ETV Bharat / briefs

ଇଂଲଣ୍ଡ ଗସ୍ତ ପୂର୍ବରୁ କ୍ବାରେଣ୍ଟିନରେ ଟିମ ଇଣ୍ଡିଆ - କୋଚ ରବି ଶାସ୍ତ୍ରୀ

ଜୁନ 2ରେ ଟିମ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିବ ଟିମ ଇଣ୍ଡିଆ । ଅଧିକ ପଢନ୍ତୁ...

england tour
england tour
author img

By

Published : May 25, 2021, 4:05 PM IST

ମୁମ୍ବାଇ: ଭାରତୀୟ କ୍ୟାପଟେନ ବିରାଟ କୋହଲି, ଓପନର ରୋହିତ ଶର୍ମା ଓ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ଭାରତୀୟ ସ୍କ୍ବାଡ ସହ ମଙ୍ଗଳବାର ସାମିଲ ହୋଇଛନ୍ତି । ମହିଳା ଟିମ ସହ ଜୈବ ସୁରକ୍ଷା ବଳୟ ମଧ୍ୟରେ 8 ଦିନ କଠିନ କ୍ବାରେଣ୍ଟିନରେ ରହିବାକୁ ହେବ ।

ଭାରତୀୟ ମହିଳା କ୍ରିକେଟ ଟିମର ସଦସ୍ୟ ମଧ୍ୟ ଅନ୍ତର୍ଜାତୀୟ ବିମାନବନ୍ଦର ନିକଟରେ ଥିବା ମୁମ୍ବାଇର ଗ୍ରାଣ୍ଡ ହାୟଟ ହୋଟେଲରେ କ୍ବାରେଣ୍ଟିନରେ ରହିଛନ୍ତି ।

ଜୁନ 2ରେ ଟିମ ଇଂଲଣ୍ଡ ଅଭିମୁଖେ ଉଡାଣ ଭରିବ । ତେବେ ଏହା ପୂର୍ବରୁ ସ୍କ୍ବାଡର ସମସ୍ତ ସଦସ୍ୟଙ୍କୁ 3ଟି ଆରଟି-ପିସିଆରଟେଷ୍ଟର ସାମ୍ନା କରିବାକୁ ହେବ ଓ ରିପୋର୍ଟ ନେଗେଟିଭ ହେବାପରେ ୟୁକେ ଯାତ୍ରା କରିବାକୁ ଅନୁମତି ମିଳିବ ।

ପୁରୁଷ ଟିମ ଜୁନ 18ରେ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଶ୍ବ ଟେଷ୍ଟ ଚମ୍ପିଆନସିପ ଫାଇନାଲ ମ୍ୟାଚ ଖେଳିବ । ଏହାପରେ ଇଂଲଣ୍ଡ ବିପକ୍ଷରେ 5ଟିକିଆ ଟେଷ୍ଟ ସିରିଜ ଖେଳିବ । ସେହିପରି ମହିଳା ଟିମ ଘରୋଇ ଇଂଲଣ୍ଡ ସହ ଗୋଟିଏ ଟେଷ୍ଟ, 3ଟି ଦିନିକିଆ ଓ 3ଟି ଟି20 ମ୍ୟାଚ ଖେଳିବାର ସୂଚୀ ରହିଛି ।

ପୂର୍ବରୁ ରିଦ୍ଧିମାନ ଶାହା ଓ ପ୍ରସିଦ୍ଧ କ୍ରୀଷ୍ଣା କୋରୋନାକୁ ସୁସ୍ଥ ହୋଇ ସ୍କ୍ବାଡରେ ସାମିଲ ହୋଇସାରିଛନ୍ତି । ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରୋହିତ, କୋହଲି ଓ କୋଚ ଶାସ୍ତ୍ରୀ ମଧ୍ୟ ମୁମ୍ବାଇରେ ସ୍କ୍ବାଡ ସହ ସାମିଲ ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.