ETV Bharat / briefs

ରେମଡେସିଭିର ଦଲାଲଙ୍କ ଉପରେ କଡା ନଜର, ଧରା ପଡିଲେ ହତ୍ୟା ମକଦ୍ଦମା - ମଧ୍ୟପ୍ରଦେଶ ପୋଲିସ

କୋଭିଡ ସଙ୍କଟ ମଧ୍ୟରେ ବଢୁଛି ରେମଡେସିଭିର କଳାବଜାରୀ । ବଜାରରେ ବୁଲୁଛି ନକଲି ରେମଡେସିଭିର ଇନଜେକ୍ସନ । ଅଧିକ ପଢନ୍ତୁ...

ରେମିଡିଶିଭର ଇନଜେକକ୍ସନ
ରେମିଡିଶିଭର ଇନଜେକକ୍ସନ
author img

By

Published : May 16, 2021, 6:07 AM IST

ଭୋପାଳ: କୋଭିଡ ସଂକ୍ରମଣକୁ ନେଇ ସାରା ଦେଶରେ ହାଇ ଆଲର୍ଟ ଜାରି ରହିଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଔଷଧ କଳାବଜାରୀ ମଧ୍ୟ ସାମ୍ନାକୁ ଆସିବାରେ ଲାଗିଛି । ସେହି କ୍ରମରେ କୋଭିଡ ଚିକିତ୍ସାରେ ବ୍ୟବହୃତ ହେଉଥିବା ରେମଡେସିଭିର ଇନଜେକ୍ସନ ବହୁଳ ମାତ୍ରାରେ କଳାବଜାରୀ ଓ ନକଲି କିଶମର ଔଷଧ ମଧ୍ୟ ବଜାରରେ ମିଳିଲାଣି । ନକଲି ରେମଡେସିଭିର ଇନଜେକ୍ସନ ବ୍ୟବହାର ଫଳରେ 90 ପ୍ରତିଶତ କୋଭିଡ ରୋଗୀଙ୍କ ଠାରେ ଫୁସଫୁସ ଜନିତ ସମସ୍ୟା ଦେଖାଯାଇଥିବା ମଧ୍ୟପ୍ରଦେଶ ପୋଲିସ ଏକ ଅନୁଧ୍ୟାନରୁ ଜାଣିବାକୁ ପାଇଛି ।

ସେହିପରି ରେମଡେସିଭିର କଳାବଜାରୀ କରୁଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ମୋଡକୁ ମଧ୍ୟ ପୋଲିସ ଆସିଛି । ରେମଡେସିଭିର କଳାବଜାରୀ କରୁଥିବା ବ୍ୟକ୍ତିଙ୍କୁ ହତ୍ୟାକାରୀ ବୋଲି ବିବେଚନା କରିବା ସହ ଏମାନଙ୍କ ବିରୋଧରେ ହତ୍ୟା ମକଦ୍ଦମା ରୁଜୁ କରିବା ପାଇଁ ବ୍ୟବସ୍ଥା କରିଛନ୍ତି ମଧ୍ୟପ୍ରଦେଶ ସରକାର । ଗୁଜୁରାଟର ଏକ ଔଷଧ କଳାବଜାରୀ ଗ୍ୟାଙ୍ଗ ଏପରି ନକଲି ରେମିଡଶିଭର ଇନଜେକ୍ସନ ସମଗ୍ ଦେଶର ବିଭିନ୍ନ ସ୍ଥାନକୁ ପଠାଉଥିବା ପୋଲିସ ଜାଣିବାକୁ ପାଇଛି । ସେହିପରି ଏହି ନକଲି ଇନଜେକ୍ସନ ଗ୍ରହଣ କରିଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ 90 ପ୍ରତିଶତଙ୍କ ମୃତ୍ୟୁ ହୋଇଛି ।

ରେମଡେସିଭିରକୁ ନେଇ ହୋଇଥିବା ଡାକ୍ତରୀ ପରୀକ୍ଷଣରେ ଏହା ହିଁ ଜଣାପଡିଛି ଯେ ଏହା ରୋଗୀକୁ ନିର୍ଦ୍ଧାରିତ ସମୟ ଠାରୁ ଶୀଘ୍ର ସୁସ୍ଥ କରିପାରେ କିନ୍ତୁ ମୃତ୍ୟୁ ହାର କମ କରିବାରେ କିଛି ବିଶେଷ ପ୍ରଭାବ ଏହି ଇନଜେକ୍ସନ ଦ୍ବାରା ମିଳୁନଥିବା ଜଣାପଡିଛି ।

ସହିପରି ବର୍ତ୍ତମାନ ସମୟରେ ରେମଡେସିଭିର ଆବଶ୍ୟକତାକୁ ଦେଖି ଲୋକେ ଏହାକୁ କିଣୁଥିବା ବେଳେ ଏହାକୁ ନେଇ କମ୍ପାନୀ ଓ ଅସାଧୁ ବ୍ୟକ୍ତ ଲୋକଙ୍କ ଜୀବନ ସହ ଖେଳିବା ଆରମ୍ଭ କରିଦେଇଥିବା ଦେଖିବାକୁ ମିଳିଛି।ଏହାକୁ ଦୃଷ୍ଟିର ରଖି ଏହାର କଳାବଜାରୀ ରୋକିବା ସହ ଏପରି ସଂସ୍ଥା ଉପରେ ନଜର ରଖିବା ପାଇଁ ଆକ୍ସନ ମୋଡକୁ ଆସିଛି ମଧ୍ୟପ୍ରଦେଶ ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.