ETV Bharat / briefs

କରାଳ ରଚିଲା ଫନି, ଉଜାଡିଲା ଜନବସତି - affect

ସାମୁଦ୍ରିକ ଝଡ ଫନି ନିଜ କରାଳ ରୂପରେ ଧ୍ବଂସବିଧ୍ବଂସ କରିଛି ଶାସନ ପଞ୍ଚାୟତକୁ । ଏଭଳି କ୍ଷୟକ୍ଷତି ପରେ ସୁଦ୍ଧା ବର୍ତ୍ତମାନ ସୁଦ୍ଧା ସ୍ଥିତି ପରଖିବାକୁ ଘଟଣାସ୍ଥଳରେ କେହି ପ୍ରଶାସନିକ ଅଧିକାରୀ ପହଞ୍ଚିପାରିନାହାଁନ୍ତି । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର
author img

By

Published : May 4, 2019, 3:35 PM IST

ଜଗତସିଂହପୁର: ସାମୁଦ୍ରିକ ଝଡ 'ଫନି'ର କରାଳ ରୂପ ଆଗରେ ହାର ମାନିଛି ମାନବଜୀବନ । ଓଡିଶା ପୁରୀ ଉପକୂଳ ଛୁଇଁବା ପରେ ପ୍ରଳୟଙ୍କାରୀ ରୂପ ଧାରଣ କରିଥିଲା । ପ୍ରବଳ ବର୍ଷା ସାଙ୍ଗକୁ ପ୍ରଖର ପବନ ସବୁ କିଛି ଧ୍ବଂସବିଧ୍ବଂସ କରି ଦେଇଥିଲା । ଯାହାର ସ୍ଥିତି ପରଖିବାକୁ ଆମ ପ୍ରତିନିଧି ଜଗତସିଂହପୁର ସଦର ବ୍ଲକ ମଧୂସୂଦନପୁର ଶାସନ ପଞ୍ଚାୟତରେ ପହଞ୍ଚିଥିଲେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି ଜଗତସିଂହପୁର

ଫନିକୁ ନେଇ ଜନବସତି ଭୟଭୀତ ଥିବାବେଳେ ଏହାର ପ୍ରଭାବରେ ବଡ ବଡ ଗଛ ଏବଂ ବିଦ୍ୟୁତ ଖୁଣ୍ଟି ଉପୁଡି ଯାଇଛି । ଫଳରେ ରାସ୍ତା ଗୁଡିକ ଜାମ ହୋଇଛି । ଏଭଳି ସ୍ଥିତିରେ ପଞ୍ଚାୟତରେ ଏଯାବତ୍ ଓଡ୍ରାଫ ଟିମ ଏବଂ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚିନାହାଁନ୍ତି । ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

ଜଗତସିଂହପୁରରୁ ସୁଶାନ୍ତ ପାତ୍ର, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.