ETV Bharat / briefs

ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରମିକ ଦିବସ ପାଳିତ

ଜାତିସଂଘ ଦ୍ବାରା ପ୍ରଣୀତ ଆନ୍ତର୍ଜାତିକ ଶ୍ରମିକ ଦିବସ ସାରା ଦେଶରେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବୁଧବାର ଏହି ଦିବସକୁ ପାଳନ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ
author img

By

Published : May 1, 2019, 7:24 PM IST

କେନ୍ଦୁଝର/ମାଲକାନଗିରି/ ରାଉରକେଲା: ଜାତିସଂଘ ଦ୍ବାରା ପ୍ରଣୀତ ଆନ୍ତର୍ଜାତିକ ଶ୍ରମିକ ଦିବସ ସାରା ଦେଶରେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ସଙ୍ଗଠନ ପକ୍ଷରୁ ବୁଧବାର ଏହି ଦିବସକୁ ପାଳନ କରାଯାଇଛି ।

ସକାଳୁ ଜିଲା ଆଇନ ସେବା ପ୍ରାଧିକାରଣ ଆନୁକୂଲ୍ୟରେ ଏକ ସଚେତନତା ଅଭିଯାନ ଶୋଭାଯାତ୍ର ଆରମ୍ଭ କରଯାଇଥିବା ବେଳେ ଏହି ଶୋଭାଯାତ୍ରରେ ଜିଲା ନ୍ୟାୟାଳୟର ଆଇନଜୀବୀଙ୍କ ସହ ବିଭିନ୍ନ ବର୍ଗର ଲୋକ ସାମିଲ ହୋଇ ସହର ପରିକ୍ରମା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଇଟିଭି ଭାରତ

ବାଁଶପାଳ ବ୍ଲକର ସୁଆକାଟି ଠାରେ ଏଆଇଟିୟୁସି ଏବଂ ସିପିଆଇ ପକ୍ଷରୁ ଶ୍ରମିକ ଦିବସ ପାଳନ ହୋଇଯାଇଛି।

ଓଡିଶା ଖଣି ନିଗମରେ କାର୍ଯ୍ୟରତ ଶ୍ରମିକଙ୍କ ସୁରକ୍ଷା, ବିଶୁଦ୍ଧ ପାନୀୟ ଜଳ ଏବଂ ଚାକିରୀରୁ ଛଟେଇ ବନ୍ଦ ଆଦି ଦାବି ନେଇ ଶ୍ରମିକ ଦିବସ ପାଳନ ଅବସରରେ ଏଆଇଟିୟୁସି ଏବଂ ସିପିଆଇର ଶ୍ରମିକ ସଙ୍ଗଠନ ପକ୍ଷରୁ ଏକ ବିଶାଳ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି ।

ସେହିପରି ମାଲକାନଗିରି ଜିଲ୍ଲାରେ ଆଜି ଶ୍ରମିକ ଦିବସ ଅନୁଷ୍ଠିତ ହୋଇଛି । ସ୍ଥାନୀୟ ହାଟପଦା ଠାରେ ଜିଲ୍ଲାର ବିଭିନ୍ନ ଶ୍ରମିକ ସଂଗଠନର ସଦସ୍ୟ ଓ ନେତା ଯୋଗ ଦେଇ ଏକ ବୈଠକ କରିଛନ୍ତି । ବୈଠକରେ ପୂର୍ବତନ ବିଧାୟକ ମାନସ ମାଡ଼କାମିଙ୍କ ସମେତ ଶ୍ରମିକ ସଂଗଠନର ବହୁ ନେତା ଯୋଗ ଦେଇଥିଲେ ।

ଶ୍ରମିକ ଦିବସରେ ଶ୍ରମିକ ସଂଗଠନ ପକ୍ଷରୁ ଏକ 20 ଦଫା ଦାବି ପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଜଳ ଜଙ୍ଗଲ ଜମି ଏବଂ ନିଜର ମୌଳିକ ଅଧିକାରରୁ ଶ୍ରମିକ ମାନେ ବଞ୍ଚିତ ହୋଇ ରହିଛନ୍ତି ବୋଲି ଏହି ବୈଠକରେ ଶ୍ରମିକ ସଂଗଠନର ନେତା ମାନେ ଅଭିଯୋଗ କରିଛନ୍ତି ।

ଅନ୍ୟ ପକ୍ଷରେ ସୁନ୍ଦରଗଡ ଜିଲ୍ଲାର ରାଉରକେଲାରେ ସକ୍ରିୟ ଶ୍ରମିକ ସଂଗଠନ ଆଜି ଶ୍ରମିକ ଦିବସରେ ଶୋଭାଯାତ୍ରା ବାହାର କରିବା ସହିତ ବିଭିନ୍ନ କାର୍ଯ୍ୟକ୍ରମ କରି ଦୁନିଆର ଶ୍ରମିକ ମାନଙ୍କୁ ଏକ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏଥି ସହିତ ଶ୍ରମିକମାନଙ୍କ ନ୍ୟାୟ ଦେବା ପାଇଁ ଥିବା ଆଇନକୁ କଡାକଡି ଭାବରେ ଲାଗୁ କରିବା ଉପରେ ଗୁରୁତ୍ବ ଦିଆଯାଇଛି ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ମାଲକାନଗିରିରୁ ଜୟନ୍ତ କୁମାର ତିଆଡି ଓ ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.