ETV Bharat / briefs

ବରଗଡ ଜିଲ୍ଲା ମାଟ୍ରିକ ଟପ୍ପର ନବ୍ୟା ନବେଲୀ

ଜିଲ୍ଲା ଟପର ହୋଇଥିବା ନବ୍ୟା ଭବିଷ୍ୟତରେ ଜଣେ ଦକ୍ଷ ଆଇଏଏସ ଅଫିସର ହେବେ ବୋଲି କହିଛନ୍ତି ।

author img

By

Published : May 22, 2019, 12:11 AM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବରଗଡ

ବରଗଡ: ବହୁ ବାଧାବିଘ୍ନ ସମସ୍ୟାକୁ ମୁକାବିଲା କରି ଶେଷରେ ଚଳିତ ବର୍ଷର ଦଶମ ଶ୍ରେଣୀର ପରୀକ୍ଷା ଫଳ ପ୍ରକାଶ କରିଛି ବୋର୍ଡ । ଯଦିଓ ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସହାର କମିଛି । ପାସହାରରେ ସମଗ୍ର ରାଜ୍ୟରେ ଝାରସୁଗୁଡା ଜିଲ୍ଲା ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ କୋରାପୁଟ ଜିଲ୍ଲା ସର୍ବନିମ୍ନ ସ୍ଥାନରେ ଅଛି ।

ସେହିଭଳି ବରଗଡ ଜିଲ୍ଲା ଷଷ୍ଠ ସ୍ଥାନରେ ଥିବାବେଳେ ସ୍ଥାନୀୟ ଅରବିନ୍ଦ ପୂର୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ରର ଛାତ୍ରୀ ସୁଶ୍ରୀ ନବ୍ୟା ନବେଲୀ ଆଚାର୍ଯ୍ୟ ୯୫.୫ % ନମ୍ବର ରଖି ବରଗଡରେ ଟପ୍ପର ହୋଇଛନ୍ତି । ସୁଶ୍ରୀ ନବ୍ୟା ନବେଲୀ ଆଚାର୍ଯ୍ୟ ହେଉଛନ୍ତି ବରଗଡ ସହର ୧୦ ନମ୍ବର ୱାର୍ଡର ରାଣୀବନ୍ଧ ପଡା ନିବାସୀ ନମିତା ଆଚାର୍ଯ୍ୟ ଓ ପ୍ରକାଶ ଆଚାର୍ଯ୍ୟଙ୍କ ଏକ ମାତ୍ର ଝିଅ । ନବ୍ୟା ଦଶମ ଶ୍ରେଣୀରେ ବରଗଡ ଜିଲ୍ଲା ଟପ୍ପର ହୋଇଥିବାରୁ ପରିବାରର ଓ ସ୍କୁଲରେ ଏବେ ଖୁସିର ମାହୋଲ । ନବ୍ୟା ଏହି ସଫଳତା ପାଇବା ପରେ କହିଛନ୍ତି ଆଶା ଅନୁସାରେ ଫଳ ମିଳିଛି କିନ୍ତୁ କିଛି ନମ୍ବର କମିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବରଗଡ

ନିଜ ଆଗାମୀ ଭବିଷ୍ୟତ ସ୍ବପ୍ନକୁ ନେଇ କହିଛନ୍ତି ସେ ଯୁକ୍ତଦୁଇରେ ବିଜ୍ଞାନ ପଢିବା ସହ ଭବିଷ୍ୟତରେ ଜଣେ ଆଇଏଏସ ଅଫିସର ହେବେ ।

ଅନ୍ୟପଟେ ନବ୍ୟାଙ୍କ ସଫଳତା ପରେ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ଆଗାମୀ ଭବିଷ୍ୟତ ପାଇଁ ଶୁଭକାମନା ଦେଇ ଆର୍ଶୀବାଦ ସ୍ବରୂପ "Freedom Struggle " ନାମକ ଏକ ପୁସ୍ତକ ଉପହାର ଦେଇଛନ୍ତି ।

ବରଗଡରୁ ରାଜେଶ ସରାପ, ଇଟିଭି ଭାରତ

ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଭୋଟ ଗଣତି କେନ୍ଦ୍ରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଆସନ୍ତା ଗୁରୁବାର ଦିନ ବିଧାନସଭା ଓ ଲୋକସଭା ପାଇଁ ହୋଇଥିବା ମତଦାନର ଗଣତି କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ ହେବ ବୋଲି ଦକ୍ଷିଣ ପଶ୍ଚିମାଞ୍ଚଳ ଡ଼ିଆଇଜି ହିମାଂଶୁ ଲାଲ ଜଣାଇଛନ୍ତି । ଆଜି ଏ ସଂକ୍ରାନ୍ତରେ କୋରାପୁଟ , ନବରଙ୍ଗପୁର , ମାଲକାନଗିରି , ରାୟଗଡା ଓ କଳାହାଣ୍ଡି ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ ସହ  ଆଲୋଚନା ହୋଇଥିବା ସେ ଜଣାଇଛନ୍ତି । ଅପରପକ୍ଷରେ କୋରାପୁଟ ଜିଲ୍ଲାରେ କୋରାପୁଟ ର ସରକାରୀ ମହାବିଦ୍ୟାଳୟ ଓ ଜୟପୁରର ବିକ୍ରମଦେଵ ମହାବିଦ୍ୟାଳୟ ଠାରେ ଭୋଟ ଗଣତି କାର୍ଯ୍ୟ ସମ୍ପାଦନ କରିବାପାଇଁ ତାଲିମ କାର୍ଯ୍ୟ ସମ୍ପନ୍ନ ହୋଇଥିବା କୋରାପୁଟ ଅତିରିକ୍ତ ଜିଲ୍ଲାପାଳ ଦେବେନ ପ୍ରଧାନ ସୂଚନା ପ୍ରଦାନ କରିଛନ୍ତି । ଏଥର କୋରାପୁଟ ଜିଲ୍ଲାର କୋରାପୁଟ , ଜୟପୁର , କୋଟପାଡ , ପଟ୍ଟାଙ୍ଗି ବିଧାନସଭା ମଣ୍ଡଳୀର ଭୋଟ ଗଣତି ପାଇଁ ପ୍ରତି ରାଉଣ୍ଡ ରେ 10 ଟି ଟେବୁଲ ର ବ୍ୟବସ୍ଥା କରାଯାଇଥିବା ବେଳେ କେବଳ ଲକ୍ଷ୍ମୀପୁର ବିଧାନସଭା ମଣ୍ଡଳୀ ପାଈଁ 7 ଟି ଟେବୁଲକୁ ନେଇ ପ୍ରତି ରାଉଣ୍ଡ ଗଣତି କରିବାର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି ।
........
Byte : Himanshu Lal , DIG , SW Range , Koraput
Byte : Deben Pradhan ADM Koraput
...........
ଶାନ୍ତାକାର
କୋରାପୁଟ
............

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.