ETV Bharat / briefs

ଚୋର ଧରିବାକୁ ବୁଲିଲା ଖଟ, ଜୋରିମାନା ନଦେବାରୁ ମରଣାନ୍ତକ ଆକ୍ରମଣ ଅଭିଯୋଗ - case

ସୁନା ଅଳଙ୍କାର ଚୋରି ମାମଲାର ସମାଧାନ ପାଇଁ କଙ୍ଗାରୁ କୋର୍ଟ ବସିଥିଲା । ଚୋର ଧରିବାକୁ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା । ଏହି ଖଟ ଭଗବାନଙ୍କ ବଡଭାଇ ମାଧବଙ୍କ ଘର ପାଖରେ ଲାଗିଥିଲା ।

ଫଟୋ ସୌଜନ୍ୟ: ପ୍ରତିନିଧି, ନୟାଗଡ
author img

By

Published : Jun 23, 2019, 8:04 PM IST

ନୟାଗଡ: କଙ୍ଗାରୁ କୋର୍ଟ ନିର୍ଦ୍ଦେଶରେ ଚୋର ଧରିବାକୁ ବୁଲିଲା ଖଟ । ତାନ୍ତ୍ରିକଙ୍କ ନିର୍ଦ୍ଦେଶରେ ଦଣ୍ଡିତ ହେଲେ ସାଧାରଣ ଲୋକ । ଏଭଳି ଘଟଣା ଘଟିଛି ନୟାଗଡ ସଦର ଥାନା ଅନ୍ତର୍ଗତ ଉଦୟପୁର ଗାଁରେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ନୟାଗଡ

ସୂଚନା ଅନୁସାରେ, ଗ୍ରାମର ଭଗବାନ ବେହେରାଙ୍କ ପୁଅର ସ୍ବନକ୍ଷେତ୍ର ପାଇଁ ଆସିଥିବା ସୁନା ଅଳଙ୍କାର ଚୋରି ହୋଇଥିଲା । ଏନେଇ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ସେଥିରେ ଚୋର ଧରିବାକୁ ଖଟ ବୁଲାଇବାକୁ ନିଷ୍ପତ୍ତି ହୋଇଥିଲା । 18 ଓ 19 ତାରିଖରେ ଖଟ ବୁଲିଥିଲେ ମଧ୍ୟ ଚୋରକୁ ଧରିବାରେ ଅସଫଳ ହୋଇଥିଲେ । ହେଲେ ଶନିବାର ରାତିରେ ପୁଣି ଖଟ ବୁଲାଯାଇଥିଲା । ଖଟ ଭଗବାନଙ୍କ ବଡଭାଇ ମାଧବଙ୍କ ଘର ପାଖରେ ଲାଗିଥିଲା । ତାପରେ ମାଧବଙ୍କ ସ୍ତ୍ରୀଙ୍କୁ ଚୋର ଦର୍ଶାଇ 1ଲକ୍ଷ 42 ହଜାର ଜୋରିମାନା ନିର୍ଦ୍ଦେଶ ଦିଆଯାଇଥିଲା । ଟଙ୍କା ଦେବାକୁ ଅକ୍ଷମ ପ୍ରକାଶ କରିବାରୁ ତାଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି ।

ନୟାଗଡରୁ ଉତ୍ପଳ ସାହୁ, ଇଟିଭି ଭାରତ

Intro:ସମ୍ବଲପୁର ଜିଲ୍ଲା ରେଙ୍ଗାଲି ପୋଲିସ ଦ୍ବାରା ଏକ ବଡ ଧରଣ ଗଞ୍ଜେଇ ଚୋରା ଚାଲାଣ ରାକେଟ ଠାବ କରାଯାଇଛି । ସମ୍ବଲପୁର ଝାରସୁଗୁଡା ବିଜୁ ଏକ୍ସପ୍ରେସ ରାଜ ରାସ୍ତାର ଗୁରୁପାଲି ଛକ ନିକଟରେ ରେଙ୍ଗାଲି ପୋଲିସ ଏକ ମହିଁନ୍ଦ୍ରା ଜାଇଲୋ ଗାଡିରୁ ୧ କୁଇଣ୍ଟାଲ ୩ କେଜି ଗଞ୍ଜେଇ ଜବତ କରିବା ସହ ଗଙ୍ଗାଧର ପଣକା ନାମକ ଜଣେ ଅଭିଯୁକ୍ତ କୁ ଗିରଫ କରିଛି । ଅଭିଯୁକ୍ତ ଜଣକ କୋରାପୁଟ ଜିଲ୍ଲା ର ନନ୍ଦପୁର ଥାନା ଅଂଚଳର ହୋଇଥିବା ବେଳେ ତା ଠାରୁ ଗୋଟିଏ ମୋବାଇଲ , ୨୬ଶହ ନଗଦ ଟଙ୍କା , ୧ କୁଇଣ୍ଟାଲ ୩ କେଜି ଗଞ୍ଜେଇ ଓ ଏକ ମହେନ୍ଦ୍ରା ଜାଇଲୋ ଗାଡି ଜବତ କରାଯାଇଛି । Body:ଏହି ଗଞ୍ଜେଇ ସବୁ ଛତିଶଗଡ଼ କୁ ଚାଲାଣ ହେଉଥିବାର ପୋଲିସ କହିଛି ତେବେ ଗଞ୍ଜେଇ ନିର୍ଦ୍ଧିଷ୍ଟ ଭାବେ କେଉଁ ସ୍ଥାନରୁ କିଣା ହୋଇଥିଲା ଓ ଛତିଶଗଡ଼ ର କେଉଁ ସ୍ଥାନକୁ ଯାଉଥିଲା ତାହା ଜଣା ପଡ଼ିନାହିଁ। ଅଭିଯୁକ୍ତ କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି।Conclusion:ଜବତ ଗଞ୍ଜେଇ ର ମୂଲ୍ୟ ପ୍ରାୟ 5 ଲକ୍ଷ ଟଙ୍କା ରୁ ଉର୍ଢ଼ ହେବ ବୋଲି ସମ୍ବଲପୁର ସଦର ଏସ ଡି ପି ଓ କହିଛନ୍ତି।

ବାଇଟ-1-ଭବାନୀ ଶଙ୍କର ଉଦଗାତା,sdpo.sadar ,sambalpur.
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.