ETV Bharat / briefs

ମା' ପରି କିଏ ହେବ....

ଯେମିତି ଈଶ୍ବର ଏହି ଶଦ୍ଦରେ ସବୁତକ ସ୍ନେହ ଓ ଭଲପାଇବା ଭରି ଦେଇଛନ୍ତି । ସେଥିପାଇଁ ତ କୁହାଯାଏ ମା'ର ମମତା ଠାରୁ ବଳି ଆଉ କିଛି ନାହିଁ। ମା'ର ଡାକକୁ ଖାଲି ଅନୁଭବ କରିହୁଏ। ସଂସାରର ଯେତେ ଶ୍ରଦ୍ଧା, ମା' ଠୁ ଆରମ୍ଭ, ମା'ରେ ଶେଷ ।

author img

By

Published : May 12, 2019, 7:02 AM IST

ଫଟୋ ସୌଜନ୍ୟ: ଡିଜାଇନ ଫଟୋ

ମା' । ଏହି ଶଦ୍ଦର ବାଖ୍ୟା କରିବା ହୁଏତ କାହା ପକ୍ଷରେ ସମ୍ଭବ ନୁହେଁ । ମା' ଏମିତି ଏକ ଡାକ, ଯାହାକୁ ଶୁଣିଲେ ପେଟ ପୁରିଯାଏ। ମନରେ ଅଫୁରନ୍ତ ଆନନ୍ଦ ଭରିଯାଏ। ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ ଏହି ଶଦ୍ଦର ଗଭୀରତାରେ। ଏହା ଏକ ସ୍ନେହବୋଳା ଶଦ୍ଦ । ଯେମିତି ଈଶ୍ବର ଏହି ଶଦ୍ଦରେ ସବୁତକ ସ୍ନେହ ଓ ଭଲପାଇବା ଭରି ଦେଇଛନ୍ତି । ସେଥିପାଇଁ ତ କୁହାଯାଏ ମା'ର ମମତା ଠାରୁ ବଳି ଆଉ କିଛି ନାହିଁ। ମା'ର ଡାକକୁ ଖାଲି ଅନୁଭବ କରିହୁଏ। ସଂସାରର ଯେତେ ଶ୍ରଦ୍ଧା, ମା' ଠୁ ଆରମ୍ଭ, ମା'ରେ ଶେଷ ।

ଆଜି ସମଗ୍ର ବିଶ୍ବ ମାତୃ ଦିବସ ପାଳନ କରୁଛି। ମା' ପାଇଁ ଦିନଟିଏ। ମା'ର ବାତ୍ସଲ୍ୟ, ମମତା, ତ୍ୟାଗ, ତପସ୍ୟା, ବଳିଦାନକୁ ସମ୍ମାନ ଜଣାଇବାକୁ ପ୍ରତିବର୍ଷ ମେ ମାସର ଦ୍ବିତୀୟ ରବିବାରକୁ ବିଶ୍ବ ମାତୃ ଦିବସ (ମଦର୍ସ ଡେ) ଭାବେ ପାଳନ କରାଯାଏ ।

ମା'ର ପଣତ ତଳେ ଶୋଇ ପଡିଲେ କାହିଁ କେତେ ଆଡୁ ନିଦ ଆସିଯାଏ। ସ୍ବର୍ଗର ସୁଖ ଭଳି ଅନୁଭବ ହୋଇଥାଏ। ସେଠି ଆଉ ଖଟ କିମ୍ବା ଗଦି-ତକିଆର ଆବଶ୍ୟକତା ପଡିନଥାଏ। ମା' ଶଦ୍ଦଟି ଆକାଶ ପରି ବ୍ୟାପକ ଓ ମାଟି ଠାରୁ ଅଧିକ ନିବିଡ। ସେଥିପାଇଁ ତ ଶାସ୍ତ୍ର ସ୍ବୀକାର କରିଛି ' ପୁତ୍ର ପଛେ କୁପୁତ୍ର ହୋଇପାରେ, ମାତା କୁମାତା ହେବା ଅସମ୍ଭବ' ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା ମୟୂରଭଞ୍ଜ, କେନ୍ଦ୍ରାପଡା, ବ୍ରହ୍ମପୁର

