ETV Bharat / briefs

ଆଜି ଦ୍ବିତୀୟ ଟକ୍କର, 95 ଲୋକସଭା ଆସନ ପାଇଁ ଚାଲିଛି ମତଦାନ

ଆଉ କିଛି ସମୟ ପରେ ଚଳିତ ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ପାଇଁ ମତଦାନ ଅନୁଷ୍ଠିତ ହେବ । ଭୋଟ ଦେବେ ଦେଶର 12ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ନାଗରିକ।

author img

By

Published : Apr 18, 2019, 6:46 AM IST

Updated : Apr 18, 2019, 7:05 AM IST

ଫାଇଲ ଫଟୋ

ନୂଆଦିଲ୍ଲୀ: ଆରମ୍ଭ ହୋଇଛି ଚଳିତ ସାଧାରଣ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ । ଭୋଟ ଦେବେ ଦେଶର 12ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ନାଗରିକ। 95ଟି ଲୋକସଭା ଆସନରେ ଚାଲିଛି ଭୋଟ ଗ୍ରହଣ। ଆସାମ, ବିହାର, ଛତିଶଗଡ, ଜମ୍ମୁ କାଶ୍ମୀର, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ଓଡିଶା, ପୁଡୁଚେରୀ, ଉତ୍ତର ପ୍ରଦେଶ ଏବଂ ପଶ୍ଚିମବଙ୍ଗରେ ଚାଲିଛି ଭୋଟ ଗ୍ରହଣ। ତେବେ ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନରେ ତାମିଲନାଡୁର ସମସ୍ତ 39ଟି ଲୋକସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରକାଶ ଯେ, ମାର୍ଚ୍ଚ 10 ତାରିଖରେ ନିର୍ବାଚନ କମିଶନ ଘୋଷଣା କରିଥିଲେ, ଦ୍ବିତୀୟ ପର୍ଯ୍ୟାୟରେ 97ଟି ଆସନରେ ନିର୍ବାଚନ ହେବ । ତେବେ ତ୍ରିପୁରା ଏବଂ ତାମିଲନାଡୁର ଭେଲୋରରେ ନିର୍ବାଚନ ବାତିଲ ହୋଇଛି ।

ପ୍ରକାଶ ଯେ ଆସାମର 5ଟି, ବିହାରର 5ଟି, ଛତିଶଗଡର 3ଟି, ଜମ୍ମୁ ଏବଂ କାଶ୍ମୀରର 2ଟି, କର୍ଣ୍ଣାଟକର 14ଟି, ମହାରାଷ୍ଟ୍ରର 10ଟି, ମଣିପୁରର 1ଟି, ଓଡିଶାର 5ଟି, ପୁଡୁଚେରୀର 1ଟି, ତାମିଲନାଡୁର 39ଟି, ଉତ୍ତର ପ୍ରଦେଶର 8ଟି ଏବଂ ପଶ୍ଟିମବଙ୍ଗର 3ଟି ଲୋକସଭା ଆସନରେ ଦ୍ବିତୀୟ ପର୍ଯ୍ୟାୟରେ ଚାଲିଛି ଭୋଟ ଗ୍ରହଣ।

ତେବେ ତାମିଲନାଡୁର ସମସ୍ତ 39ଟି ଆସନକୁ ଏକ୍ସପେଣ୍ଡିଚର ସେନସିଟିଭ ଭାବେ ଚିହ୍ନଟ କରାଯାଇଛି। ସେଥିପାଇଁ ସମସ୍ତ ଆସନରେ ନିର୍ବାଚନ କମିଶନଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଏହି ରାଜ୍ୟରେ 8.293ଟି ବୁଥକୁ ମଧ୍ୟ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ କରାଯାଇଛି। ଏହା ସହିତ ତାମିଲନାଡୁର 18ଟି ବିଧାନସଭା ଆସନରେ ଏକକାଳୀନ ନିର୍ବାଚନ ଅନୁଷ୍ଠିତ ହେବ।

ସେହିପରି କର୍ଣ୍ଣାଟକରେ 241 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ 2 କୋଟି 67 ଲକ୍ଷ ଭୋଟର । ରାଜ୍ୟରେ ମଧ୍ୟ ନିର୍ବାଚନ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହା ସହିତ ମହାରାଷ୍ଟ୍ରରେ 10 ଆସନ ପାଇଁ 179 ଜଣ ପ୍ରାର୍ଥୀ ନିର୍ବାଚନୀ ମୈଦାନକୁ ଓହ୍ଲାଇବେ। ସେହିଭଳି ଉତ୍ତର ପ୍ରଦେଶର ଆଗ୍ରା, ଫତେପୁର ସିକ୍ରି, ଆମରୋହା, ବୁଲନ୍ଦସହର, ନାଗିନା, ହାତରାସ୍, ଅଲିଗଡ ଏବଂ ମଥୁରାରେ ଦ୍ବିତୀୟ ପର୍ଯ୍ୟାୟରେ ନିର୍ବାଚନ ଚାଲିଛି ।

ପ୍ରକାଶ ଯେ, ଆସନ୍ତା 23 ତାରିଖରେ 12ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳର 115ଟି ଲୋକସଭା ଆସନରେ ଭୋଟ ଗ୍ରହଣ ହେବ ।

Intro:Body:

blank

Conclusion:
Last Updated : Apr 18, 2019, 7:05 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.