ମୁମ୍ବାଇ: ପୁଲୱାମା ଆକ୍ରମଣରେ ଶହୀଦ ହୋଇଥିବା ବୀର ଯବାନଙ୍କ ପରିବାରକୁ ସହାୟତାର ହାତ ବଢାଇଛନ୍ତି ପ୍ରସିଦ୍ଧ ଗାୟିକା ଲତା ମଙ୍ଗେସକର । ଶହୀଦଙ୍କ ପରିବାରକୁ କୋଟିଏ ଟଙ୍କା ପ୍ରଦାନ ପାଇଁ ସକଳ୍ପ ନେଇଛନ୍ତି । ତେବେ ଲତା ଶହୀଦଙ୍କ ପାଇଁ ଖୋଲାଯାଇଥିବା ‘ଭାରତ କେ ବୀର’ ଆକାଉଣ୍ଟକୁ ଟଙ୍କା ପ୍ରଦାନ କରିବେ ବୋଲି ଆଦିନାଥ ମଙ୍ଗେସକର କହିଛନ୍ତି ।
ଲତା ମଙ୍ଗେସକରଙ୍କ ବ୍ୟତୀତ ମଙ୍ଗସକର ପରିବାର ଶହୀଦଙ୍କ ପରିବାରକୁ 11 ଲକ୍ଷ ଟଙ୍କା ପ୍ରଦାନ କରିବେ ବୋଲି ମାଷ୍ଟର ଦୀନନାଥ ମଙ୍ଗେସକର ପୁରସ୍କାର ଘୋଷଣା ଅବସରରେ ଏହି ସୂଚନା ପ୍ରଦାନ କରିଛନ୍ତି । ଏହି ଅବସରରେ ଲତା ମଙ୍ଗେସକର ତାଙ୍କ ଭାଇ ଓ ଭଉଣୀ ମଧ୍ୟ ଉପସ୍ଥିତ ଥିଲେ ।
ସୂଚନା ଅନୁଯାୟୀ, ଗତ ଫେବୃଆରୀ 14 ତାରିଖରେ ପୁଲୱାମାରେ ସିଆରପିଏଫ ଯବାନଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏଥିରେ 40ରୁ ଊର୍ଦ୍ଧ୍ବ ଯବାନ ଶହୀଦ ହୋଇଥିଲେ । ଏହା ପରେ ସାରା ଦେଶ ଓ ବିଦେଶରୁ ଶହୀଦଙ୍କ ପରିବାରକୁ ସହାୟତାର ସୁଅ ଛୁଟିଥିଲା ।