କେବଳ ମା' ଯୋଗୁ ହିଁ ଶିଶୁଟି ପ୍ରଥମ ସୂର୍ଯ୍ୟୋଦୟ ଦେଖିବାର ସୁଯୋଗ ପାଇଥାଏ। ମା' କୋଳରେ ଶିଶୁଟି ବଡ ହୋଇଥାଏ। ମା' ର କୌଣସି ରଙ୍ଗ ନ ଥାଏ କି ରୂପ ନଥାଏ। ସମସ୍ତଙ୍କ ଜୀବନରେ ମା'ର ଭୂମିକା ଓ ମହତ୍ବ ବେଶ ଗୁରୁତ୍ବପୂର୍ଣ୍ଣ ।

ସେଥିପାଇଁ ତ ମା' ନାମ ଶୁଣିଲେ ହିଁ ଆମ ମୁଣ୍ଡ ଆପଣାଛାଏଁ ତଳକୁ ହୋଇଯାଏ। ମା' ର ମମତାକୁ କେହି ତଉଲି ପାରିବେ ନାହିଁ। ଶିଶୁଟିଏ କେଉଁ କାରଣରୁ ଅଳି କଲେ ବି, ମା' ଛଡା ତାକୁ ଆଉ କେହି ବୁଝାଇ ପାରିନଥାନ୍ତି। ନାନାବାୟା ଓ ଜହ୍ନମାମୁଁ ଗୀତରେ ଛୁଆଟି ତୁନି ହୋଇଯାଇଥାଏ। ମା' ର ସ୍ନେହବୋଳା ହାତ ଆଉଁସାରେ ତାର କୁନି କୁନି ଆଖିରେ ନିଦ ଆସିଯାଏ ।

ଭୋକ ଲାଗିବା ଆଗରୁ ପେଟ ଚିହ୍ନି ଖାଇବା ଯେ ବାଢିଦିଏ, ସେ ହେଉଛି ମା'। ନିଜ ଛୁଆର ମୁହଁରେ ଟିକିଏ ହସ ଦେଖିବା ପାଇଁ ଯେ ସମସ୍ତ ଦୁଃଖ କଷଣକୁ ଜଳାଞ୍ଜଳୀ ଦେଇଥାଏ, ସେ ହେଉଛି ମା'। ଦେହ ଖରାପ ହେଲେ, ଯେ ରାତିରାତି ଉଜାଗର ରହି ମୁଣ୍ଡ ପାଖରେ ବସିଥାଏ, ସେ ହେଉଛି ମା'। ସେଥିପାଇଁ ତ ତାକୁ ଜନନୀ, ଜାୟା, ଭଗିନୀ ଓ ସର୍ବଂସହା ବୋଲି ବିବେଚନା କରାଯାଏ ।

ଶିଶୁଟିଏ ବଡ ହେଲା ପରେ ତାର ଖନେଇ ଖନେଇ ପାଟିରେ ପ୍ରଥମେ ମା' ହିଁ ଡାକିଥାଏ। ଯାହାକୁ ଶୁଣି ମା' ତାର ଦଶମାସର ଗର୍ଭ ଯନ୍ତ୍ରଣାକୁ ଭୁଲି ଯାଇଥାଏ। ମା' ହେଉଛି ମମତାର ଦେବୀ । ସେ କେବଳ ଦେଇ ଜାଣେ। ପ୍ରତିଦାନ ନେବାର କୌଣସି ଲାଳସା ନଥାଏ। ସ୍ନେହ, ଦୟା ଓ କରୁଣାର ସେ ଏକ ମୂର୍ତ୍ତୀମନ୍ତ ଅମୃତମୟୀ ଜୀବନ୍ତ ଛବି। ତାର ଋଣ ପରିଶୋଧବିହୀନ ।

ପିଲାଟିଏ ଯେତେବେଳେ ବାହାରୁ ଘରକୁ ଆସୁଥାଏ, ସେତେବେଳେ ସେ ପ୍ରଥମେ ମା'ଙ୍କୁ ହିଁ ଖୋଜିଥାଏ। ମା' ମା' ଡାକି ଘର କମ୍ପାଇ ଦେଇଥାଏ। ମା'ଙ୍କୁ ନ ପାଇଲେ ତା ମନ ଦୁଃଖୀ ହୋଇଯାଇଥାଏ। ଆଉ ଯେତେବେଳେ ମା'କୁ ସେ ପାଖରେ ପାଇଥାଏ, ଖୁସିରେ ତା ମନ କୁଣ୍ଢେମୋଟ ହୋଇଯାଇଥାଏ। ମା' ବି ତା ଗାଲରେ ବୋକ ଦେଇଥାଏ।

