ETV Bharat / briefs

କନ୍ଧମାଳ ହଳଦୀ: ପେଟ ପୋଷୁଛି, ପରିଚୟ ଖୋଜୁଛି - କନ୍ଧମାଳ

କନ୍ଧମାଳ ହଳଦୀ ପାଇଁ ସ୍ବତନ୍ତ୍ର ପରିଚୟ ପାଇଛି କନ୍ଧମାଳ । ସରକାର କିନ୍ତୁ ହଳଦୀର ଜିଆଇ ଟ୍ୟାଗ ପାଇଁ କାଗଜପତ୍ରରେ ଲଢେଇ ଜାରି ରଖିଛନ୍ତି । ତେବେ କେବଳ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିନି ହଳଦୀ, ବରଂ କନ୍ଧମାଳ ଚାଷୀଙ୍କୁ ଯୋଗାଇଛି ରୋଜଗାରର ପନ୍ଥା । ସେପଟେ କିନ୍ତୁ ଦଲାଲ, ଲୁଟେରା ଓ ଋଣ କବଳରେ ପଡ଼ି ଚାଷୀ କିନ୍ତୁ କ୍ଷତିରେ ପଡ଼ୁଛି । ତେବେ କନ୍ଧମାଳ ହଳଦୀକୁ ନେଇ ଆମର ସ୍ବତନ୍ତ୍ର ରିପୋର୍ଟ...

ଫଟୋ ସୌଜନ୍ୟ:ସମ୍ବାଦଦାତା, କନ୍ଧମାଳ
author img

By

Published : Jun 24, 2019, 1:20 PM IST

କନ୍ଧମାଳ: ବିଶ୍ବସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି କନ୍ଧମାଳ ହଳଦୀ । ଏହାକୁ ଆଧାର କରି ଅନେକ ନିଜର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ସଂକଟରେ ରହିଛି ଏହି ହଳଦୀ ଚାଷ । ଆମ ଢୋଲପିଟା ବ୍ୟବସ୍ଥାର ମୁଁହଫୁଟାଣୀ ପାଇଁ ବୁଡିବାକୁ ଯାଉଛି କାହିଁ କେଉଁ କାଳର କୂଳ ବେଉଷା । ଅଭାବୀ ବିକ୍ରି ଏବଂ ସରକାରୀ ଉଦାସୀନତା ପାଇଁ ଅହରହ ଘାଣ୍ଟିଚକଟି ହେଉଛି ଚାଷୀ । ସରକାର ଦୁଇଦିନ, ସାହୁକାର ସବୁଦିନ ନ୍ୟାୟରେ ନିତି ଚାଷ ବିମୁଖ ହେଉଛନ୍ତି ଅଞ୍ଚଳବାସୀ । ଆମେ କହୁଛୁ, କନ୍ଧମାଳ ହଳଦୀ କଥା । କନ୍ଧମାଳ ହଳଦୀ ଚାଷୀ ଏବେ ଅଣ୍ଟା ସଳଖିବାକୁ mspକୁ ଅନେଇ ବସିଛି ।

ଭିଡିଓ ସୌଜନ୍ୟ:ସମ୍ବାଦଦାତା, କନ୍ଧମାଳ

ଏଠାକାର ହଳଦୀର ଚାହିଦା ବିଦେଶରେ ଥିବା ବେଳେ ପ୍ରଶାସନିକ ଅଣଦେଖା ପାଇଁ ଚାଷୀଙ୍କୁ ଦୈନିକ ଲୁଟୁଛନ୍ତି ମୁନାଫାଖୋର ବେପାରୀ ଓ ଦଲାଲ । ସେପଟେ ସରକାର ଏହି ହଳଦୀର ଜିଆଇ ଟ୍ୟାଗ୍ ପାଇଁ ଜାଗଜ ପତ୍ରରେ ଲଢେଇ କରୁଥିବା ବେଳେ ବାସ୍ତବସ୍ଥିତି ନ ପରଖିବାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

