ETV Bharat / briefs

ଜଗନ୍ନାଥଙ୍କ ଦର୍ଶନ ପାଇଁ ନାଗାବାବାଙ୍କ ଦଣ୍ଡ ଯାତ୍ରା - jagannath

ସୁଖ ସ୍ୱାଚ୍ଛନ୍ଦ୍ୟ ପୂର୍ଣ୍ଣ ସାଂସାରିକ ଜୀବନ ପ୍ରତି ବିମୁଖ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ନେପାଳର ଜନକପୁରରୁ ନିଜର ଆଧ୍ୟାତ୍ମିକ ଯାତ୍ରା ଆରମ୍ଭ କରିଛନ୍ତି ବିହାରର ରଘୁବୀର ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Jun 21, 2019, 10:18 AM IST

ଭୁବନେଶ୍ବର: ନିଜର ମନସ୍କାମନା ପୂରଣ ହେଉ କିମ୍ବା ନିଜ ସାଧନାରେ ସିଦ୍ଧି ଲାଭ କରିବା ପାଇଁ କିଏ ଭକ୍ତି ମାର୍ଗ ଆଚରଣ କରିଥାଏ ତ କିଏ ନିଜକୁ କଷ୍ଟ ଦେଇ କ୍ଳିଷ୍ଟ ମାର୍ଗ ଗ୍ରହଣ କରିଥାନ୍ତି। ତେବେ ଇଏ ଏପରି ଏକ ଯୁବକ ଯିଏ ସୁଖ ସ୍ୱାଚ୍ଛନ୍ଦ୍ୟ ପୂର୍ଣ୍ଣ ସାଂସାରିକ ଜୀବନ ପ୍ରତି ବିମୁଖ ହୋଇ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇଁ ଏପରି କ୍ଳିଷ୍ଟ ସାଧନା କରିବା ବହୁତ କମ ଦେଖାଯାଏ। ଯିଏକି ନେପାଳର ଜନକପୁର ଠାରୁ ଦଣ୍ଡ ମାରିମାରି ଜଗନ୍ନାଥଧାମ ପୁରୀ ଅଭିମୁଖେ ଯାତ୍ରା କରିବା ଅବସରରେ ଭୁବନେଶ୍ୱରରେ ପହଞ୍ଚିଛନ୍ତି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଦୀର୍ଘ ସାଢ଼େ ତିନି ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଏହି ଯାତ୍ରାରେ ବାହାରିଛନ୍ତି ବିହାର ରାଜ୍ୟର ରଘୁବୀର। ଏହା ପୂର୍ବରୁ ସେ ଦିଲ୍ଲୀରେ ବସ ଚାଳକ ଭାବେ କାମ କରୁଥିଲେ । ତେବେ ଭଗବାନଙ୍କ ପ୍ରତି ଆସକ୍ତି ଆସିବାରୁ ସେ ସବୁକୁ ଛାଡି ସନ୍ୟାସ ବ୍ରତ ଗ୍ରହଣ କରି ନାଗା ସନ୍ୟାସୀ ହୋଇଛନ୍ତି। ଅନ୍ୟମାନଙ୍କ ଭଳି ସେ ନିଜ ଜୀବନକୁ ଉପଭୋଗ କରିବା ସହିତ ମହାପ୍ରଭୁ ଜଗନ୍ନାଥ ଓ ଶିବ ଶମ୍ଭୁ ଭୋଳେନାଥଙ୍କ ଦର୍ଶନ ପାଇଁ ସେ ଏହି ଯାତ୍ରା ଆରମ୍ଭ କରିଛନ୍ତି। ଯାହାକି ପୁରୀରେ ଜଗନ୍ନାଥଙ୍କ ଦର୍ଶନ ପରେ ତାମିଲନାଡୁର ରାମେଶ୍ଵରମଠାରେ ଶେଷ ହେବ ବୋଲି କହିଛନ୍ତି।

ଯେଉଁଥିରେ ମାନସିକଧାରୀ ରଘୁବୀର ଆନନ୍ଦ ଲାଭ କରିବା ସହିତ ଭଗବାନ ତାଙ୍କୁ ତାଙ୍କ ନିକଟକୁ ନେଇ ଯିବାକୁ ଗୁହାରି କରିଛନ୍ତି। ବିନା କୌଣସି ସହାୟକ ସାହାଯ୍ୟ ନେଇ ନିଜର ଯାତ୍ରା ଆରମ୍ଭ କରିଥିବା ରଘୁବୀର ବାଟରେ ଦାତାଙ୍କ ଦ୍ୱାରା ଯାଚିତ ଖାଦ୍ୟ ଖାଇ ଜୀବନ କାଟୁଥିବା ବେଳେ ବାଟରେ ବିଭିନ୍ନ ମଠର ସନ୍ୟାସୀମାନେ ତାଙ୍କ ଯାତ୍ରା ସମୟରେ ସହାୟତା ପ୍ରଦାନ କରୁଥିବା କହିଛନ୍ତି ଯାଜପୁରର ଦୟା ରାମ ଦାସ।

