ETV Bharat / briefs

ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ଠୁ ଲୁଟ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ - khordha loot

ରାମେଶ୍ବର ଛକ ପାଇକରାୟ ପେଟ୍ରୋଲ ପମ୍ପରୁ ଟଙ୍କା ଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ଅଧିକ ପଢନ୍ତୁ...

Khordha petrol pump loot case
Khordha petrol pump loot case
author img

By

Published : May 23, 2021, 3:57 PM IST

ଖୋର୍ଦ୍ଧା: ରାମେଶ୍ବର ଛକ ପାଇକରାୟ ପେଟ୍ରୋଲ ପମ୍ପରୁ ଟଙ୍କାଲୁଟ ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ ।

ଗତ ମାସ ୧୫ ତାରିଖରେ ସ୍ଥାନୀୟ ପାଇକରାୟ ପେଟ୍ରୋଲ ପମ୍ପରୁ ଟଙ୍କା ନେଇ ସ୍କୁଟିରେ ପେଟ୍ରୋଲ ପମ୍ପ କର୍ମଚାରୀ ସଂଗ୍ରାମ କେଶରୀ ଜାୟ ସିଂ ଓ ସୁମନ୍ତ ବେହେରା ଜଙ୍କିଆ ସ୍ଥିତ ଗ୍ରାମ୍ୟ ବ୍ୟାଙ୍କକୁ ଆସୁଥିଲେ । ତେବେ ବାଟରେ ମାଲଗୁଣୀ ବ୍ରିଜ ନିକଟରେ ଗାଡିକୁ ଧକ୍କା ମାରି ତଳେ ପକାଇ ଖଣ୍ଡା, ବନ୍ଧୁକ ଦେଖାଇ ୫ ଲକ୍ଷ ୫୦ ହଜାର ଟଙ୍କା ଦୁଇଟି ଗାଡିରେ ଆସି ଅଜଣା ଦୁର୍ବୃତ୍ତମାନେ ଲୁଟ କରିଥିଲେ। ଏହି ଘଟଣାରେ ରବିବାର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରାଯାଇଛି ।

Khordha petrol pump loot case
ଖୋର୍ଦ୍ଧା ପେଟ୍ରୋଲ ପମ୍ପ ଲୁଟ ଘଟଣା

ଲୁଟେରା ଟିମ ମୁଖ୍ୟ ଅଭିଯୁକ୍ତ ସୁଲେମାନ ସାହାକୁ ଖୋର୍ଦ୍ଧା ନବୀନବାଗ ଅଞ୍ଚଳରୁ ଗିରଫ କରାଯାଇଛି । ସୁଲେମାନ ଠାରୁ ପୋଲିସ ଗୋଟିଏ ଖଣ୍ଡା ଓ ଘଟଣାରେ ବ୍ୟବହୃତ ହୋଇ ଥିବା ଗୋଟିଏ ଖେଳଣା ବନ୍ଧୁକକୁ ଜବତ କରାଯାଇଛି । ସେହିପରି ସୁଲେମାନ ନାମରେ ଆଗରୁ ଅନେକ ଛିନତାଇ, ଲୁଟ ଓ ଡକାୟତି ଭଳି ସଙ୍ଗୀନ ମାମଲା ଥିବା ଖୋର୍ଦ୍ଧା ଏସପି ଜଣାଇଛନ୍ତି ।

ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.