ETV Bharat / briefs

ଦେଶର ସ୍ବାଧୀନତାରେ ଜିନ୍ନାଙ୍କ ପ୍ରମୁଖ ଭୂମିକା ଥିଲା: ମାଜିଦ୍ ମେମନ

ଜିନ୍ନାଙ୍କ ପ୍ରଶଂସା କଲେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ମାଜିଦ୍ ମେମନ ଜିନ୍ନା । ଦେଶ ସ୍ବାଧୀନତାରେ ଜିନ୍ନାଙ୍କ ପ୍ରମୁଖ ଭୂମିକା ରହିଛି । କିନ୍ତୁ ସେ ଜଣେ ମୁସଲିମ ହୋଇଥିବାରୁ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ ।

author img

By

Published : Apr 28, 2019, 1:15 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ଟ୍ବିଟର

ନୂଆଦିଲ୍ଲୀ: କଂଗ୍ରେସ ନେତା ଶତ୍ରୁଘ୍ନ ସିହ୍ନାଙ୍କ ପରେ ଏବେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ନେତା ମାଜିଦ୍ ମେମନ ଜିନ୍ନାଙ୍କୁ ପ୍ରଶଂସା କରିଛନ୍ତି । ମାଜିଦ୍ ଜିନ୍ନାଙ୍କ ପ୍ରଶଂସା କରି କହିଛନ୍ତି, ମହାତ୍ମା ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଜିନ୍ନାଙ୍କ ପର୍ଯ୍ୟନ୍ତ ସମସ୍ତେ କଂଗ୍ରେସ ପରିବାରର ଏକ ଅଂଶ । ଦେଶ ସ୍ବାଧୀନତାରେ ଜିନ୍ନାଙ୍କ ପ୍ରମୁଖ ଭୂମିକା ରହିଛି । କିନ୍ତୁ ସେ ଜଣେ ମୁସଲିମ ହୋଇଥିବାରୁ ଲୋକମାନେ ତାଙ୍କୁ ପସନ୍ଦ କରନ୍ତି ନାହିଁ । ଯେଉଁ କାରଣରୁ ସେମାନେ ଶତ୍ରୁଘ୍ନ ସିହ୍ନାଙ୍କୁ ରାଷ୍ଟ୍ର ବିରୋଧୀ କହୁଛନ୍ତି ।

ସୂଚନାଯୋଗ୍ୟ, ନିକଟ ଅତୀତରେ ବିଜେପି ଛାଡି କଂଗ୍ରେସରେ ମିଶିଥିବା ବଲିଉଡ ଅଭିନେତା ଶତ୍ରୁଘ୍ନ ସିହ୍ନା ଶୁକ୍ରବାର ମଧ୍ୟପ୍ରଦେଶ ଛିନ୍ଦଓ୍ବାରାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ । ଏହି ସମୟରେ ସେ ଏକ ବିବାଦୀୟ ବୟାନ ଦେଇ କହିଥିଲେ ଯେ, ସର୍ଦ୍ଦାର ପଟେଲଙ୍କ ଠାରୁ ଆରମ୍ଭ କରି ଜବାହରଲାଲ ନେହେରୁ, ମହାତ୍ମା ଗାନ୍ଧୀ, ଜିନ୍ନା, ଇନ୍ଦିରା ଗାନ୍ଧୀ, ରାହୁଲ ଗାନ୍ଧୀ ସଭିଙ୍କର ଦେଶ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଏହି କାରଣରୁ ସେ କଂଗ୍ରେସରେ ଯୋଗ ଦେଇଛନ୍ତି ।

ତେବେ ପରେ ଦେଶର ସ୍ବାଧୀନତା ଓ ବିକାଶରେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ଯୋଗଦାନ ରହିଥିବା ଦର୍ଶାଇ ବିଜେପି ଦ୍ବାରା ସମାଲୋଚିତ ହୋଇଥିଲେ ଶତ୍ରୁଘ୍ନ । ପରେ ଶନିବାର ନିଜ କଥା ବଦଳାଇ ସେ କହିଥିଲେ ଯେ ମୌଲାନା ଆଜାଦଙ୍କ ନାମ କହିବାକୁ ଚାହୁଁଥିଲି । କିନ୍ତୁ ଭୁଲବଶତଃ ପାଟିରୁ ମହମ୍ମଦ ଅଲ୍ଲୀ ଜିନ୍ନା ନାମ ଖସି ଯାଇଥିଲା ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.