ହାଇଦ୍ରାବାଦ: ଆଫଗାନିସ୍ତାନ ଓ୍ବିକେଟକିପର ମହମ୍ମଦ ଶେହଜାଦଙ୍କ ଆଣ୍ଠୁରେ ଆଘାତ ଲାଗିବା ଯୋଗୁଁ ଚଳିତ ବିଶ୍ବକପରୁ ବାଦ ପଡିଛନ୍ତି । କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟରୁ ଓପନର ମହମ୍ମଦ ଶେହଜାଦ ବାଦ ପଡିବା ପୂର୍ବରୁ ଆଫଗାନ ତରଫରୁ ପ୍ରଥମ 2ଟି ମ୍ୟାଚ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ଦଳ ବିପକ୍ଷରେ ଖେଳିଥିଲେ । ଆଣ୍ଠୁରେ ଲାଗିଥିବା ଆଘାତ ଗମ୍ଭୀର ହେବାରୁ ଆଇସିସିର ନିଷ୍ପତ୍ତି ଅନୁସାରେ ବିଶ୍ବକପରୁ ବାଦ୍ ପଡିଛନ୍ତି ।
ସୂଚନାଥାଉକି, ଆଫଗାନ ଓପନର ଶହଜାଦ ପାକିସ୍ତାନ ବିପକ୍ଷରେ ଅଭ୍ୟାସ ମ୍ୟାଚ ଖେଳିବା ସମୟରେ ତାଙ୍କର ଆଣ୍ଠୁରେ ଆଘାତ ଲାଗିଥିଲା ।
ତେବେ ସ୍ବଦେଶ ଫେରିବା ପରେ ଶେହଜାଦ ମିଡିଆକୁ ସୂଚନା ଦେଇଛନ୍ତି ଯେ, ସେ ଫିଟ୍ ଅଛନ୍ତି । ଆଘାତକୁ ନେଇ କୌଣସି ସମସ୍ୟା ନାହିଁ । ତଥାପି ତାଙ୍କୁ ବିଶ୍ବକପ୍ରୁ ବାହାର କରି ଦିଆ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡିଥିବା ଖବର ଗଣମାଧ୍ୟମରୁ ଜାଣିଥିଲେ । ଏଥିସହ ସେ କହିଛନ୍ତି ଯେ, ସେ ଖେଳିବା ପାଇଁ ସମ୍ପୂର୍ଣ୍ଣ ଭାବେ ଫିଟ୍ ଅଛନ୍ତି ।
ଆହୁରୀ ସେ ଅସଗରଙ୍କୁ ଆଫଗାନ ଟିମ୍ର ସର୍ବଶ୍ରେଷ୍ଠ ଅଧିନାୟକ ବୋଲି କହିବା ସହ ଅସଗର ଖେଳାଳୀଙ୍କ ମଧ୍ୟରେ ଭଲ ତାଳମେଳ ରଖୁଥିବାର ମଧ୍ୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