କୋରାପୁଟ: ସମଗ୍ର ରାଜ୍ୟରେ ପ୍ରକୃତିର ସମ୍ଭାରରେ ପରିପୂର୍ଣ୍ଣ କୋରାପୁଟ ଜିଲ୍ଲାର ଜୈବ ବିିବିଧତା ଏବେ ବିପଦରେ । ଏହି ଅଞ୍ଚଳରେ ଅନେକ ଲୁକ୍ତପ୍ରାୟ ଔଷଧୀୟ ବୃକ୍ଷ ସହ ବିଭିନ୍ନ ପ୍ରଜାତିର ବିରଳ ବୃକ୍ଷ ସମ୍ପଦ ଅଛି । ତେବେ ବଣ ପାହାଡ ଘେରାରେ ଏବେ ପୋଡ ଚାଷ ପାଇଁ ନିଆଁ ଲାଗିଥିବାରୁ ଏହି ସବୁ ବିରଳ ଅମୂଲ୍ୟ ସମ୍ପଦ ଏବେ ବିପଦରେ ପଡିଛି ।
କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଓ ରାୟଗଡା ଅଞ୍ଚଳରେ ବ୍ୟାପକ ଔଷଧୀୟ ବୃକ୍ଷ ରହିଥିବାବେଳେ ଅନେକ ପ୍ରକାରର ପଶୁ ପକ୍ଷୀ ଏଠାରେ ବସବାସ କରନ୍ତି । ଏବେ ଏହିସବୁ ବିପଦରେ ଥିବା ଆଶଙ୍କା କରୁଛନ୍ତି ପରିବେଶବିତ ସମେତ ଏହି ବଣ ଜଙ୍ଗଲରେ ନିର୍ଭର କରି ପେଟ ପୋଷୁଥିବା ବିଭିନ୍ନ ଲୋକ ।
ଆଜି ଆନ୍ତର୍ଜାତୀୟ ଜୈବ ବିବିଧତା ଦିବସ ଅବସରରେ ଜୟପୁର ଠାରେ ସ୍ୱାମୀନାଥନ ଫାଉଣ୍ଡେସନ ଆନୁକୂଲ୍ୟରେ ଆୟୋଜିତ ହୋଇଥିବା ଏକ କର୍ମଶାଳାରେ ଏନେଇ ଆଲୋଚାନା ହୋଇଥିଲା । ଏହି କର୍ମଶାଳାରେ ବହୁ ଚାଷୀଙ୍କ ସମେତ ବିଶେଷଜ୍ଞଙ୍କମାନେ ଉପସ୍ଥିତ ରହି ବଣ ଜଙ୍ଗଲ ଉପରେ ଆଲୋକପାତ କରିଥିଲେ ।
ଏହି ଅବସରରେ ଆୟୋଜିତ ପାରମ୍ପରିକ ବିହନ ଓ ଜଙ୍ଗଲଜାତ ଦ୍ରବ୍ୟର ପ୍ରଦର୍ଶନୀ ସମସ୍ତଙ୍କ ମନ ଲୋଭିଥିଲା ।
କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