ମା'ର ହାତ ପରସା ସଙ୍ଗେ କୌଣସି ରେସ୍ତୋରାଁର ଖାଦ୍ୟ ସମାନ ନୁହେଁ, ତା ହାତରେ ତ ଯେମିତି ଯାଦୁ ଅଛି। ପିଲାଙ୍କ ମନଜାଣି ଚଟପଟିଆ ଆଉ ସୁଆଦିଆ ଖାଦ୍ୟ ଭାତ ଥାଳିରେ ପରଷିଦିଏ। କେଉଁ ଖାଦ୍ୟରେ ପିଲାଟିର ପେଟ ପୁରିବ। ତାହା ଜଣେ ମା'କୁ ଭଲଭାବେ ଜଣା। ପର୍ବପର୍ବାଣୀରେ ଭଳିକିଭଳି ପୁରଦିଆ ପିଠା ହେଉ କିମ୍ବା ପୋଇପତ୍ରରେ ଶୁଖିଆ ପକାଇ ରାଇ ହେଉ, ମା ଯାହା ବି କରେ ଆଙ୍ଗୁଠି ଚାଟି ପିଲା ଖାଇଥାଏ। ତେଣୁ ସବୁପିଲା ନିଜ ସାଙ୍ଗମାନଙ୍କ ଆଗରେ କୁହନ୍ତି, ମୋ ମା' ଜଣେ ସୁପର କୁକ୍।

ଚାକିରୀ ପାଇଁ ଯେଉଁମାନେ ନିଜ ବାପା-ମା'ଙ୍କୁ ଛାଡି ବାହାରେ ରୁହନ୍ତି। ସେମାନେ ତ ପ୍ରତ୍ୟେକ ଦିନ ନିଜ ପରିବାର ବର୍ଗକୁ ମନେ ପକାନ୍ତି। ଖାସ କରି ନିଜ ମା'ଙ୍କୁ। ଯିଏ ତାଙ୍କୁ ବିଦେଶରେ ଚାକିରୀ କରିବାକୁ ମନା କରୁଥିଲା, ଆଉ କହୁଥିଲା ଆମର ପଇସା କଣ ହେବ। କିନ୍ତୁ ପିଲାଟି ମା'କୁ ବୁଝାଇ ଘର ଛାଡୁଥିଲା। ବାହାରେ ରହି ପିଲାଟି ମା'ର ହାତ ତିଆରି ଖାଦ୍ୟକୁ ମନେ ପକାଇଥାଏ। ଅଫିସରେ କୌଣସି ମତାନ୍ତର ହେଲେ, ଯେତେବେଳେ ସେ ଘରେ ଆସି କାନ୍ଦି ଥାଏ, ସେତେବେଳେ ଲୁହ ପୋଛିବାକୁ ମା' ର ପଣତ ନ ଥାଏ। ମା'ର ଟିକେ ଝଲକ ଦେଖିବାକୁ ସେ ବିକଳ ହୋଇଯାଏ। ବାହାର ଜାଗାରେ ମନ କଥା କହିବାକୁ କେହି ନଥାଏ। ସେଥିପାଇଁ ସେ ରାତିରେ ଗୁମୁରି ଗୁମୁରି କାନ୍ଦି କି କହେ, 'ବୋଉଲୋ, ତୋ କଥା ଭାରି ମନେ ପଡୁଛି'।

ସବୁଦିନ ତ ମା'ର। କିନ୍ତୁ ଆଜିର ଏହି ସ୍ବତନ୍ତ୍ର ଦିବସରେ ସଂସାରର ସମସ୍ତ ମାଆମାନଙ୍କୁ 'ଇଟିଭି ଭାରତ' ପରିବାର ପକ୍ଷରୁ କୋଟି କୋଟି ପ୍ରଣାମ ।

Intro:Body:

MOTHERS

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.