ETV Bharat / briefs

ନୟାଗଡରେ ଶିବ-ପାର୍ବତୀ ବିବାହ ସମ୍ପନ୍ନ

ପାରମ୍ପରିକ ରୀତିନୀତି ଏବଂ ଧୂମଧାମରେ ନୟାଗଡ ଜିଲ୍ଲାର ପ୍ରମୁଖ ଶୈବ ପୀଠରେ ସମ୍ପନ୍ନ ହୋଇଛି ଦେବ ଦମ୍ପତିଙ୍କ ବିବାହ ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Jun 8, 2019, 5:59 AM IST

ନୟାଗଡ: ଶୀତଳ ଷଷ୍ଠୀକୁ ନେଇ ସାରା ରାଜ୍ୟ ଚଳଚଞ୍ଚଳ ହୋଇଉଠିଥିଲା । ଏହି ଅବସରରେ ଶୁକ୍ରବାର ନୟାଗଡ ଜିଲ୍ଲାର ପ୍ରମୁଖ ଶୈବ ପୀଠରେ ଧୂମଧାମରେ ଅନୁଷ୍ଠିତ ହୋଇଯାଇଛି ଶିବ-ପାର୍ବତୀ ବିବାହ ଉତ୍ସବ । ଶରଣକୁଳର ଲଡୁବାବା, ଦୁତିକେଶ୍ୱର, ଭୋଲେଶ୍ୱର ମହାଦେବ, ହଟକେଶ୍ୱର ମହାଦେବ ଆଦି ପୀଠ ଗୁଡିକରେ ମଧ୍ୟ ଧୂମଧାମରେ ବିବାହ ଅନୁଷ୍ଠିତ ହୋଇଛି ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ହୋମ, ଯଜ୍ଞ, ପାରମ୍ପରିକ ରୀତିନୀତି ସହିତ ଦେବଦମ୍ପତିଙ୍କ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ଦେବଦେବ ମହାଦେବ ଏବଂ ଜଗତଜନନୀଙ୍କ ବିବାହରେ ଶହ ଶହ ଭକ୍ତ ସାମିଲ ହୋଇଥିଲେ । ଆଉ ପରିଶେଷରେ ନାମ ସଂକୀର୍ତ୍ତନ ଏବଂ ପରେ ପ୍ରସାଦ ସେବନ କରି ନିଜ ନିଜ ଘର ବାହୁଡିଥିଲେ ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

sample description
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.