  • କନ୍ଧମାଳ ଚାଷୀର ଆର୍ଥିକ ମେରୁଦଣ୍ଡ ହଳଦୀ ଚାଷ
  • ଏମଏସପି ବୃଦ୍ଧି, 'କନ୍ଧମାଳ ହଳଦୀ' ସୁରକ୍ଷା ଦାବି
  • ଚାଷ କରନ୍ତି 30 ହଜାରରୁ ଅଧିକ ଚାଷୀ, ପ୍ରାୟ 5 ହଜାର ଟନ୍ ହୁଏ ଉତ୍ପାଦନ
  • ମେଡିସିନ୍ କମ୍ପାନୀଠୁ ବିଦେଶରେ ରହିଛି କନ୍ଧମାଳ ହଳଦୀର ଡିମାଣ୍ଡ

ରୋଷେଇ ବାସ ଠାରୁ ଆରମ୍ଭ କରି ବିଭିନ୍ନ ପର୍ବପର୍ବାଣୀରେ ହଳଦୀର ରହିଛି ସ୍ବତନ୍ତ୍ର ପରିଚୟ । ପୁଣି କନ୍ଧମାଳ ହଳଦୀର ନାଁ ହିଁ ଯଥେଷ୍ଟ । ଜୈବିକ ପ୍ରଣାଳୀରେ ଚାଷ ହେଉଥିବାରୁ ମେଡିସିନ୍ କମ୍ପାନୀଠୁ ଆରମ୍ଭ ଦରିଆ ପାରରେ ଏହା ବେଶ୍ ଲୋକପ୍ରିୟ । ଜିଲ୍ଲାର 30 ହଜାରରୁ ଅଧିକ ଚାଷୀଙ୍କର ମୁଖ୍ୟ ବେଉଷା ହଳଦୀ ଚାଷ । କିନ୍ତୁ ଚାଷୀଙ୍କୁ ମିଳୁନି ଉଚିତ ମୂଲ୍ୟ । ଜିଲ୍ଲାର ଦାରିଙ୍ଗବାଡି, ରାଇକିଆ, ଟିକାବାଲି, ବାଲିଗୁଡା ପ୍ରଭୃତି ବ୍ଲକରେ ସର୍ବାଧିକ ହଳଦୀ ଚାଷ ହୋଇଥାଏ ।

'କସମ' ନାମକ ସରକାରୀ କୋ-ଅପରେଟିଭରେ 11,234 ଜଣ ଚାଷୀଙ୍କୁ ସାମିଲ କରାଯାଇଛି ଏବଂ ସେମାନଙ୍କଠୁ ହଳଦୀ କିଣୁଛି ଏହି ସଂସ୍ଥା । ହେଲେ ଅନ୍ୟ ଚାଷୀ ହତାସ । କସମ ବଜାର ମୂଲ୍ୟ ଠାରୁ ଚାରି ପାଞ୍ଚ ଟଙ୍କା ଅଧିକରେ ହଳଦୀ କିଣୁଥିବା ବେଳେ ବାକି ଚାଷୀଙ୍କୁ କିଲୋ ପିଛା 30-40 ଟଙ୍କା ଦେଇ ଲୁଟୁଛନ୍ତି ବେପାରୀ । ଜିଲାରେ ପ୍ରାୟ 30 ହଜାର ମେଟ୍ରିକ ଟନ୍ ହଳଦୀ ଉତ୍ପାଦନ ହେଉଥିବା ବେଳେ ଶାସନକଳର ବୈମାତୃକ ମନୋଭାବ ପାଇଁ ଦୁର୍ଦ୍ଦିନରେ ଶଢୁଛନ୍ତି ବାକି ଚାଷୀ । ତେବେ ସରକାର ହଳଦୀର ସର୍ବନିମ୍ନ ମୂଲ୍ୟ 100 ଟଙ୍କା ଧାର୍ଯ୍ୟ କରିବାକୁ ଦାବି ଉଠିଛି ।

କନ୍ଧମାଳରୁ ସଦାଶିବ ପାତ୍ର, ଇଟିଭି ଭାରତ

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.