ETV Bharat / briefs

ଅଘୋଷିତ ବିଦ୍ୟୁତ୍ କାଟ ପ୍ରତିବାଦରେ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ପ୍ରଚଣ୍ଡ ଖରା ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ୍ କେନ୍ଦୁଝରବାସୀଙ୍କ ଜନଜୀବନକୁ ଅସ୍ତବ୍ୟସ୍ତ କରୁଛି । ଏନେଇ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବିଦ୍ୟୁତ୍ ବିଭାଗ ଅଧିକାରୀ କର୍ଣ୍ଣପାତ କରୁନାହିଁ । ଫଳରେ ବାଧ୍ୟ ହୋଇଛି ଧାରଣାକୁ ଓହ୍ଲାଇଛନ୍ତି ସହରର ଶତାଧିକ ଯୁବକ ।

author img

By

Published : May 27, 2019, 5:02 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

କେନ୍ଦୁଝର: ପ୍ରଚଣ୍ଡ ଖରାରେ ସିଝୁଛି ସାରା ରାଜ୍ୟ । ପ୍ରବଳ ଗରମ ସାଙ୍ଗକୁ ଗୁଳିଗୁଳିରେ ଅସ୍ତବ୍ୟସ୍ତ ହେଉଛନ୍ତି କେନ୍ଦୁଝରବାସୀ । ଅହେତୁକ ଗରମ ସାଙ୍ଗକୁ ଘନ ଘନ ବିଦ୍ୟୁତ୍ କାଟ । ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବିଦ୍ୟୁତ କାଟର ସମ୍ମୁଖୀନ ହେଉଛନ୍ତି ସାଧାରଣଲୋକେ । ଏଭଳି ଅଘୋଷିତ ବିଜୁଳି କାଟକୁ ନେଇ ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ସହରର ଶତାଧିକ ଯୁବକ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କେନ୍ଦୁଝର

ତାପମାତ୍ରା ଦିନକୁ ଦିନ ବୃଦ୍ଧି ପାଉଥିବାବେଳେ ଲୋକଙ୍କ ଦୁଃଖ ବଢାଇଛି ବିଦ୍ୟୁତ କାଟ୍ । ବାରମ୍ବାର ଅଭିଯୋଗ ପରେ ବି କର୍ଣ୍ଣପାତ କରୁନାହିଁ ବିଦ୍ୟୁତ୍ ବିଭାଗ । କୌଣସି ନା କୌଣସି ବାହାନା ଦେଖାଇ ଖସିଯିବାକୁ ଉଦ୍ୟମ କରୁଛନ୍ତି ବିଭାଗର କର୍ମଚାରୀ । ଫଳରେ ବାଧ୍ୟ ହୋଇ ସହରର ଶତାଧିକ ଯୁବକ କେନ୍ଦୁଝର ନେସ୍କୋ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବା ସହ ଫାଟକ ବନ୍ଦ କରିଛନ୍ତି ।

ଯେପର୍ଯ୍ୟନ୍ତ ଏହି ଅଘୋଷିତ ବିଜୁଳି କାଟର ସମାଧାନ ନ ହୋଇଛି, ସେ ପର୍ଯ୍ୟନ୍ତ ଫାଟକ ନ ଖୋଲିବାକୁ ଧମକ ଦେଇଥିଲେ । ଘଟଣାର ଖବର ପାଇବା ପରେ ସ୍ଥାନୀୟ ଟାଉନ ପୋଲିସ ପହଞ୍ଚି ଯୁବକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିବାବେଳେ ନେସ୍କୋ ଏସଡିଓ ସେଠାରେ ପହଞ୍ଚି ଏନେଇ ଅନୁଧ୍ୟାନ କରାଯିବ ବୋଲି କହିଥିଲେ । ନେସ୍କୋ କର୍ମଚାରୀଙ୍କ ଠାରୁ ଏଭଳି ପ୍ରତିଶୃତି ମିଳିବା ପରେ ଧାରଣାରୁ ହଟିଛନ୍ତି ଯୁବକ ।

କେନ୍ଦୁଝରରୁ ସନ୍ତୋଷ କୁମାର ମହାପାତ୍ର, ଇଟିଭି ଭାରତ

ସ୍ଲଗ-ଲାଇନ ପାଇଁ ଫାଟକ ବନ୍ଦ କଲେ ସହରବାସୀ
ଆଙ୍କର-ଦିନକୁ ଦିନ ଖରା ତାତି ବଢ଼ିବାରେ ଲାଗିଛି । ଏହା ସାଙ୍ଗକୁ ଗରମ ର ପ୍ରଭାବ ମଧ୍ୟ ଦେଖା ଦେଇଛି । ଏହି ଅହେତୁକ ଗରମ କୁ ବଢ଼େଇ ଦେଇଛି ଘନ ଘନ ବିଜୁଳି କାଟ। ଗାଁ ଗଣ୍ଡାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ବିଜୁଳି କାଟର ସମ୍ମୁଖୀନ ଜନତା । ଯେତେ କହିଲେ ବି ବିଜୁଳି ବିଭାଗ ଶୁଣିବାକୁ ନାରାଜ । ଅଭିଯୋଗ କଲେ ବିଭିନ୍ନ ବାହାନା ଦେଖାଇ ବିଜୁଳି ବିଭାଗ ଖସିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଏହି ଘନ ଘନ ଅଘୋଷିତ ବିଜୁଳି କାଟ କୁ ନେଇ କେନ୍ଦୁଝର ସହରର  ଶତାଧିକ ଯୁବକ କେନ୍ଦୁଝର ନେସ୍କୋ କାର୍ଯ୍ୟଳୟ ସମ୍ମୁଖ ଧାରଣା ଦେବା ସହ ଫାଟକ ବନ୍ଦ କରିଥିଲେ । ଯେପ୍ରଯ୍ୟନ୍ତ ଏହି ଅଘୋଷିତ ବିଜୁଳି କାଟ ର ସମାଧାନ ନହୋଇଛି ସେ ପର୍ଯ୍ୟନ୍ତ ଫାଟକ ନଖୋଲିବାକୁ ଧମକ ଦେଇଥିଲେ । ଘଟଣା ସ୍ଥଳରେ ଟାଉନ ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ଚେଷ୍ଟା କରିଥିଲା । ପରେ ନେସ୍କୋ ଏସ୍ଡ଼ିଓ ପହଞ୍ଚି ଯେତେଶିଘ୍ର ଲାଇନ ଦେବାକୁ ପ୍ରତିଶୃତି ପରେ ଆନ୍ଦୋଳନ ଥମିଥିଲା।
ବାଇଟ-୧-ପ୍ରିୟପଦ ମିଶ୍ର( ଆନ୍ଦୋଳନ ରତ ଯୁବକ)
ବାଇଟ-୨-ଦେବରାଜ ଆଚାର୍ଯ୍ୟ( ସ୍ଥାନୀୟ ଯୁବକ)
ବାଇଟ-୩-ନବ କିଶୋର ସାହୁ( ସ୍ଥାନୀୟ ବାସିନ୍ଦା)
ବାଇଟ-୪-ପ୍ରମୋଦ ନାଏକ( ଏସଡ଼ିଓ,ନେସ୍କୋ)
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.