ETV Bharat / briefs

‘ଚୀନ ବିରୋଧରେ କଥାବାର୍ତ୍ତା ନୁହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ’ - action against china

ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସୀୟ ଦେଶକୁ ଅନୁରୋଧ କରିଛନ୍ତି । ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଚୀନର ଆକ୍ରମଣ ବିରୋଧରେ ପଦକ୍ଷେପ ନେବାକୁ ସେ କହିଛନ୍ତି ।

ମାଇକ ପୋମ୍ପିଓ
ମାଇକ ପୋମ୍ପିଓ
author img

By

Published : Sep 12, 2020, 12:54 PM IST

ୱାସିଂଟନ: ଆମେରିକାର ବୈଦେଶିକ ସଚିବ ମାଇକ ପୋମ୍ପିଓ ଚୀନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସୀୟ ଦେଶକୁ ଅନୁରୋଧ କରିଛନ୍ତି । ବିବାଦୀୟ ଦକ୍ଷିଣ ଚୀନ୍ ସାଗରରେ ଚୀନର ଆକ୍ରମଣ ବିରୋଧରେ ପଦକ୍ଷେପ ନେବାକୁ ସେ କହିଛନ୍ତି ।

ପ୍ରକାଶଥାଉକି, ପୋମ୍ପିଓ ଗୁରୁବାର ଦକ୍ଷିଣ ପୂର୍ବ ଏସୀୟ ଦେଶ ଗୁଡିକର ଆସୋସିଏସନର ବାର୍ଷିକ ସମ୍ମିଳନୀରେ ନିଜ ସମକକ୍ଷଙ୍କ ସହ ଆଲୋଚନା କରିଥିଲେ । ଏହି ସଂଗଠନର ଚାରିଜଣ ସଦସ୍ୟ-ଫିଲିପାଇନ୍ସ, ଭିଏତନାମ, ମାଲେସିଆ ଓ ବ୍ରୁନେଇ । ଦକ୍ଷିଣ ଚୀନ ସାଗର ଭଳି ବ୍ୟସ୍ତବହୁଳ ଜଳପଥ ଉପରେ ଚୀନର ବିବାଦ ଦୀର୍ଘଦିନ ଧରି ଚାଲିଆସିଛି ।

ଯଦିଓ ଆମେରିକା ଦକ୍ଷିଣ ଚୀନ୍ ସାଗର ଉପରେ ଦାବି କରୁନାହିଁ ତଥାପି ଟ୍ରମ୍ପ ପ୍ରଶାସନ ଏହି ଅଞ୍ଚଳରେ ବେଜିଂର ସାମରିକ ନିର୍ମାଣ ପାଇଁ ଦାୟୀ ଚୀନ ଅଧିକାରୀଙ୍କ ଉପରେ ପ୍ରତିବନ୍ଧକ ଲଗାଇଛି। ପୋମ୍ପିଓ 10ଟି ରାଷ୍ଟ୍ର ସଂଗଠନର ଶୀର୍ଷ କୂଟନୀତିଜ୍ଞମାନଙ୍କୁ କହିଛନ୍ତି ଯେ, ମୋ ବିଚାରରେ ଆଗକୁ ବଢନ୍ତୁ । କେବଳ କଥାବାର୍ତ୍ତା ନୁହେଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ।

ପୋମ୍ପିଓ କହିଛନ୍ତି ଯେ ଚୀନ୍ କମ୍ୟୁନିଷ୍ଟ ପାର୍ଟି ଆମ ତଥା ଆମ ଲୋକଙ୍କ ଉପରେ ଭାରୀ ହେବା ଉଚିତ୍ ନୁହେଁ। ସେ ଏହା ମଧ୍ୟ କହିଛନ୍ତି ଯେ ASEAN ଚାର୍ଟରରେ ଥିବା ସାର୍ବଭୌମତ୍ବ, ଗୁଣବତ୍ତା ଏବଂ ଆଞ୍ଚଳିକ ଅଖଣ୍ଡତାର ଗଣତାନ୍ତ୍ରିକ ମୂଲ୍ୟବୋଧ ତଥା ନୀତିକୁ ଚୀନ ସମ୍ମାନ କରେ ନାହିଁ।

ଅନ୍ୟପକ୍ଷେ, ବିବାଦୀୟ ଜଳରେ ଦ୍ବୀପପୁଞ୍ଜ ନିର୍ମାଣ କରିଥିବା ଚୀନ୍ କମ୍ପାନୀ ଗୁଡିକର ବ୍ଲାକ୍ ଲିଷ୍ଟକୁ ଆମେରିକା ଉଲ୍ଲେଖ କରିଛି। ବିମାନରେ ନାଭିଗେସନ୍ ଓ ପାଟ୍ରୋଲିଂର ସ୍ବାଧୀନତାକୁ ଦର୍ଶାଇ ଆମେରିକା ଯୁଦ୍ଧ ଜାହାଜ ଓ ଯୁଦ୍ଧ ବିମାନ ନିୟୋଜିତ କରିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.