ETV Bharat / briefs

ଦଳିତଙ୍କ ପାଇଁ ଦରଦ ଥିଲେ ସମର୍ଥନ ପ୍ରତ୍ୟାହାର କର: ପ୍ରଧାନମନ୍ତ୍ରୀ

କଂଗ୍ରେସ ସରକାର ଦଳିତ ମହିଳାଙ୍କ ପ୍ରତି ହୋଇଥିବା ଗଣଦୁଷ୍କର୍ମ ମାମଲାକୁ ଚପାଇ ଦେବାପାଇଁ ଉଦ୍ୟମ କରୁଛି । ହେଲେ ‘ବେହେନଜୀ’ଙ୍କୁ ତାହା ଦେଖାଯାଉନି ବୋଲି ମୋଦି କହିଛନ୍ତି ।

author img

By

Published : May 12, 2019, 7:48 PM IST

ଲକ୍ଷ୍ମୌ: ଦେଶରେ ଜାରୀ ରହିଛି ସାଧାରଣ ନିର୍ବାଚନ । ଆଜି ସୁଦ୍ଧା ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଶେଷ ହେବାକୁ ଥିବା ବେଳେ ସପ୍ତମ ତଥା ଶେଷ ପର୍ଯ୍ୟାୟ ପାଇଁ ପ୍ରଚାର ଏବେ ଜୋରଦାର ହୋଇଯାଇଛି । ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଏବେ ସବୁଦଳର ହେଭିୱେଟ ନେତାମାନେ ପ୍ରଚାର ମୈଦାନରେ ବଳ କଷୁଛନ୍ତି ।

ବିଶେଷ କରି ଉତ୍ତରପ୍ରଦେଶରେ ପ୍ରଚାର ଜୋର ଧରିଥିବା ବେଳେ ଆଜି ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଭାବୀ ଢଙ୍ଗରେ ବସପା ଉପରେ ଆକ୍ରମଣ କରିଛନ୍ତି । ମୋଦି ଗତ 26 ତାରିଖରେ ରାଜସ୍ଥାନର ଅଲବରରେ ଘଟିଥିବା ଗଣଦୁଷ୍କର୍ମ ଘଟଣାକୁ ନେଇ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ଘେରିଛନ୍ତି । ପ୍ରଧାନମନ୍ତ୍ରୀ ଅତି ଶାଣିତ ସ୍ବରରେ ମାୟାଙ୍କୁ ଆକ୍ରମଣ କରି କହିଛନ୍ତି ଅଲବରରେ ଏକଦଳିତ ମହିଳାଙ୍କୁ ଗତ 26 ତାରିଖରେ ସାମୁହିକ ଗଣଦୁଷ୍କର୍ମ ହୋଇଛି । ଯେଉଁ ମାୟାବତୀଙ୍କ ହୃଦୟ ଦଳିତଙ୍କ ପାଇଁ କାନ୍ଦୁଛି ଏବେ କାହିଁକି ମାୟାଙ୍କ ହୃଦୟ କାନ୍ଦୁ ନାହିଁ ବୋଲି ମୋଦି ପ୍ରଶ୍ନ କରିଛନ୍ତି ।

ମୋଦି ଆହୁରି କହିଛନ୍ତି ଯଦି ବେହେନ ଜୀ(ମାୟାବତୀ)ଙ୍କୁ ଏହି ଘଟଣାରେ ସତରେ ଦୁଃଖ ହେଉଛି ତାହା ହେଲେ ତୁରନ୍ତ ରାଜସ୍ଥାନ ସରକାରଙ୍କ ଠାରୁ ନିଜ ସମର୍ଥନ ପ୍ରତ୍ୟାହାର କରନ୍ତୁ । ମୋଦି ଆଜି ଉତ୍ତର ପ୍ରଦେଶର କୁଶୀନଗରଠାରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରି କହିଛନ୍ତି ରାଜସ୍ଥାନରେ କଂଗ୍ରେସ ସରକାର ବହୁଜନ ସମାଜ ବାଦୀ ପାର୍ଟି ସମର୍ଥନରେ ଚାଲିଛି । କିନ୍ତୁ କଂଗ୍ରେସ ସରକାର ଦଳିତ ମହିଳାଙ୍କ ପ୍ରତି ହୋଇଥିବା ଗଣଦୁଷ୍କର୍ମ ମାମଲାକୁ ଚପାଇ ଦେବାପାଇଁ ଉଦ୍ୟମ କରୁଛି । ହେଲେ ‘ବେହେନଜୀ’ଙ୍କୁ ତାହା ଦେଖାଯାଉନି । ମୋଦି ଅତି କଠୋର ଭାଷାରେ ସମାଲୋଚନା କରି କହିଛନ୍ତି ଦଳିତଙ୍କ ପାଇଁ କୁମ୍ଭୀର କାନ୍ଦଣା ବନ୍ଦ କର ଯଦି ଦଳିତଙ୍କ ପାଇଁ ହୃଦୟ କାନ୍ଦୁଛି ତୁରନ୍ତ ଗେହଲଟ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କର ।

ଏହାସହ ଆହୁରି କହିଛନ୍ତି ଆପଣଙ୍କ ସହ ଘଟିଥିବା ଗେଷ୍ଟହାଉସ କାଣ୍ଡ ସାରା ଦେଶବାସୀଙ୍କୁ ପୀଡା ହୋଇଥିଲା । ହେଲେ ଅଲବର ଘଟଣାରେ ଆପଣଙ୍କୁ ପୀଡା ହେଉଛି କି ନାହିଁ? ପ୍ରଧାନମନ୍ତ୍ରୀ ମୋଦି ଆଜି ସବୁ ବିରୋଧିଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରି କହିଛନ୍ତି ଯେଉଁ ‘ମହାମିଲାବଟ’ ନେତାମାନେ ପ୍ରଧାନମନ୍ତ୍ରୀ ହେବାପାଇଁ ସ୍ବପ୍ନ ଦେଖୁଛନ୍ତି ସେମାନଙ୍କର କାହାର ଦମ ଅଛି ଆତଙ୍କବାଦୀଙ୍କ ଘରେ ପଶି ମାରିବାକୁ । ଏହି ମହାମିଲାବଟ ନେତାମାନେ ଆତଙ୍କବାଦୀଙ୍କୁ କଣ ମାରିବେ ଏମାନେ ତ ଗଳିର ଗୁଣ୍ଡାକୁ ନିୟନ୍ତ୍ରଣ କରି ପାରୁ ନାହାନ୍ତି । ତେଣୁ ଦେଶବାସୀ ନିଷ୍ପତି ନେଇ ସାରିଛନ୍ତି ଦେଶର ଶାସନ ଭାର କାହାକୁ ଦେବେ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.