ETV Bharat / briefs

ରେକର୍ଡ: 19 ନିର୍ବାଚନରେ ହୋଇଛି 400 ମିଲିଅନ୍ ଟ୍ବିଟ୍ - record

ଗୁରୁବାର ଟ୍ବିଟର ଇଣ୍ଡିଆ ସେୟାର କରିଥିବା ରିପୋର୍ଟ ମୁତାବକ 2014 ନିର୍ବାଚନ ତୁଳନାରେ ଏଥର 600 ପ୍ରତିଶତ ଅଧିକ ନିର୍ବାଚନ ଟ୍ବିଟ୍ ହୋଇଛି । କେବଳ ଜାନୁଆରୀ ପହିଲାରୁ ମେ 23 ମଧ୍ୟରେ 396 ମିଲିଅନ ଟ୍ବିଟ୍ ହୋଇଥିବା ରେକର୍ଡ ହୋଇଛି ।

ଫାଇଲ ଫଟୋ
author img

By

Published : May 24, 2019, 8:49 AM IST

ନୂଆଦିଲ୍ଲୀ: ଭାରତର ସାଧାରଣ ନିର୍ବାଚନକୁ ନେଇ ସମଗ୍ର ବିଶ୍ବରେ ଚର୍ଚ୍ଚା ସୃଷ୍ଟି ହୋଇଥିଲା । ଏପରିକି ଚଳିତ ନିର୍ବାଚନ ମଧ୍ୟ ଢେର ଗୁଣରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଥିଲା । ଏହାର ପ୍ରମାଣ ଦେଇଛି ସୋସିଆଲ ମିଡିଆ ଟ୍ବିଟର । ଗୁରୁବାର ଟ୍ବିଟର ଇଣ୍ଡିଆ ସେୟାର କରିଥିବା ରିପୋର୍ଟ ମୁତାବକ 2014 ନିର୍ବାଚନ ତୁଳନାରେ ଏଥର 600 ପ୍ରତିଶତ ଅଧିକ ନିର୍ବାଚନ ଟ୍ବିଟ୍ ହୋଇଛି । କେବଳ ଜାନୁଆରୀ ପହିଲାରୁ ମେ 23 ମଧ୍ୟରେ 396 ମିଲିଅନ ଟ୍ବିଟ୍ ହୋଇଥିବା ରେକର୍ଡ ହୋଇଛି ।

କେବଳ 6 ସପ୍ତାହ ଯଥା ଏପ୍ରିଲ 11ରୁ ମେ 19 ମଧ୍ୟରେ ଟ୍ବିଟରରେ ନିର୍ବାଚନୀ ସମ୍ପର୍କିତ ପ୍ରସଙ୍ଗରେ ଜାତୀୟ ସୁରକ୍ଷା ପ୍ରମୁଖ ମୁଦ୍ଦା ପାଲଟିଥିଲା । ଏହା ପଛକୁ ଥିଲା ଧର୍ମ, ରୋଜଗାର, ଚାକିରୀ, କୃଷି ଏବଂ ବିମୁଦ୍ରୀକରଣ ବୋଲି କହିଛି ଟ୍ବିଟର ।

ଏପରିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମୟ ମଧ୍ୟରେ ସର୍ବାଧିକ ଚର୍ଚ୍ଚିତ ଚେହେରା ଥିଲେ । ତେବେ ସମସ୍ତ ନିର୍ବାଚନୀ ଟ୍ବିଟରରୁ କେବଳ ବିଜେପି ଏବଂ ଏହାର ସହଯୋଗୀ 53 ପ୍ରତିଶତ ଟ୍ବିଟ୍ କରିଛନ୍ତି । ସେପଟେ କଂଗ୍ରେସ ସମସ୍ତ ଟ୍ବିଟର 37 ପ୍ରତିଶତ ଟ୍ବିଟ କରିଥିଲା ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.