ETV Bharat / briefs

ଧରା ପଡିଲା ଡକାୟତ ଗ୍ୟାଙ୍ଗ, 23ଟି ବାଇକ ଜବତ - LOOT

ଆଳୁ ଖୋଳୁ ଖୋଳୁ ବାହାରିଲେ ମହାଦେବ । ଧରାପଡିଲେ ଡକାୟତ ଗ୍ୟାଙ୍ଗ । କେନ୍ଦ୍ରାପଡା ପୋଲିସକୁ ବଡ ସଫଳତା । ବହୁ ବାଇକ ଜବତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା
author img

By

Published : Jun 29, 2019, 6:15 PM IST

କେନ୍ଦ୍ରାପଡା: ରାଜ୍ୟରେ ମାତିଛନ୍ତି ଲୁଟେରା । କେଉଁଠି ବାଇକ ଲୁଟ ତ କେଉଁଠି ଗହଣା ଲୁଟ ନେଇ ଅନେକ ଖବର ସାମ୍ନାକୁ ଆସୁଛି । ପୁଣି କେଉଁଠି ଘରେ ପସି କଳା କନା ବୁଲାଉଛନ୍ତି ଲୁଟେରା । ଆଉ ପୋଲିସ ମଧ୍ୟ ଲୁଟେରାଙ୍କୁ କାବୁ କରିବାକୁ ଚଳାଇଛି ଯୋଜନାବଦ୍ଧ ଅଭିଯାନ । ଏମିତି ଏକ ଲୁଟେରା ଗ୍ୟାଙ୍ଗକୁ କାବୁ କରିବାକୁ ସକ୍ଷମ ହୋଇଛି କେନ୍ଦ୍ରାପଡା ପୋଲିସ ।

ଗତ 26 ତାରିଖରେ ଏକ ହିରୋହଣ୍ଡା ବାଇକ ଚୋରିକୁ ନେଇ ପଟ୍ଟାମୁଣ୍ଡାଇ ଥାନାରେ ଅଭିଯୋଗ ହେବାପରେ ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା । ଆଉ ଆଳୁ ଖୋଳୁଖୋଳୁ ମହାଦେବ ବାହାରିଲା ପରି ଏହି ଘଟଣାରେ ପୋଲିସ ଏକ ବଡ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି । ପଟ୍ଟାମୁଣ୍ଡାଇ ପୋଲିସ କେସନଂ 224/19 ଆଧାରରେ ପଟ୍ଟାମୁଣ୍ଡାଇ ଅଞ୍ଚଳର ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଭିନ୍ନଭିନ୍ନ କମ୍ପାନୀର ୨୩ଟି ଚୋରା ବାଇକ ଜବତ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦ୍ରାପଡା

ଏହି ବାଇକ ଗୁଡିକ ଆଳି, କେନ୍ଦ୍ରାପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ, ଭଦ୍ରକ ଏବଂ ଭୁବନେଶ୍ୱର ଅଞ୍ଚଳରୁ ଚୋରି ହୋଇଥିବା ଏସପି ନୀତିଶେଖର ସୂଚନା ଦେଇଛନ୍ତି । ଏହି ରାକେଟରେ ଆହୁରି ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଶନିବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଏସପି ନୀତି ଶେଖର ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

Intro:29.06.2019
Radhakanta Mohanty, Kendrapada (AVB)
Slug-od_kpr_bike lootera_script_7204459
Anchor-କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ପୋଲିସକୁ ସଫଳତା।ପଟ୍ଟାମୁଣ୍ଡାଇ ପୋଲିସ ଏକ ଆନ୍ତଃଜିଲ୍ଲା ବାଇକ ରାକେଟକୁ ଠାବ କରି ସେମାନଙ୍କୁ ଗିରଫ କରିଛି।ଗତ ୨୬ ତାରିଖ ଦିନ ଏକ ହିରୋହଣ୍ଡା ବାଇକ ଚୋରିକୁ ନେଇ ଥାନାରେ ଏତଲା ହେବାପରେ ପୋଲିସ ତଦନ୍ତ ଚଳାଇଥିଲା।୨୨୪/୧୯ କେଶ ନମ୍ବର ଅନୁଯାୟୀ ପୋଲିସ ତଦନ୍ତ କରି ପଟ୍ଟାମୁଣ୍ଡାଇ ଅଞ୍ଚଳର ୮ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଭିନ୍ନଭିନ୍ନ କମ୍ପାନୀର ୨୩ଟି ଚୋରା ବାଇକ ଜବତ କରିଛି।ଏହି ବାଇକ ଗୁଡିକ ଆଳି,କେନ୍ଦ୍ରାପଡ଼ା, ରାଜନଗର, ପଟ୍ଟାମୁଣ୍ଡାଇ, ଭଦ୍ରକ ଏବଂ ଭୁବନେଶ୍ୱର ଅଞ୍ଚଳରୁ ଚୋରି ହୋଇଥିବା ଏସପି ନୀତିଶେଖର ସୂଚନା ଦେଇଛନ୍ତି।ଏହି ରାକେଟରେ ଆହୁରି ଅନେକ ବ୍ୟକ୍ତି ସମ୍ପୃକ୍ତ ଥିବା ନେଇ ପୋଲିସ ସନ୍ଦେହ କରୁଥିବା ବେଳେ ଏନେଇ ଅଧିକ ତଦନ୍ତ ଜାରି ରହିଥିବା ଆଜି ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସପି।
)Body:Byt-ନୀତିଶେଖର(ଏସପି, କେନ୍ଦ୍ରାପଡ଼ା)Conclusion:Breaking
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.