ଡେରାଡୁନ୍: ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦେବଭୂମୀ ଯାତ୍ରା ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ସମୟରେ ବଦ୍ରୀନାଥ ଧାମରେ ଆଉ ଏକ ବସ୍ତୁ ଲୋକଙ୍କୁ ବେଶ୍ ଆକର୍ଷିତ କରୁଛି । ସେ ହେଉଛି ମୋଦି ଥାଳି । ଏହି ଥାଳି ଖାଇ ଶ୍ରଦ୍ଧାଳୁମାନେ ବେଶ ପ୍ରସଂଶା କରୁଛନ୍ତି । ବଦ୍ରୀନାଥ ଧାମରେ ସ୍ଥିତ ଏକ ରେସ୍ତୋରାଁରେ ଏହି ମୋଦି ଥାଳି ମିଳୁଛି । ସେଠାରେ ପହଞ୍ଚୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି ।
ତେବେ ଏହି ଥାଳିର ମୂଲ୍ୟ 100ଟଙ୍କା ଧାର୍ଯ୍ୟ କରାଯାଇଛି । ଥାଳିରେ ପରଷା ଯାଉଥିବା ଖାଦ୍ୟ ବିନା ପିଆଜ ରସୁଣର । ତେବେ ସେହି ଥାଳିରେ ଡାଲି, ତରକାରୀ, ରୁଟି, ମୁଗ ଖେଚିଡି, ଦହି, ଚଟଣୀ, ସାଲାଡ୍ ଓ ପାମ୍ପଡ ସାମିଲ କରାଯାଇଛି ।
ଗ୍ରାହକ ପ୍ରଥମେ ମୋଦି ଥାଳୀ ନାମକ ମେନ୍ୟୁ ଦେଖି ଖାଇବାକୁ ଆସୁଥିବା ବେଳେ ଏଥିସହ କମ୍ ମୂଲ୍ୟର ସାତ୍ତ୍ବିକ ଖାଇବା ହୋଇଥିବାରୁ ଏହି ରେସ୍ତୋରାଁ ବେଶ୍ ଲୋକପ୍ରିୟ ହୋଇଛି ।