାଇଟର୍ସ ଗ୍ରୁପ'

କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସହିତ ସଂଘର୍ଷ କରି ଜୀବନ ଯୁଦ୍ଧରେ ବଞ୍ଚିଯାଇଥିବା କ୍ୟାନସର ରୋଗୀଙ୍କ ଉତ୍ସାହ ବର୍ଦ୍ଧନ କରିବାକୁ ଜାତୀୟ କ୍ୟାନସର ସର୍ଭାଇଭର୍ସ ଦିବସ ପାଳିତ ହୋଇଛି ।

author img

By

Published : Jun 2, 2019, 10:52 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ଆଜି ଜାତୀୟ କ୍ୟାନସର ସର୍ଭାଇଭର୍ସ ଦିବସ । କ୍ୟାନସର ଭଳି ଏକ ମାରାତ୍ମକ ରୋଗ ସହିତ ସଂଘର୍ଷ କରି ଜୀବନ ଯୁଦ୍ଧରେ ବଞ୍ଚିଯାଇଥିବା କ୍ୟାନସର ରୋଗୀଙ୍କ ଉତ୍ସାହ ବର୍ଦ୍ଧନ କରିବାକୁ ଏହି ଦିବସ ପାଳନ କରାଯାଇଥାଏ ।

ଓଡିଶାର ବରଗଡ ଜିଲ୍ଲାରେ ସର୍ବାଧିକ କ୍ୟାନସର ରୋଗୀ ଚିହ୍ନଟ କରାଯାଇଥିବାବେଳେ ଏହି ରୋଗରୁ ବର୍ତ୍ତିଯାଇଥିବା ରୋଗୀ 'ଫାଇଟର୍ସ ଗ୍ରୁପ' ନାମକ ସଂଗଠନ କରାଯାଇଥିଲା । ଫାଇଟର୍ସ ଗ୍ରୁପ୍ ଏବଂ ଉମ୍ମିଦେର ମିଳିତ ପ୍ରୟାସରେ ବରଗଡ ବିଜୁ ପଟ୍ଟନାୟର ଟାଉନ ହଲ ଠାରେ କ୍ୟାନସରକୁ ନେଇ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ବଡ ମେଡିକାଲ ଏବଂ ଭୁବନେଶ୍ବରରୁ କ୍ୟାନସର ବିଶେଷଜ୍ଞ ଏଥିରେ ସାମିଲ କରାଯାଇଥିଲା । ଲୋକମାନେ କିପରି କ୍ୟାନସର ଭଳି ରୋଗରୁ ଦୂରେଇ ରହିପାରିବେ ସେ ନେଇ ବିଶେଷ ଆଲେଚନା କରାଯାଇଥିଲା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ତେବେ କ୍ୟାନସର ରୋଗର ଲକ୍ଷଣ ସମ୍ପର୍କରେ ଜାଣିନପାରିବା କାରଣରୁ ଚିକିତ୍ସା ପାଇଁ ବହୁ ବିଳମ୍ବରେ ଡାକ୍ତରଙ୍କ ପାଖରେ ପହଞ୍ଚିଥାନ୍ତି । ଫଳରେ କ୍ୟାନସର ରୋଗର ଚିକିତ୍ସା ବହୁ ବିଳମ୍ବରେ ଆରମ୍ଭ ହୋଇଥାଏ । ଆଉ ରୋଗୀ ପହଞ୍ଚିଯାଏ ମୃତ୍ୟୁ ନିକଟରେ । ସେଥିପାଇଁ ପ୍ରାଥମିକ ସ୍ତରରେ ଏହାର ଲକ୍ଷଣକୁ ଚିହ୍ନି ସଠିକ୍ ଭାବେ ଚିକିତ୍ସା କରାଗଲେ ଏହି ରୋଗର ନିରାକରଣ କରାଯାଇପାରିବ ।

କ୍ୟାନସର କଣ, ଏହି ରୋଗର ଲକ୍ଷଣ, ଏହାକୁ ନେଇ ଲୋକଙ୍କ ମନରେ ଥିବା ଭ୍ରାନ୍ତ ଧାରଣା, କେମିତି ଏହାକୁ ରୋକାଯାଇପାରିବ ଏବଂ ଏହାର ସାମନା ସାହାସିକତା ଭାବେ କିଭଳି କରିବେ ସେ ନେଇ ବିସ୍ତୁତ ଆଲୋଚନା କରାଯାଇଥିଲା ।

ଆୟୋଜିତ କାର୍ଯ୍ୟକ୍ରମରେ ଡ଼ା. ଦୀପକ ପାଣିଗ୍ରାହୀ, ଡ଼ା. କ୍ଷିତିଶ ମିଶ୍ର, ଡ଼ା. ବି ଆର ରାଉତରାଏ, ଡ଼ା. ରାମକୃଷ୍ଣ ପୁରୋହିତ ଏବଂ ଡ଼ା. ରାଜେଶ ତ୍ରିପାଠୀ ଅଂଶଗ୍ରହଣ କରିଥିଲେ । ଏଥିସହିତ କାର୍ଯ୍ୟକ୍ରମର ଆୟୋଜକ ରାଜଗୋପାଳ ଦାସ ଉପସ୍ଥିତ ଅତିଥିଙ୍କୁ ସମ୍ମାନିତ କରାଯାଇଥିଲା ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.