ଦିନକୁ 3ରୁ 4 କିଲୋମିଟର ଦଣ୍ଡ ମାରି ମାରି ଯାଉଥିବା ବେଳେ ଯେଉଁଠି ସଞ୍ଜ ହୋଇଯାଏ ସେଠାରେ ରାତ୍ରି ଯାପନ କରୁଛନ୍ତି । ତେବେ ଆସନ୍ତା ରଥଯାତ୍ରା ସମୟ ସୁଦ୍ଧା ସେ ପୁରୀରେ ପହଞ୍ଚି ଜଗନ୍ନାଥଙ୍କ ଦର୍ଶନ କରିବାକୁ ଇଚ୍ଛା ରଖିଥିବାବେଳେ ମହାପ୍ରଭୁ ତାଙ୍କୁ ଦର୍ଶନ ଦେଇ ତାଙ୍କ ମନସ୍କାମନା ପୂର୍ଣ୍ଣ କରନ୍ତୁ ଏହା ହିଁ କାମନା।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ନନ୍ଦପୁର ବ୍ଲକ ଅନ୍ତର୍ଗତ ଛୋଟିଆ ଗାଁ ଖେମୁଣ୍ଡୁଗୁଡା । ଏହି ଗାଁର ସତ୍ୟବାନ ଖେମୁଣ୍ଡୁ ଙ୍କ ପାଦ ଜନ୍ମରୁ ବଙ୍କା । ଚାଲିବା ବେଳକୁ ପାଦ ଗୋଟାଏ ପଟକୁ ଢଳିଯାଏ । କଷ୍ଟ ହୁଏ ଯେତେବେଳେ ପାଦ ଉପରର ହାଡରେ ପଥର ବାଜି ଯାଏ । କିନ୍ତୁ କର୍ମ ଯାହା ଜୀବନର ଧାରା ପାଲଟିଛି ସେଇଠାରେ ଏହି ବଡ ବଡ ସମସ୍ୟାବି ଛୋଟ ହୋଇଯାଏ । ଆଗକୁ ବଢିବାର ଦୃଢ ମନୋବଳ ଓ ପରିବାର ର ପ୍ରତିଟି ସଦସ୍ୟଙ୍କ ଆଶା ପୁରଣ କରିବାର ଗୁରୁ ଦାୟିତ୍ୱ ସତ୍ୟବାନ ଙ୍କୁ ଆଗକୁ ଟାଣିନେଇଛି ।Body:କେତେବେଳେ କ୍ଷେତରେ ଫସଲ ର ଲହଡି ଖେଳାଇ ତ ଆଉ କେତେବେଳେ ମହୁ ଚାଷ କରି ପରିବାରର ମୁହଁରେ ସଫଳତାର ମିଠା ସ୍ୱାଦ ଚଖାଇଛନ୍ତି ସତ୍ୟବାନ । ପୁଅ କଲେଜରେ ଓ ଅଲିଅଳି ଝିଅ ବର୍ତମାନ ଦଶମ ଶ୍ରେଣୀରେ ପଢିଲାଣି । ସମୟ ମିକିଲେ ସିଲାଇ ମେସିନରେ ବସି ଗାଁ ଲୋକଙ୍କ ଲୁଗା ଶିଲାଇଦେବା ସହ ନିଜ ଘରର ଏଦିଗରେ ଥିବା ଟିକି ଟିକି ଆବଶ୍ୟକତାକୁ ମଧ୍ୟ ପୁରଣ କରିବାରେ ସମର୍ଥ ହୋଇଛନ୍ତି ସତ୍ୟବାନ । ଜୀବନରେ ଅସମର୍ଥତାର ଲକ୍ଷଣ କୁ ଅତିକ୍ରମ କରି ବାସ୍ତବ ଦୁନିଆରେ ଅନେକ ସକ୍ଷମଙ୍କୁ ପଛରେ ପକାଇଦେଇଥିବା ସତ୍ୟବାନ ସମସ୍ତଙ୍କ ପାଈଁ ଆଦର୍ଶ ବୋଲି ଗାଁର ଯୁବକ ଭୁବନାନନ୍ଦ ଖେମୁଣ୍ଡୁ ମତବ୍ୟକ୍ତ କରିଛନ୍ତି । Conclusion:ତେବେ ବ୍ୟକ୍ତିଗତ ଭାବେ ନିଜ ସଂଗ୍ରାମ ନିଜେ ସଫଳତାର ସହ ଲଢ଼ି ଚାଲିଥିବା ସତ୍ୟବାନଙ୍କୁ ସରକାରୀ ସହଯୋଗ ମିଳିପାରିଲେ ସେ ଆହୁରି ଆଗକୁ ଯାଇପାରନ୍ତେ ବୋଲି ସରପଞ୍ଚ ଡମ୍ବରୁଧର ଗଣ୍ଡା ଆଶାପୋଷଣ କରିଛନ୍ତି ।
.........
Byte : Satyaban Khemundu , Divyang Farmer
Byte : Bhubanananda Khemundu , Villager
Byte : Dambarudhar Ganda , Sarpanch , Khemunduguda
.........
ଶାନ୍ତାକାର
କୋରାପୁଟ
...….....
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.