ଭୋପାଲ: ମୃତ ଶରୀରରେ ଚାଲିଛି ଏକ୍ସ-ରେ ପରୀକ୍ଷା । ସେ ପୁଣି ଥରେ କି 2 ଥର ନୁହେଁ 10 ଥର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମିରଟର ଲାଲ ଲାଜପତ ରାୟ ମେଡିକାଲ କଲେଜରେ ।ମାମଲାରେ ସମ୍ପୃକ୍ତ 2 ଜଣ ଡାକ୍ତରଙ୍କୁନିଲମ୍ବିତ କରାଯାଇଛି । ଏହାସହ ଦାୟିତ୍ବରେ ଥିବା 11 ଜଣ ଜୁନିୟର ଡାକ୍ତରଙ୍କ ଜବାବ ମାଗିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ତେବେ ଏଠି ପ୍ରଶ୍ନ ଉଠୁଛି କେଉଁ ପରିସ୍ଥିତିରେ ଜଣେ ମୃତ ବ୍ୟକ୍ତିର ଶରୀରରକୁ ଏତେ ଥର ଏକ୍ସ-ରେ କରାଯାଇଛି ।
ଖବର ଅନୁୟାୟୀ, ଜୁନ 20, ଜଣେ ବ୍ୟକ୍ତି କ୍ଷିପ୍ର ଗତିରେ ଗାଡି ଚଳାଇ ଆସିବା ସହ ଦୁର୍ଘଟଣା ଘଟାଇଥିଲେ । ଏହି ଦୁର୍ଘଟଣାରେ ଜଣେ ରିକ୍ସା ଚାଳକ ଗୁରୁତର ଆହତ ହୋଇଥିଲା । ରିକ୍ସା ଚାଳକ ଜଣକୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଚିକିତ୍ସା ସମୟରେ ତାଙ୍କ ମୃତ୍ୟୁ ଘଟିଥିଲା । ତେବେ ବ୍ୟକ୍ତି ଜଣଙ୍କ ମୃତ୍ୟୁ ପରେ କୌଣସି ବରିଷ୍ଠ ଡାକ୍ତରଙ୍କ ବିନା ଅନୁମତିରେ ଶରୀରରେ ଏତେ ସଂଖ୍ୟାକ ଏକ୍ସ-ରେ କରାଯାଇଥିଲା ।
ବର୍ତ୍ତମାନ ଏହି ଘଟଣା ମେଡିକାଲର କତ୍ତୃପକ୍ଷଙ୍କ ପାଖରେ ପହଞ୍ଚିସାରିଛି । ସେ ମାମଲାରେ ସମ୍ପୃକ୍ତ ସମସ୍ତଙ୍କ ବ୍ୟକ୍ତିଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ପ୍ରକାଶ କରିଛନ୍ତି ।