ETV Bharat / briefs

ଗଞ୍ଜେଇ ଚାଲାଣକାରୀଙ୍କୁ ପୋଲିସର ଛାଟ, ମୁହଁ ଖୋଲିଲେ SDPO - SDPO JAYAPUR

କୋରାପୁଟ ପୋଲିସ ଜିଲ୍ଲାରୁ ଗଞ୍ଜେଇ କାରବାର ସଫା କରିବା ପାଇଁ ଅଣ୍ଟାଭିଡିଛି । ବୁଧବାର 7ଜଣଙ୍କୁ ପୋଲିସ ଗିରଫ କରିବାରେ ସଫଳ ହୋଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ
author img

By

Published : Jun 4, 2019, 7:40 PM IST

Updated : Jun 4, 2019, 7:47 PM IST

କୋରାପୁଟ: ସବୁଜିମାରେ ପରିପୂର୍ଣ୍ଣ ରାଜ୍ୟର କୋରାପୁଟରେ ଏବେ ଚାଲିଛି ଚୋରା ଗଞ୍ଜେଇ ଚାଷ । ଆଉ ଏହାର ପ୍ରାୟୋଜକ ସାଜିଛନ୍ତି ରାଜ୍ୟ ବାହାରର କିଛି ଅଣଓଡିଆ ବ୍ୟବସାୟୀ । ସେପଟେ ପୋଲିସ ଗଞ୍ଜେଇ କାରବାରକୁ ପ୍ରତିହତ କରିବା ପାଇଁ ମଙ୍ଗଳବାର ଠାରୁ ଚଳାଇଥିଲା ସ୍ବତନ୍ତ୍ର ଅଭିଯାନ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କୋରାପୁଟ

ତେବେ ବୁଧବାର କୋରାପୁଟ ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ଜୟପୁରର ବୈପାରିଗୁଡା ଓ ବୋରିଗୁମ୍ମା ଅଞ୍ଚଳରୁ ଦେଢ କୁଇଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିବା ସମେତ 7ଜଣଙ୍କୁ ଗିରଫ କରିଛି । ଗିରଫ ସମସ୍ତ ବ୍ୟକ୍ତି ଉତ୍ତରପ୍ରଦେଶର ହୋଇଥିବା ବେଳେ ସେମାନଙ୍କର ଠାରୁ ତିନିଟି କାରଓ ମୋବାଇଲ ଫୋନ ସହ କିଛି ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ସେହିପରି ଜୟପୁର ଜୟନଗର ଅଞ୍ଚଳର ଏକ ATM ଲୁଟ ଉଦ୍ୟମ ବେଳେ ପୋଲିସ ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ଆଉ ଲୁଟେରା ପୋଲିସ ଉପରକୁ ଗୁଳିମାଡ଼ କରିଥିଲା । ଏହି ଘଟଣାରେ ପୋଲିସ 7ଏମଏମ ଗୁଳିସହ 4ଜଣ ଙ୍କୁ ଗିରଫ କରିଛି । ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଥିବା ପୋଲିସ କହିଛି ।

ଅନ୍ୟପଟେ ଆଉ ଏକ ଘଟଣା କ୍ରମେ ବୁଧବାର ଜୟପୁର ବୈପାରିଗୁଡା ଅଞ୍ଚଳରେ ପୋଲିସ ଲୋକଙ୍କୁ ମାଡ଼ ମାରିବା ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏନେଇ ମୁହଁ ଖୋଲିଛନ୍ତି ଜୟପୁର ଏସଡିପିଓ ।

କୋରାପୁଟରୁ ସିଏଚ ଶାନ୍ତାକାର, ଇଟିଭି ଭାରତ

Intro:Body:

dfsd

Conclusion:
Last Updated : Jun 4, 2019, 7:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.