ETV Bharat / briefs

ମାଟ୍ରିକ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଶିକ୍ଷା ଅଧିକାରୀ

ଖୋର୍ଦ୍ଧା ଜିଲ୍ଲା ମାଟ୍ରିକ କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ଜିଲ୍ଲା ଶିକ୍ଷା ଅଧିକାରୀ ।

author img

By

Published : Jun 4, 2019, 11:55 PM IST

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଖୋର୍ଦ୍ଧା ଜିଲ୍ଲାର ଛାତ୍ରଛାତ୍ରୀ ଉଲ୍ଲେଖନୀୟ ସଫଳତା ହାସଲ କରିଛନ୍ତି। ସେଥି ମଧ୍ୟରୁ ଭୁବନେଶ୍ୱର ବ୍ଲକ ଓ ମହାନଗର ନିଗମ ଅଞ୍ଚଳର 60 ପ୍ରତିଶତ ଛାତ୍ରଛାତ୍ରୀ ଏ1 ଗ୍ରେଡ ରଖି କୃତିତ୍ୱ ଅର୍ଜନ କରିଛନ୍ତି। ଏହି ଛାତ୍ରଛାତ୍ରୀ ମାନେ ଭବିଷ୍ୟତରେ ଆହୁରି ସଫଳତା ହାସଲ କରିବା ସହିତ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରି ଭୁବନେଶ୍ୱର ଗୋଷ୍ଠୀ ଶିକ୍ଷା ଆଧିକାରୀ କାର୍ଯ୍ୟାଳୟ ତରଫରୁ ସେମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି , ଭୁବନେଶ୍ବର

ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରାଥମିକ ଶିକ୍ଷା ବିଭାଗର ଯୁଗ୍ମ ନିର୍ଦେଶକ ଶ୍ରୀଯୁକ୍ତ କେଦାର ନାଥ ଆଚାର୍ଯ୍ୟ ମୁଖ୍ୟ ଅତିଥି, ଜିଲ୍ଲା ଶିକ୍ଷା ଅଧିକାରୀ ଖୋର୍ଦ୍ଧା ଶ୍ରୀ ବୃନ୍ଦାବନ ଶତପଥୀ ମୁଖ୍ୟ ବକ୍ତା, ଅମିତା ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏହା ସହିତ ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକଓ ଶିକ୍ଷୟତ୍ରୀ ମାନଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ଅତିଥିମାନେ ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢିବା ସହିତ ସମାଜରେ ଆଗକୁ ବଢିବାକୁଓ ନିଜ ଜୀବନରେ ସଫଳତା ହାସଲ କରିବାକୁ ଅନେକ ପରାମର୍ଶ ଦେଇଥିଲେ। ଉକ୍ତ ଉତ୍ସବରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ସସ୍ମିତା ମାଳି ସଭାପତିତ୍ୱ କରିଥିବା ବେଳେ କଲ୍ୟାଣୀ ମିଶ୍ର, ଚୈତନ୍ୟ ଜେନା, ରବୀନ୍ଦ୍ର ସାହୁଓ ତୃପ୍ତିମୟୀ ଭଞ୍ଜ ପ୍ରମୁଖ ସହଯୋଗ କରିଥିଲେ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାଶ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.