ETV Bharat / briefs

ଅଶାନ୍ତ ସୀମାରେ ଗୁଳିବର୍ଷଣ ଜାରି

ଫୁଟୁଛି ଗୁଳି, ଥରୁଛି ସୀମା । ଉଭୟ ପାକ୍ ଓ ଭାରତୀୟ ଯବାନଙ୍କ ମଧ୍ୟରେ ଲାଗି ରହିଛି ଅହରହ ଗୁଳିବର୍ଷଣ । ତେବେ ମଙ୍ଗଳବାର ସୁଦ୍ଧା ଜମ୍ମୁକାଶ୍ମୀର ଅନନ୍ତନାଗର ୱାଘୋମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି ।

author img

By

Published : Jun 18, 2019, 9:55 AM IST

Updated : Jun 18, 2019, 10:53 AM IST

ଫାଇଲ ଫଟୋ

ଶ୍ରୀନଗର: ସୀମାରେ ଥମିନି ଗୁଳିବର୍ଷଣ । ଦୀର୍ଘ 3ଦିନ ଧରି ଉଭୟପଟୁ ଗୁଳିବିନିମୟ ଜାରି ରହିବା ସହ ଆତଙ୍କୀଙ୍କୁ ଭାରତ ଦେଉଛି ମୁହଁତୋଡ ଜବାବ । ବର୍ତ୍ତମାନ ପରିସ୍ଥିତିରେ ଜମ୍ମୁକାଶ୍ମୀର ଅନନ୍ତନାଗର ୱାଘୋମା ଜିଲ୍ଲାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଏହି ଗୁଳିବିନିମୟ ସମୟରେ କ୍ଷୟକ୍ଷତି ବିଷୟରେ କୌଣସି ସୂଚନା ମିଳିନାହିଁ ।

ଖବର ଅନୁଯାୟୀ, ଗତକାଲି ପୁଲୱାମାର ଅରିହଲ ପରେ ଏବେ ଟ୍ରାଲ ଅଞ୍ଚଳରେ ଯବାନଙ୍କୁ ଟାର୍ଗେଟ କରିଥିଲେ ଆତଙ୍କୀ । ଏହାସହ ସିଆରପିଏଫ 180 ବାଟାଲିୟନର ମୁଖ୍ୟ କାର୍ଯ୍ୟାଳୟରେ ଗ୍ରେନେଡ ମାଡ ହୋଇଥିଲା ।

ଘଟଣାରେ ରାଷ୍ଟ୍ରୀୟ ରାଇଫଲ୍ସର 8 ଜଣ ଯବାନ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ ଯବାନ ଗୁରୁତର ଅଛନ୍ତି । ସେହିପରି ପୂର୍ବରୁ ଜମ୍ମୁକାଶ୍ମୀରରେ ହୋଇଥିବା ଆକ୍ରମଣରେ ସେନାର 5 ଜଣ ଯବାନ ପ୍ରାଣ ହରାଇବା ସହ ଗତକାଲି ଜଣେ ମେଜର ଆଖି ବୁଝିଥିଲେ ।

Intro:Body:

blank

Conclusion:
Last Updated : Jun 18, 2019, 10:53 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.